ହାଇଦ୍ରାବାଦ: ଆଖି ବୁଜିଲେ ଟେଲିଭିଜନ ଜଗତର ଭେଟେରାନ ଅଭିନେତ୍ରୀ ମଞ୍ଜୁ ସିଂହ । ହୃଦ୍ଘାତ ଯୋଗୁଁ ଆଜି ସକାଳେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 73 ବର୍ଷ ବୟସ ହୋଇଥିଲ । ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି । ପରିବାର ପକ୍ଷରୁ କୁହାଯାଇଛି ଯେ, ମୁମ୍ବାଇରେ ତାଙ୍କର ମୃତ୍ୟୁ ହୋଇଛି। ମଞ୍ଜୁ ସିଂହଙ୍କ ଦେହାନ୍ତରେ ଗୀତିକାର, ଅଭିନେତା ତଥା ନିର୍ଦ୍ଦେଶକ ସ୍ୱାନନ୍ଦ କିର୍କିରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ସ୍ୱାନନ୍ଦ କିର୍କିରେ ଟ୍ୱିଟରରେ ମଞ୍ଜୁ ସିଂହଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, "ମଞ୍ଜୁ ସିଂହ ଜୀ ଆଉ ନାହାଁନ୍ତି । ମଞ୍ଜୁ ଜୀ ମୋତେ ଦିଲ୍ଲୀରୁ ମୁମ୍ବାଇ ଆଣିଥିଲେ । ଦୂରଦର୍ଶନରେ ଆସୁଥିବା ତାଙ୍କ ଶୋ’ ‘ସ୍ୱରାଜ’ରେ ଲେଖିବା ପାଇଁ ସେ ମୋତେ ଆଣିଥିଲେ । ସେ ଦୂରଦର୍ଶନ ପାଇଁ କାହାଣୀ, ଶୋ ଟାଇମ ଇତ୍ୟାଦି ତିଆରି କରିଥିଲେ ।"