ଓଡିଶା

odisha

Friendship Day 2023: ଫ୍ରେଣ୍ଡସିପ୍‌ ଡେ' ସେଲିବ୍ରେସନ୍‌ କଲେ ବଲିଉଡ ସେଲିବ୍ରିଟି

By

Published : Aug 6, 2023, 5:08 PM IST

ଆଜି ବନ୍ଧୁତ୍ୱ ଦିବସ । ଏହି ବିଶେଷ ଦିନରେ ବଲିଉଡର ତାରକାମାନେ ସେଲିବ୍ରେଟ କରିଛନ୍ତି। ଏହି ବିଶେଷ ଦିନରେ ଅକ୍ଷୟ କୁମାର ଏବଂ ଅନୁପମ ଖେର ନିଜ ସାଙ୍ଗମାନଙ୍କ ସହ ବିଶେଷ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଅଧିକ ପଢନ୍ତୁ,

ଫ୍ରେଣ୍ଡସିପ ଡେ ସେଲିବ୍ରେସନ କଲେ ବଲିଉଡ ସେଲିବ୍ରିଟି
ଫ୍ରେଣ୍ଡସିପ ଡେ ସେଲିବ୍ରେସନ କଲେ ବଲିଉଡ ସେଲିବ୍ରିଟି

ମୁମ୍ବାଇ:ବନ୍ଧୁ ପାଇଁ ଦିନଟିଏ । ଆଜି ଅନ୍ତର୍ଜାତୀୟ ବନ୍ଧୁତା ଦିବସ । ଦେଶରେ ଆଜିର ଦିନକୁ ବେଶ ଉତ୍ସାହର ସହ ପାଳନ କରୁଥିବା ବେଳେ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ନିଜ ନିଜ ଢଙ୍ଗରେ ଫ୍ରେଣ୍ଡସିପ୍ ଡେ' ପାଳନ କରୁଛନ୍ତି । ଏହି ବିଶେଷ ଦିନରେ ଅକ୍ଷୟ କୁମାର ତାଙ୍କ ସାଙ୍ଗମାନଙ୍କ ସହ ଏକ ମଜାଦାର ଭିଡିଓ ପୋଷ୍ଟ କରିଥିବାବେଳେ 'କାଶ୍ମୀର ଫାଇଲ୍ସ' ଫେମ୍‌ ଅଭିନେତା ଅନୁପମ ଖେର ତାଙ୍କ ବେଷ୍ଟିଙ୍କ ସହ ଏକ ଥ୍ରୋ' ବ୍ୟାକ୍ ଫଟୋ ସେୟାର କରିଛନ୍ତି ।

