ଓଡିଶା

odisha

By ETV Bharat Odisha Team

Published : Jan 2, 2024, 2:26 PM IST

ETV Bharat / entertainment

ଅଭିନେତା ରାକେଶ ବେଦୀ ଠକେଇର ଶିକାର, ଆର୍ମି ଅଫିସର କହି ୮୫ ହଜାର ଲୁଟ୍

Rakesh Bedi Duped: ବଲିଉଡ ଅଭିନେତା ରାକେଶ ବେଦୀ ଠକାମିର ଶିକାର ହୋଇଛନ୍ତି । ଆର୍ମି ଅଫିସର କହି ଅଭିନେତାଙ୍କ ଠାରୁ ୮୫ ହଜାର ଲୁଟିଲେ ଦୁର୍ବୃତ୍ତ । ସୋମବାର ଏନେଇ ସେ ଥାନାରେ ମାମଲା ରୁଜୁ କରିଛନ୍ତି । ଅଧିକ ପଢନ୍ତୁ

ଠକାମିର ଶିକାର ହେଲେ ଅଭିନେତା ରାକେଶ ବେଦୀ, ଆର୍ମି ଅଫିସର କହି ୮୫ହଜାର ଲୁଟିଲେ ଦୁବୃର୍ତ୍ତ
ଠକାମିର ଶିକାର ହେଲେ ଅଭିନେତା ରାକେଶ ବେଦୀ, ଆର୍ମି ଅଫିସର କହି ୮୫ହଜାର ଲୁଟିଲେ ଦୁବୃର୍ତ୍ତ

ହାଇଦ୍ରାବାଦ: ଆଜିକାଲି ଲୋକେ ବିଭିନ୍ନ ପ୍ରକାର ସ୍କାମ ବା ଠକାମିର ଶିକାର ହେଉଛନ୍ତି । କେବଳ ସାଧାରଣ ଲୋକ ନୁହଁ ସେଲିବ୍ରିଟିମାନେ ମଧ୍ୟ ଠକଙ୍କ ଶିକାର ପାଲଟୁଛନ୍ତି । ନିକଟରେ ଟିଭି ଏବଂ ବଲିଉଡ ଅଭିନେତା ରାକେଶ ବେଦୀ ଠକେଇ ଶିକାର ହୋଇଛନ୍ତି । ଫୋନ ସ୍କାମ ମାଧ୍ୟମରେ ରାକେଶଙ୍କ ଠାରୁ ପ୍ରାୟ ୮୫ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ଅଭିନେତା ସ୍ଥାନୀୟ ଓଶିୱାରା ପୋଲିସ ଷ୍ଟେସନରେ ଏତଲା ଦାୟର କରିଛନ୍ତି ।

ଦୁର୍ବୃତ୍ତ ଜଣକ ନିଜକୁ ଆର୍ମି ଅଫିସର କହି ରାକେଶ ବେଦୀଙ୍କଠାରୁ ଟଙ୍କା ଲୁଟି ନେଇଛନ୍ତି । ସୂଚନା ଅନୁସାରେ, ରାକେଶ ଏକ ହାଉସିଂ ପୋର୍ଟାଲ ଜରିଆରେ ଦୁର୍ବୃତ୍ତ ସମ୍ପର୍କରେ ଆସିଥିଲେ । ଯିଏ ନିଜକୁ ଆଦିତ୍ୟ କୁମାର ଏବଂ ଜଣେ ଆର୍ମି ଅଫିସର ଭାବେ ପରିଚୟ ଦେଇଥିଲା । ଏଥିସହ ଅଭିନେତାଙ୍କ ପୁନେ ସ୍ଥିତ ଫ୍ଲାର୍ଟ କିଣିବାକୁ ଦୁବୃର୍ତ୍ତ ଜଣକ ଇଚ୍ଛା ପ୍ରକାଶ କରିଥିଲେ । ଯେତେବଳେ ଅଭିନେତାଙ୍କୁ ଏହା ସ୍କାମ ବୋଲି ଜଣାପଡିଲା, ସେତେବେଳକୁ ତାଙ୍କ ଠାରୁ ୮୫ ହଜାର ଟଙ୍କା ଲୁଟି ନେଇଥିଲା ଦୁର୍ବୃତ୍ତ ।

କିଛି ବାର୍ତ୍ତାଳାପ ପରେ ବେଦୀଙ୍କୁ ୫୦,୦୦୦ ଟଙ୍କା ସ୍ଥାନାନ୍ତର କରିବାକୁ କୁହାଯାଇଥିଲା । ସେ କରିଦେଲେ ଏବଂ ଯେତେବେଳେ ସେ ସେହି ବ୍ୟକ୍ତିଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ । ସେ ଆକାଉଣ୍ଟକୁ ଏକ ସେନା ଆକାଉଣ୍ଟ ବୋଲି ଦର୍ଶାଇଥିଲେ, ଯେଉଁଥିପାଇଁ କାରବାର ଦୃଶ୍ୟମାନ ହେଉନଥିଲା । ପରେ ରାକେଶ ୨୫ ହଜାର ଏବଂ ୧୦ ହଜାର ଟଙ୍କା ଦୁର୍ବୃତ୍ତ ଆକାଉଣ୍ଟକୁ ପଠାଇଥିଲେ । ହେଲେ ଏହା ଠକେଇ ବୋଲି ଜାଣିବା ପୂର୍ବରୁ ସେ ଠକର ଶିକାର ହୋଇସାରିଥିଲେ। ଏହାପରେ ସେ ଥାନାର ଦ୍ବାରସ୍ଥ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:58 ଲକ୍ଷ ଠକାମିର ଶିକାର ଟାଇଗର ଶ୍ରଫଙ୍କ ମା' ଆୟେଶା

ରାକେଶଙ୍କ ଫଲ୍ମି କ୍ୟାରିଅର ବିଷୟରେ କହିବାକୁ ଗଲେ, ୬୯ ବର୍ଷୀୟ ଅଭିନେତା ଦୀର୍ଘ ୪ ଦଶନ୍ଧି ଧରି ଅଭିନୟ ଯାଦୁରେ ଲୋକଙ୍କ ମନ ଜିତି ଆସୁଛନ୍ତି । ସେ ଟେଲିଭିଜନ ଠାରୁ ଆରମ୍ଭ କରି ବଲିଉଡରେ ନିଜ ଜଲୱା ଦେଖାଇଛନ୍ତି । ତାଙ୍କୁ ଶେଷ ଥର ପାଇଁ ବିକି କୌଶଲଙ୍କ ଫିଲ୍ମ 'ଜରା ହଟକେ ଜରା ବଚକେ' ଏବଂ ସନ୍ନି ଦେଓଲଙ୍କ ଫିଲ୍ମ 'ଗଦର ୨'ରେ ଦେଖିବାକୁ ମିଳିଥିଲା । ଏଥିସହ ୨୦୨୨ ମସିହାରେ ରାକେଶ ଟିଭି ଶୋ' 'ୱା ଭାଇ ୱା'ରେ କାମ କରିଥିଲେ । ଏହା ବ୍ୟତୀତ ତାଙ୍କୁ 'ଚମକ' ସିରିଜରେ ମଧ୍ୟ ଦେଖିବାକୁ ମିଳିଛି ।

ABOUT THE AUTHOR

...view details