ଓଡିଶା

odisha

RagNeeti wedding: ରାଘବଙ୍କ ସହ ପରିଣୀତି, ସାମ୍ନାକୁ ଆସିଲା ଓ୍ୱେଡିଂ ରିସେପ୍ସନ୍ ଫଟୋ

By ETV Bharat Odisha Team

Published : Sep 25, 2023, 7:08 AM IST

ପରିଣୀତି ଚୋପ୍ରା ଏବଂ ରାଘବ ଚଢା ତାଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କ ଖୁସି କହିଲେ ନସରେ । ବିବାହ ପରେ ବର୍ତ୍ତମାନ ସେମାନଙ୍କ ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଅଧିକ ପଢନ୍ତୁ

ରାଘବଙ୍କ ସହ ପରିଣୀତି
ରାଘବଙ୍କ ସହ ପରିଣୀତି

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ସାଂସଦ ରାଘବ ଚଢା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଦୁହେଁ ରାଜସ୍ଥାନର ଐତିହାସିକ ସହର ଉଦୟପୁରରେ ସାତ ଫେରା ନେଇଛନ୍ତି । ଏହି ବିଶେଷ ଉତ୍ସବରେ ଲୋକଙ୍କ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି ଏବଂ ନବ ବିବାହିତ ଦମ୍ପତିଙ୍କୁ ଚାରି ଆଡୁ ବିବାହ ଶୁଭେଚ୍ଛା ଓ ଶୁଭକାମନା ମିଳୁଛି । ରିସେପ୍ସନ୍ ସମୟରେ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଫଟୋରେ ଦୁହେଁ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି । ଫଟୋ ଆସିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ପରିଣୀତି ଚାପ୍ରା ଏବଂ ରାଘବ ଚଢା ଉଦୟପୁରର ଲୀଲା ପ୍ୟାଲେସରେ ବିବାହ କରିଥିଲେ । ବିବାହ ପୂର୍ବରୁ ରିସେପ୍ସନର ଫଟୋ ସାମ୍ନାକୁ ଆସିଛି । ଫଟୋରେ ସେଲିବ୍ରିଟି ନବ ଦମ୍ପତି ସୁନ୍ଦର ଦେଖାଯାଉଛନ୍ତି । ଫଟୋରେ ପରିଣୀତି ଚୋପ୍ରା ଗୋଲାପି ରଙ୍ଗର ଶାଢୀରେ ନଜର ଆସିଛନ୍ତି । ହୀରା ହାରରେ ସେ ନିଜ ଲୁକକୁ ପୂରା କରିଛନ୍ତି । ରାଘବଙ୍କ ବିଷୟରେ କହିବା ତ, ସେ କଳାଧଳା ପୋଷାକରେ ହ୍ୟାଣ୍ଡସମ୍‌ ଦେଖାଯାଉଛନ୍ତି ।

ବିବାହ କାର୍ଯ୍ୟକ୍ରମରେ ରାଜନୈତିକ ଦୁନିଆର ଅନେକ ବଡ଼ବଡ଼ ରାଜନେତା ମଧ୍ୟ ଯୋଗ ଦେଇଥିଲେ । ବିବାହର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିବାହ ଉତ୍ସବରେ ପହଞ୍ଚିଥିଲେ । ତାଙ୍କ ବ୍ୟତୀତ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ଏହି ସ୍ଥାନରେ ନଜର ଆସିଥିଲେ । ଉଭୟଙ୍କୁ ଉକ୍ତ ସ୍ଥାନରେ ସ୍ୱାଗତ କରାଯାଇଥିଲା । ଏହା ବ୍ୟତୀତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମଧ୍ୟ ନବ ଦମ୍ପତିଙ୍କୁ ରିସେପ୍ସନରେ ଆଶୀର୍ବାଦ ଦେବେ ବୋଲି ଖବର ଆସିଥିଲା । କିନ୍ତୁ ପାଗ ଖରାପ ହେତୁ ସେ ଯୋଗ ଦେଇପାରିନଥିଲେ ।

ଏହା ମଧ୍ୟ ପଢନ୍ତୁ: RagNeeti wedding: ସାତଜନ୍ମର ସାଥୀ ହେଲେ ରାଘବ-ପରିଣୀତି, ସରିଲା ବିବାହ

ଆସିଲେ ନାହିଁ ମିମି ଦିଦି (ପ୍ରିୟଙ୍କା ଚୋପ୍ରା)

ପରିଣୀତିଙ୍କ ବିବାହରେ ବହୁ ଅତିଥି ଯୋଗ ଦେଇଥିଲେ କିନ୍ତୁ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ନଜର ଆସିନଥିଲେ । ଏହି ଅବସରରେ ପରିଣୀତିଙ୍କ ସମ୍ପର୍କୀୟ ଭଉଣୀ ମିମି ଦିଦି ଅର୍ଥାତ୍ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅନୁପସ୍ଥିତ ଥିଲେ। ପରିଣୀତିଙ୍କ ସ୍ୱତନ୍ତ୍ର ବନ୍ଧୁ ସାନିଆ ମିର୍ଜା ଏହି ବିବାହର ଏକ ଅଂଶ ହୋଇଥିଲେ । ଏହା ବ୍ୟତୀତ ଅଭିନେତ୍ରୀ ଭାଗ୍ୟଶ୍ରୀ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଏହି ବିବାହରେ ଟିଭି ଜଗତର ଅଭିନେତା ଶରଦ ସାଙ୍କଲା ଯୋଗ ଦେଇଥିