ଓଡିଶା

odisha

By

Published : Aug 12, 2023, 3:32 PM IST

ETV Bharat / entertainment

Gadar 2: ସ୍କ୍ରିନିଂରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ, ବଲିଉଡ ଭେଟେରାନ ଧର୍ମେନ୍ଦ୍ର

ସନ୍ନି ଦେଓଲଙ୍କ ଅଭିନୀତ ଚଳଚ୍ଚିତ୍ର ଗଦର ୨ ବକ୍ସ ଅଫିସରେ ପ୍ରଥମ ଦିନରୁ ହିଁ ଧମାଲ ମଚାଇ ଚାଲିଛି । ଗତକାଲି ରାତିରେ ମୁମ୍ବାଇରେ ଆୟୋଜିତ ଫିଲ୍ମର ସ୍କ୍ରିନିଂରେ ମୁଖ୍ୟମନ୍ତ୍ରୀ ଯୋଗୀ, ବବି ଦେଓଲଙ୍କ ସମେତ ଅନେକ ବଲିଉଡ ତାରକା ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

ଗଦର ୨
ଗଦର ୨

ମୁମ୍ବାଇ: ସନ୍ନି ଦେଓଲ ଏବଂ ଅମିଶା ପଟେଲ ଦୀର୍ଘ 22 ବର୍ଷ ପରେ ପୁଣିଥରେ ନିଜ ଫିଲ୍ମ ସହିତ ଜଲଓ୍ବା ଦେଖାଇବାରେ ସଫଳ ହୋଇଛନ୍ତି । ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିଛି । ଅନ୍ୟ ପଟେ, ଗଦର 2 ର ପୁରା ଟିମ୍ ଫିଲ୍ମର ଉଦଘାଟନୀ ଦିନର କଲେକ୍ସନ ଦେଖି ଖୁସିରେ ଝୁମି ଉଠିଛନ୍ତି । ଏଥି ସହିତ ଗତକାଲି ରାତିରେ ମୁମ୍ବାଇରେ ଗଦର 2 ଫିଲ୍ମର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା। ଏଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ସନି ଦେଓଲଙ୍କ ସାନଭାଇ ତଥା ତାରକା ବବି ଦେଓଲ ତାଙ୍କ ପତ୍ନୀ ତାନିଆ ଦେଓଲଙ୍କ ସହ ପହଞ୍ଚିଥିଲେ । ନାନା ପାଟେକର ମଧ୍ୟ ଗଦର 2 ସ୍କ୍ରିନିଂରେ ସନି ଦେଓଲଙ୍କ ସହ ମଜା କରୁଥିବା ଦେଖିବାକୁ ମିଳିଛି । ଏହାସହିତ ସନ୍ନିଙ୍କ ପିତା ତଥା ବଲିଉଡ ଭେଟେରାନ ଧର୍ମେନ୍ଦ୍ର ମଧ୍ୟ ପହଞ୍ଚିଥିଲେ ।

ଏହା ମଧ୍ୟ ପଢନ୍ତୁ: Gadar 2: ସଲମାନଙ୍କ ପରେ କଙ୍ଗନା ହେଲେ ‘ଗଦର 2’ର ଫ୍ୟାନ୍, ଦେଲେ ଏମିତି କମେଣ୍ଟ

ଗଦର 2 ସ୍କ୍ରିନିଂରେ ତାରକାଙ୍କ ମେଳା

ଗଦର 2ର ସ୍କ୍ରିନିଂରେ ରାତିସାରା ତାରକାମାନଙ୍କର ଏକ ମେଳା ଲାଗିଥିଲା । ଏଠାରେ ସନ୍ନିଙ୍କ ପୁରା ପରିବାର ତାଙ୍କ ଫିଲ୍ମ ଦେଖିବାକୁ ଆସିଥିଲେ । ସନ୍ନିଙ୍କ ପିତା ଧର୍ମେନ୍ଦ୍ର, ପିଲାମାନେ, ଭାଇ ବବି ଦେଓଲ ତାଙ୍କ ପତ୍ନୀ ତାନିଆ ଦେଓଲଙ୍କ ସହ ଆସିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାନା ପାଟେକର, ଜ୍ୟାକି ଶ୍ରଫ୍, ସନ୍ନି ଦେଓଲଙ୍କ ଫିଲ୍ମ ସିଂ ସାହବ ଦି ଗ୍ରେଟ୍ ସହିତ ଡେବ୍ୟୁ କରିଥିବା ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ଏଠାରେ ନିଜର ହଟ ଷ୍ଟାଇଲରେ ଦେଖିବାକୁ ମିଳିଥିଲା।

ଏହା ମଧ୍ୟ ପଢନ୍ତୁ: ମହିଳା ଭିକାରୀଙ୍କୁ 500 ଟଙ୍କିଆ ନୋଟ୍‌ ବାଣ୍ଟିଲେ ଶାହାରୁଖଙ୍କ ଝିଅ, ଭିଡିଓ ଭାଇରାଲ

ଏହା ବ୍ୟତୀତ ଭାଟସାଲ ସେଠ, ଗଦର ୨ର ପୂରା ଟିମ୍‌, ଅମିଶା ପଟେଲ ସକିନାଙ୍କ ଚରିତ୍ରରେ ସ୍କ୍ରିନିଂରେ ପହଞ୍ଚିଥିଲେ। ଏଥି ସହିତ ଉତ୍କର୍ଷ ଶର୍ମା ମଧ୍ୟ ସ୍କ୍ରିନିଂରେ ବହୁତ ଖୁସି ନଜର ଆସିଥିଲେ। ମ୍ୟୁଜିକ କମ୍ପୋଜର ମିଥୁନ ତାଙ୍କ ଗାୟକ ପତ୍ନୀ ପଲକ ମୁଛଲଙ୍କ ସହ ନଜର ଆସିଥିଲେ। ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସୁଭାଷ ଘାଇଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳିଥିଲା। ଉଲ୍ଲେଖନୀୟ ଯେ, ‘ଗଦର-୨’ ସାରା ଦେଶରେ ୩୫୦୦ ରୁ ଅଧିକ ପରଦାରେ ମୁକ୍ତିଲାଭ କରିଛି। ଫିଲ୍ମର ବଜେଟ୍ ୭୫-୮୦ କୋଟି ମଧ୍ୟରେ ଅଛି। ଏହାର ଅର୍ଥ ୧୦୦ କୋଟି କ୍ଲବରେ ପ୍ରବେଶ କରିବା ମାତ୍ରେ ‘ଗଦର-୨’ ବକ୍ସ ଅଫିସରେ ‘ହିଟ୍’ ହୋଇଯାଇଛି।

ଏହା ମଧ୍ୟ ପଢନ୍ତୁ: ୱେବ୍ ସିରିଜ୍ କରିବେନି ବିଜୟ ଦେବରକୋଣ୍ଡା ! ଇଭେଣ୍ଟରେ କଲେ ଖୁଲାସା

ABOUT THE AUTHOR

...view details