ଓଡିଶା

odisha

ETV Bharat / entertainment

Gadar: Ek Prem katha: ଆସନ୍ତାକାଲି ରିଲିଜ ହେବ ଫିଲ୍ମ, ଗୋଟିଏ ଟିକେଟ୍ ସହ ଆଉ ଏକ ଟିକେଟ ଫ୍ରି' - amisha patel

ସନ୍ନି ଦେଓଲ ଅମିଷା ପଟେଲଙ୍କ ଅଭିନୀତ ଚଳଚ୍ଚିତ୍ର 'ଗଦର: ଏକ ପ୍ରେମ କଥା' ଆସନ୍ତାକାଲି ଅର୍ଥାତ୍ ଜୁନ୍ 9 ରେ ପୁନଃ ରିଲିଜ କରିବ। ତେବେ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୋଟିଏ ଫିଲ୍ମ ଟିକେଟ ସହ ଆଉ ଏକ ଟିକେଟ ମାଗଣା ପାଇବେ ଫ୍ୟାନ୍ସ । ଏନେଇ ଘୋଷଣା କରିଛନ୍ତି ନିର୍ମାତା । ଅଧିକ ପଢନ୍ତୁ

ଗଦର: ଏକ ପ୍ରେମ କଥା ଫିଲ୍ମ ଆସନ୍ତାକାଲି ରିଲିଜ ହେବ, ଗୋଟିଏ ଟିକେଟ୍ ସହ ଆଉ ଏକ ଟିକେଟ ଫ୍ରି
ଗଦର: ଏକ ପ୍ରେମ କଥା ଫିଲ୍ମ ଆସନ୍ତାକାଲି ରିଲିଜ ହେବ, ଗୋଟିଏ ଟିକେଟ୍ ସହ ଆଉ ଏକ ଟିକେଟ ଫ୍ରି

By

Published : Jun 8, 2023, 5:09 PM IST

ମୁମ୍ବାଇ: ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ 2001 ବ୍ଲକବଷ୍ଟର ଚଳଚ୍ଚିତ୍ର 'ଗଦର: ଏକ ପ୍ରେମ କଥା' ଆସନ୍ତାକାଲି ଅର୍ଥାତ୍ ଜୁନ୍ 9 ରେ ସିନେମାହଲରେ ପୁନଃରିଲିଜ କରିବ । ଫିଲ୍ମକୁ ଦେଖିବାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଫିଲ୍ମ ନିର୍ମାତା ଏକ ବଡ଼ ଘୋଷଣା କରିଛନ୍ତି । ଗୋଟିଏ ଫିଲ୍ମ ଟିକେଟ ସହ ଆଉ ଏକ ଟିକେଟ ମାଗଣା ପାଇବେ ଦର୍ଶକ । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି ନିର୍ମାତା । ତେବେ ଏହି ଖବର ଦର୍ଶକଙ୍କ ଖୁସିକୁ ଦ୍ବଗୁଣିତ କରିଛି ।

ନିର୍ମାତା ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି ଯେ, 'ଗଦର: ଏକ ପ୍ରେମ କଥା'ର ଚଳଚ୍ଚିତ୍ର ଟିକେଟ୍ ମୂଲ୍ୟ କୌଣସି ଥିଏଟରରେ 150ରୁ ଅଧିକ ହେବ ନାହିଁ ଏବଂ ଗୋଟିଏ ଟିକେଟରେ ଆଉ ଏକ ଟିକେଟରେ ମାଗଣା ଦିଆଯିବ । ଏହିପରି ଜଣେ ବ୍ୟକ୍ତି ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ଏହି ଫିଲ୍ମକୁ ମାତ୍ର 75 ଟଙ୍କା ଦେଖିପାରିବେ। ଏହି ଅଫର ଜୁନ 11 ଯାଏଁ ଉପଲବ୍ଧ ବୋଲି କୁହାଯାଇଛି । GADAR code ବ୍ୟବାହର କରି ଟିକେଟ୍‌ ବୁକ୍‌ କରିପାରିବେ ଟିକେଟ । ସେହିପରି ସନ୍ନି ଦେଓଲ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସୂଚନା ସେୟାର କରିଛନ୍ତି ।

ଫିଲ୍ମ 'ଗଦର 2'ର ସିକ୍ୱେଲ ଅଗଷ୍ଟ 11ରେ ରିଲିଜ ହେବାକୁ ଯାଉଛି । ଭାଗ 2 ରିଲିଜ୍ ହେବା ପୂର୍ବରୁ ଫିଲ୍ମର ନିର୍ମାତାମାନେ ଭାଗ-1 ପୁନଃରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଆସନ୍ତାକାଲି 4K କ୍ବାଲିଟିରେ ପୁନଃ ରିଲିଜ ହେଉଥିବା ଏହି ଫିଲ୍ମର ମଜା ନେଇପାରିବେ ଦର୍ଶକ । ତେବେ ନିର୍ମାତାଙ୍କ ଏଭଳି ନିଷ୍ପତ୍ତିକୁ ଫ୍ୟାନ୍ସ ପସନ୍ଦ କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଏବଂ ଫିଲ୍ମ ଦେଖିବାକୁ ଅପେକ୍ଷା କରିଛନ୍ତି ।

ମେ' 26ରେ ସନ୍ନି ଦେଓଲ୍ ତାଙ୍କ ଇନଷ୍ଟାଗ୍ରାମରେ 'ଗଦର: ଏକ ପ୍ରେମ କଥା'ର 4K କ୍ବାଲିଟିରେ ଟ୍ରେଲର ରିଲିଜ କରିଥିଲେ । ଯେଉଁଥିରେ ଫିଲ୍ମର କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେତେବେଳେ ତାରା ସିଂ ପାକିସ୍ତାନରେ ପହଞ୍ଚି ଶକିନା (ଅମିଷା ପଟେଲ)କୁ ଭାରତକୁ ଫେରାଇ ଆଣନ୍ତି । ଏହି ସମୟରେ ତାରା ସିଂ ଅଶରଫ ଅଲି(ଅମରେଶ ପୁରୀ)ଙ୍କ ସହ ଯୁକ୍ତିତର୍କ କରିଛନ୍ତି । ଟ୍ରେଲରକୁ ପ୍ରଶଂସକମାନେ ବେଶ ପସନ୍ଦ କରିଥିଲେ । ଅନେକ ଲୋକ ପ୍ରତିକ୍ରିୟାରେ କହିଥିଲେ ଯେ, ଥିଏଟରରେ 'ଗଦର' ଦେଖିବାର ସ୍ୱପ୍ନ ପୂରଣ ହେବାକୁ ଯାଉଛି ।

ସୂଚନା ଥାଉ କି, ଜୁନ୍ 9ରେ ଫିଲ୍ମର ପ୍ରିମିୟର ହେବ। ଯେଉଁଥିରେ ଫିଲ୍ମର କାଷ୍ଟ ଏବଂ କ୍ରୁଙ୍କୁ ସେମାନଙ୍କ ପରିବାର ସହିତ ନିମନ୍ତ୍ରଣ କରାଯାଇଛି । ଅମିଷା ପଟେଲଙ୍କ ପିତା ଭୂମିକାରେ ଅଭିନୟ କରୁଥିବା ସ୍ୱର୍ଗତ ଅଭିନେତା ଅମରେଶ ପୁରୀଙ୍କ ପରିବାର ଏବଂ ଗୀତିକାର ଆନନ୍ଦ ବକ୍ସିଙ୍କ ପରିବାରକୁ ମଧ୍ୟ ଫିଲ୍ମର ପ୍ରିମିୟରକୁ ନିମନ୍ତ୍ରଣ କରାଯାଇଛି। 'ଗଦର ୨' ବିଷୟରେ କହିବାକୁ ଗଲେ ଫିଲ୍ମର ପୋଷ୍ଟ ପ୍ରଡକ୍ସନ୍ କାମ ଜୋରସୋରରେ ଚାଲିଛି । ଫିଲ୍ମର ନିର୍ଦ୍ଦେଶକ ଅନିଲ ଶର୍ମା 'ଗଦର ୨' ମଧ୍ୟ 'ଗଦର: ଏକ ପ୍ରେମ କଥା' ଭଳି ଲୋକପ୍ରିୟତା ସହ ସଫଳତା ହାସଲ କରିବ ବୋଲି ଆଶା ରଖିଛନ୍ତି ।

ABOUT THE AUTHOR

...view details