ଓଡିଶା

odisha

ETV Bharat / entertainment

୨୬ ବର୍ଷରେ ଆଖି ବୁଜିଲେ ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡି' ଅର୍ମାସ - ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡି ଅର୍ମାସ

ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡି ଅର୍ମାସଙ୍କ ଦେହାନ୍ତ ହୋଇଛି । ଦୁଇ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ହେବା ପରେ ୨୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

୨୬ ବର୍ଷରେ ଆଖି ବୁଜିଲେ ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡି ଅର୍ମାସ
୨୬ ବର୍ଷରେ ଆଖି ବୁଜିଲେ ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡି ଅର୍ମାସ

By ETV Bharat Odisha Team

Published : Oct 16, 2023, 2:23 PM IST

ହାଇଦ୍ରାବାଦ:ଦୁନିଆକୁ ଅଲବିଦା କହିଲେ 2015 ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଉରୁଗୁଏରୁ ପ୍ରତିନିଧିତ୍ୱ କରିଥିବା ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡି ଅର୍ମାସ । ଦୁଇ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ ଶେରିକା । ସେ ଏଥିପାଇଁ କେମୋଥେରାପି ଏବଂ ରେଡିଓଥେରାପି ଚିକିତ୍ସା ମଧ୍ୟ କରାଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ମାତ୍ର ୨୬ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି ।

ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ଫ୍ୟାନ୍ସ ସମେତ ଅନେକ ସେଲିବ୍ରିଟିଙ୍କୁ ଚକିତ କରିଛି । ସମସ୍ତେ ଏନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶେରିକାଙ୍କ ବିୟୋଗରେ ତାଙ୍କ ଭାଇ ମୟକ ଡି' ଅର୍ମାସ୍ ସୋସିଆଲ ମିଡିଆରେ ଲେଖିଛନ୍ତି, ହମେସା ଉଚ୍ଚି ଉଡାନ ଭରୋ ଛୋଟି ବେହେନ୍‌ । ସେପଟେ ମିସ୍ ୟୁନିଭର୍ସ ଉରୁଗୁଏ 2022, କାର୍ଲା ରୋମେରୋ ତାଙ୍କ ବିୟୋଗରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, "ଏହି ଦୁନିଆରେ ସେ ସାକ୍ଷାତ କରିଥିବା ସବୁଠାରୁ ସୁନ୍ଦର ମହିଳାମାନଙ୍କ ମଧ୍ୟରୁ ଶେରିକା ଜଣେ ବୋଲି ବର୍ଣ୍ଣନା କରିଛନ୍ତି । ମିସ୍ ଉରୁଗୁଏ 2021 ଲୋଲା ଦେ ଲୋସ୍ ସାଣ୍ଟୋସ୍ ଶେରିକାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ସମର୍ଥନ, ଭଲପାଇବା ଏବଂ ବନ୍ଧୁତା ପାଇଁ ତାଙ୍କୁ ମନେ ପକାଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ:ଦୁନିଆକୁ ଅଲବିଦା କହିଲେ ଲୋକପ୍ରିୟ ଆର୍ଟ ନିର୍ଦ୍ଦେଶକ ମିଲନ ଫର୍ଣ୍ଣାଣ୍ଡିଜ

ଯଦିଓ ଚାଇନାରେ ଆୟୋଜିତ ହୋଇଥିବା 2015 ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଡି' ଅର୍ମାସ୍ ଶ୍ରେଷ୍ଠ 30 ରେ ସ୍ଥାନ ପାଇନାହାଁନ୍ତି, ମାତ୍ର 18 ବର୍ଷ ବୟସରେ ସେ ସର୍ବ କନିଷ୍ଠ ପ୍ରତିଯୋଗୀ ଭାବରେ ପରିଚିତ ହୋଇଥିଲେ । ଏକ ସାକ୍ଷାତକାରରେ, ସେ ମଡେଲିଂ ପ୍ରତି ତାଙ୍କର ଆଗ୍ରହ ଏବଂ ସୌନ୍ଦର୍ଯ୍ୟ ପେଜରେ ଅଂଶଗ୍ରହଣ କରିବାର ସ୍ୱପ୍ନକୁ ପ୍ରକାଶ କରି ନିଜ ଅଭିଜ୍ଞତାର ଚ୍ୟାଲେଞ୍ଜ ଏବଂ ଉତ୍ସାହକୁ ବର୍ଣ୍ଣନା କରିଥିଲେ । ତାଙ୍କ ପୃଷ୍ଠ ପୋଷକତା ବ୍ୟତୀତ, ଡି ଆର୍ମାସ୍ ନିଜର ମେକଅପ୍ ଲାଇନ୍ ଲଞ୍ଚ କରିଥିଲେ । ସେ ଷ୍ଟୁଡିଓର ନାଁରେ ହେୟାର ଏବଂ ପର୍ସନାଲ କେୟାର ପ୍ରଡକ୍ଟ ବିକ୍ରି କରୁଥିଲେ । ଏଥିସହ ସେ ପେରେଜ୍‌ ସ୍କ୍ରମିନି ଫାଉଣ୍ଡେସନ୍‌କୁ ମଧ୍ୟ ନିଜ ସମୟ ଦେଉଥିଲେ, ଯାହାକି କର୍କଟ ରୋଗରେ ପୀଡିତ ପିଲାଙ୍କ ଚିକିତ୍ସା କରେ ।

ଏହା ମଧ୍ୟ ପଢନ୍ତୁ:BFIରେ ‘ବ୍ୟାକିଂଘମ ମର୍ଡର’ର ପ୍ରିମିୟମ ରିଲିଜ, କରିନା କହିଲେ 23 ବର୍ଷ ଧରି ଅପେକ୍ଷା କରିଥିଲି ଏମିତି ରୋଲ ପାଇଁ

ABOUT THE AUTHOR

...view details