ସାଙ୍ଗମାନଙ୍କ ଫ୍ରେଣ୍ଡସିପ ଡେ ସେଲିବ୍ରେସନ କଲେ ଶିଳ୍ପା ଶେଟ୍ଟୀ

ଅଭିନେତା ଅକ୍ଷୟ କୁମାର ନିଜ ସାଙ୍ଗମାନଙ୍କ ସହ ଫ୍ରେଣ୍ଡସିପ୍ ଡେ' ପାଳନ କରୁଛନ୍ତି । ସେ ଏକ ଲୋକପ୍ରିୟ ଗୀତ 'କ୍ୟା ହୁଆ ତେରା ୱାଦା'ରେ ଏକ ମଜାଳିଆ ଭିଡିଓ ଗୀତ ଏବଂ ଡ୍ୟାନ୍ସ ପୋଷ୍ଟ କରିଛନ୍ତି, ଯାହାର କ୍ୟାପ୍‌ସନରେ ଲେଖା ଅଛି,' ସାଙ୍ଗମାନଙ୍କ ସହ ମଜା କରିବାର କୌଣସି ପ୍ରତିଯୋଗିତା ନାହିଁ । ପର୍ଯ୍ୟାୟ ଏବଂ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ । ମୋର ସାଙ୍ଗମାନେ ମୋର ଭିତର ପିଲାକୁ ବାହାରକୁ ଆଣି ଦେଇଛନ୍ତି । ଭଗବାନ ସମସ୍ତ ବନ୍ଧୁଙ୍କୁ ଆଶୀର୍ବାଦ କରନ୍ତୁ । ବନ୍ଧୁତା ଦିବସର ଶୁଭେଚ୍ଛା । ଏହି ପୋଷ୍ଟରେ ପ୍ରତିକ୍ରିୟା ଦେଇ ଅଭିନେତ୍ରୀ ଅର୍ଚ୍ଚନା ପୁରାଣ ସିଂ ଲେଖିଛନ୍ତି, ଏହା ଭଲ ଲାଗିଲା । ଅନ୍ୟପଟେ ଫ୍ୟାନ୍ସ ମଧ୍ୟ ଏହାକୁ ଲାଇକ୍‌ କରିବା ସହ ପ୍ରତିକ୍ରିୟାରେ ଅକ୍ଷୟଙ୍କୁ ଫ୍ରେଣ୍ଡସିପ୍ ଡେ' ଶୁଭେଚ୍ଛା ଜଣାଇଛନ୍ତି ।

ଏଥିସହିତ ଅନୁପମ ଖେର୍‌ ମଧ୍ୟ ତାଙ୍କର ବିଶେଷ ବନ୍ଧୁଙ୍କ ଫଟୋ ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରି ଫ୍ରେଣ୍ଡସିପ୍ ଡେ' ଶୁଭେଚ୍ଛା ଜଣାଇଛନ୍ତି । ଫଟୋ ସେୟାର କରି ସେ କ୍ୟାପ୍‌ସନ୍‌ରେ 'ହାପି ଫ୍ରେଣ୍ଡସିପ୍ ଡେ' ସହ ଲାଲ୍ ହାର୍ଟ ଇମୋଜି ଦେଇଛନ୍ତି । ଏଥିସହ ସେ ଲେଖିଛନ୍ତି, ଆଜି ସତୀଶଙ୍କ କଥା ବେଶ ମନେ ପଡ଼ୁଛି । ପ୍ରଥମ ଫଟୋରେ ଅନୁପମ ଖେର୍‌ ତାଙ୍କ ବନ୍ଧୁ ତଥା ଅଭିନେତା ଅନିଲ କପୁରଙ୍କ ସହ ପୋଜ୍ କରୁଥିବା ନଜର ଆସିଛନ୍ତି । ଦ୍ୱିତୀୟ ଫଟୋରେ ଅନୀଲ କପୁର ଅନୁପମ ଖେର୍‌ ଦିବଙ୍ଗତ ଅଭିନେତା ସତୀଶ କୌଶିକଙ୍କ ସହ ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜନ୍ମ ହେବାର 3 ମାସ ପରେ ଦେବୀଙ୍କ ହୋଇଥିଲା ହାର୍ଟ ସର୍ଜରୀ, ପୁରୁଣା କଥା ମନେ ପକାଇ ଭାଙ୍ଗି ପଡିଲେ ବିପାଶା

ସେହିପରି ଶିଳ୍ପା ଶେଟ୍ଟୀ ତାଙ୍କ ସାଙ୍ଗମାନଙ୍କ ସହ ଏକ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ସେ ତାଙ୍କ 'ଲେଡି ଗ୍ୟାଙ୍ଗ୍‌' ସହ ପୋଜ୍ କରୁଥିବା ନଜର ଆସିଛନ୍ତି । ଗୋଟିଏ ଫଟୋରେ, ସେ ସ୍ୱିମିଂପୁଲ୍‌ରେ ସାଙ୍ଗମାନଙ୍କ ସହ ମଜା କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ଫଟୋରେ, ସେ ତାଙ୍କ ଗ୍ୟାଙ୍ଗ୍‌ ସହିତ ଏକ ପାର୍ଟି ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details