ହାଇଦ୍ରାବାଦ: ୟଶ ରାଜ ବ୍ୟାନରରେ ନିର୍ମିତ ଫିଲ୍ମ 'ଶମଶେରା'ର ପ୍ରଥମ ରୋମାଣ୍ଟିକ ଗୀତ 'ଫିତୁର' ଜୁଲାଇ 7 ରେ ମୁକ୍ତିଲାଭ କରିଛି । ଏହି ଗୀତରେ ରଣବୀର କପୁର ଏବଂ ବାଣୀ କପୁରଙ୍କ ଅଣ୍ଡର ୱାଟର ରୋମାନ୍ସ ଦେଖିବାକୁ ମିଳୁଛି। ଏହି ଫିଲ୍ମ ଜୁଲାଇ 22ରେ ମୁକ୍ତିଲାଭ କରିବାକୁ ଯାଉଛି । ଏହାପୂର୍ବରୁ ଫିଲ୍ମର ପ୍ରଥମ ଗୀତ 'ଜୀ ହୁଜୁର' ରିଲିଜ ହୋଇଥିଲା ।
ରୋମାଣ୍ଟିକ୍ ଗୀତ 'ଫିତୁର'କୁ ଅରିଜିତ ସିଂ ଏବଂ ନୀତି ମୋହନ ଗାଇଛନ୍ତି । ଜଣାଶୁଣା ସଂଗୀତକାର ମିଥୁନ ଏହି ଗୀତ ରଚନା କରିଛନ୍ତି ଏବଂ ଫିଲ୍ମର ନିର୍ଦ୍ଦେଶକ କରଣ ମଲହୋତ୍ରା ନିଜେ ଏହି ଗୀତର ଲିରିକ୍ସ ଲେଖିଛନ୍ତି । ଏହି ଗୀତରେ ରଣବୀର କପୁର ଏବଂ ବାଣୀ କପୁରଙ୍କ ମଧ୍ୟରେ ଥିବା ରୋମାନ୍ସ ଦେଖିବାକୁ ମିଳୁଛି। ଫିଲ୍ମର ଏହି ଗୀତଟି ଏକ ସୁନ୍ଦର ସ୍ଥାନରେ ସୁଟିଂ କରାଯାଇଛି । କହିବାକୁ ଗଲେ ରଣବୀର କପୁର ଏବଂ ବାଣୀ କପୁର ଏହି ଫିଲ୍ମର ପ୍ରମୋସନରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି ।