ମୁମ୍ବାଇ:ପ୍ରତିଷ୍ଠିତ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ NMACC (ନୀତା-ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର) ର ଉଦଘାଟନୀ ସମାରୋହରେ ସମଗ୍ର ବିଶ୍ୱର ଚଳଚ୍ଚିତ୍ର ତାରକା ସାମିଲ ହୋଇଥିଲେ । ଏହି ଗ୍ରାଣ୍ଡ କାର୍ଯ୍ୟକ୍ରମରେ ବଲିଉଡର ଅନେକ ସେଲିବ୍ରିଟି ଓ ଶିଳ୍ପପତି ଯୋଗ ଦେଇଥିବା ବେଳେ ଅନେକ ଆନ୍ତର୍ଜାତୀୟ ସେଲିବ୍ରିଟିମାନେ ମଧ୍ୟ ସାମିଲ ହୋଇଥିଲେ। ସ୍ପାଇଡରମ୍ୟାନ୍ ଖ୍ୟାତି ହଲିଉଡ ଅଭିନେତା ଟମ୍ ହଲାଣ୍ଡ ତାଙ୍କ ଗର୍ଲଫ୍ରେଣ୍ଡ ଜେଣ୍ଡାୟାଙ୍କ ସହ ଆସିଥିବାବେଳେ ଆମେରିକାର ସୁପରମଡେଲ ଗିଗି ହାଦିଦ ମଧ୍ୟ ଏହି ଗ୍ରାଣ୍ଡ ଇଭେଣ୍ଟରେ ଯୋଗ ଦେଇଥିଲେ।
ଏହାରି ମଧ୍ୟରେ ଗିଗି ହାଦିଦ ଏହି ଇଭେଣ୍ଟର ଖୁବ ମଜା ନେଇଥିବା ବେଳେ ଅନେକ ବଲିଉଡ ସେଲିବ୍ରିଟିଙ୍କ ସହ ଫଟୋ ଉଠାଇଥିଲେ । ତେବେ ସେହି ସମୟର କିଛି ସ୍ମରଣୀୟ ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଥିବା ଦେଖିବାକୁ ମିଳିଛି । ଏଥିସହ ଭାରତୀୟ ଫ୍ୟାଶନ ଡିଜାଇନର୍ ସନ୍ଦୀପ ଖୋସଲାଙ୍କ ଫ୍ୟାଶନ ବ୍ରାଣ୍ଡ ଆବୁ ଜାନି ସନ୍ଦୀପ ଖୋସଲାଙ୍କ ଶାଢୀ ପିନ୍ଧିଥିବାରୁ ସୌନ୍ଦର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଥିଲେ ।
ଅମ୍ବାନୀ ଇଭେଣ୍ଟରେ ଯୋଗ ଦେଇଥିଲେ ଆମେରିକୀୟ ସୁପର ମଡେଲ ଗିଗି ହାଦିଦ । ସେ ଏହି କାର୍ଯ୍ୟକ୍ରମରେ ଭାରତୀୟ ପୋଷାକରେ ନଜର ଆସିଥିଲେ । କ୍ରିମ ଏବଂ ଗୋଲ୍ଡେନ ରଙ୍ଗର ଇଣ୍ଡିଆନ୍ ଶାଢୀ ସହ ପାରମ୍ପରିକ ଲୁକରେ ଗିଗି ହାଦିଦଙ୍କୁ ଦେଖିବାକୁ ମିଳିଥିଲା । ଏଥିସହ ଗିଗି ଇଣ୍ଡିଆନ୍ ଦେଶୀ ପୋଷାକରେ ମଞ୍ଚ ଉପରେ ଏକ ଦମଦାର ପ୍ରଦର୍ଶନ ମଧ୍ୟ ଦେଇଥିଲେ । ଗିଗି ହାଦିଦ ବଲିଉଡ ଅଭିନେତା ବରୁଣ ଧୱନଙ୍କ ସହ ମଞ୍ଚ ଉପରେ ଡ୍ୟାନ୍ସ କରିଥିବାର ନଜର ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ତେବେ ଏହାରି ମଧ୍ୟରେ ଗିଗି ବର୍ତ୍ତମାନ କାର୍ଯ୍ୟକ୍ରମ ସହ ଜଡିତ ତାଙ୍କର ସୁନ୍ଦର ସ୍ମୃତି ଭାବେ ଫଟୋ ଗୁଡ଼ିକୁ ସେୟାର କରିଛନ୍ତି ।