ଓଡିଶା

odisha

Hazel Keech Birthday: ଯୁବରାଜଙ୍କ ପତ୍ନୀ ହାଜେଲଙ୍କ ଜନ୍ମଦିନ, କୌଣସି ଫିଲ୍ମ କାହାଣୀଠୁ କମ୍ ନଥିଲା ଦୁହିଁଙ୍କ ଲଭ୍ ଷ୍ଟୋରୀ

By

Published : Feb 28, 2023, 11:00 AM IST

36ତମ ଜନ୍ମଦିନ ପାଳନ କରୁଛନ୍ତି ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂଙ୍କ ପତ୍ନୀ ହାଜେଲ କିଚ । ଜାଣନ୍ତୁ ଯୁବରାଜ-ହାଜେଲ ଲଭଷ୍ଟୋରୀ ସହ ହାଜେଲଙ୍କ ବଲିଉଡ କ୍ୟାରିୟର ସମ୍ପର୍କରେ

Yuvraj Singh Wife Hazel 37th Birthday on February 28
Yuvraj Singh Wife Hazel 37th Birthday on February 28

ନୂଆଦିଲ୍ଲୀ: ଆଜି ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ପତ୍ନୀ ହାଜେଲ କିଚଙ୍କ ଜନ୍ମଦିନ । ସେ ତାଙ୍କର 36ତମ ଜନ୍ମଦିନ ପାଳନ କରୁଛନ୍ତି । ହାଜେଲ ଜଣେ ବ୍ରିଟିଶ ମଡେଲ ସହିତ ବଲିଉଡ ଅଭିନେତ୍ରୀ ମଧ୍ୟ ଅଟନ୍ତି । 2016 ନଭେମ୍ବର 30ରେ ହାଜେଲ ଯୁବରାଜ ସିଂହଙ୍କୁ ବିବାହ କରିଥିଲେ । ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା, ଉଭୟଙ୍କ ଲଭଷ୍ଟୋରୀ ସହ ହାଜେଲଙ୍କ କ୍ୟାରିୟର ସମ୍ପର୍କରେ

ସୂଚନା ଅନୁସାରେ, 28 ଫେବୃଆରୀ 1987ରେ ଇଂଲଣ୍ଡର ଏସେକ୍ସରେ ଜନ୍ମ ହୋଇଥିଲେ ଅଭିନେତ୍ରୀ ହାଜେଲ କିଚ । ହାଜେଲଙ୍କ ପିତା ବ୍ରିଟିଶ ଏବଂ ମାତା ବିହାରୀ ଥିଲେ । ସେ ଇଂଲଣ୍ଡରେ ତାଙ୍କର ପାଠପଢା ସମାପ୍ତ କରିଥିଲେ । ପିଲାଦିନରୁ ହାଜେଲ ଭାରତୀୟ ଶାସ୍ତ୍ରୀୟ ଏବଂ ପାଶ୍ଚାତ୍ୟ ସଙ୍ଗୀତରେ ନୃତ୍ୟ କରିବା ସହ ଗୀତ ଗାଇବା ଏବଂ ଅଭିନୟ ମଧ୍ୟ କରୁଥିଲେ । ହାଜେଲ ଅନେକ ଟିଭି ସୋ' ଏବଂ ଚଳଚ୍ଚିତ୍ରରେ କାମ କରିଛନ୍ତି ।

ହାଜେଲ କିଚ 18 ବର୍ଷ ବୟସରେ ଛୁଟି କାଟିବା ପାଇଁ ଭାରତ ଆସିଥିବା ବେଳେ ମଡେଲିଂ ଅଫର ପାଇଥିଲେ । 2007ରେ ସେ ପ୍ରଥମ ତାମିଲ ଚଳଚ୍ଚିତ୍ର 'ବିଲା'ରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ପରେ 2011ରେ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ 'ବଡିଗାର୍ଡ'ରେ କରୀନା କପୁରଙ୍କ ବନ୍ଧୁ ଭୂମିକାରେ ଅଭିନୟ କରି ସେ ବେଶ୍ ଲୋକପ୍ରିୟତା ସାଉଁଟିଥିଲେ । ଏହାପରେ 2012 ଜୁନ 29 ତାରିଖରେ ସୋନୁ ସୁଦଙ୍କ ଚଳଚ୍ଚିତ୍ର ମ୍ୟାକ୍ସିମରେ ହାଜେଲ ଏକ ଆଇଟମ୍ ଗୀତ 'ଆ ଆଣ୍ଟେ ଅମାଲାପୁରମ୍' ନୃତ୍ୟାଭିନୟ କରିଥିଲେ । ଏଥିପାଇଁ ମଧ୍ୟ ହାଜେଲ ବେଶ ଲୋକପ୍ରିୟ ହୋଇପାରିଥିଲେ । 2013ରେ ସବୁଠୁ ବଡ ହିଟ୍ ଟିଭି ସୋ 'ବିଗ୍ ବସ୍ -7'ରେ ଅଂଶଗ୍ରହଣ କରିଥିଲେ । ଏହାବ୍ୟତୀତ ହାଜେଲ କମେଡି ସର୍କସ ଏବଂ ଝଲକ ଦିଖଲା ଜା ଶୋ’ରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କୁ ହଲିଉଡ୍ ଚଳଚ୍ଚିତ୍ର ହ୍ୟାରି ପୋଟର୍ ସିରିଜ୍ 3ରେ ଦେଖିବାକୁ ମିଳିଥିଲା ।

ସେହିପରି ହାଜେଲ-ଯୁବରାଜଙ୍କ ପ୍ରେମ କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ । ଯୁବରାଜଙ୍କ ଅନେକ ପ୍ରଶଂସକ ଥିବାବେଳେ ସେ ବ୍ରିଟିଶ ମଡେଲ ହାଜେଲଙ୍କ ପାଖରେ ହୃଦୟ ହାରିଥିଲେ । 2011ରେ ଜଣେ ବନ୍ଧୁଙ୍କ ଜନ୍ମଦିନ ପାର୍ଟିରେ ଦୁହିଁଙ୍କ ସାକ୍ଷାତ ହୋଇଥିଲା । ସେହିଠାରେ ହିଁ ଯୁବରାଜ ହାଜେଲଙ୍କୁ ଭଲ ପାଇ ବସିଥିଲେ । ପରେ ସୋସିଆଲ ମିଡିଆରେ କଥାବାର୍ତ୍ତା ପରେ ଯୁବରାଜ ଦିନେ ହାଜେଲଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ସେତେବେଳେ ସେ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିପାରିନଥିଲେ ।

ପରେ 2016 ନଭେମ୍ବର 30ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ସେଲିବ୍ରିଟି ଦମ୍ପତିଙ୍କ ଏକ ପୁତ୍ର ସନ୍ତାନ ମଧ୍ୟ ଅଛି । 2022 ଜାନୁୟାରୀ 25ରେ ତାଙ୍କର ପୁଅ ଓରିଅନ ଜନ୍ମ ନେଇଥିଲା । ତେବେ ଆଜିକାଲି ହାଜେଲ ତାଙ୍କ ବିବାହିତ ଜୀବନକୁ ବେଶ୍ ଉପଭୋଗ କରୁଛନ୍ତି ।

ABOUT THE AUTHOR

...view details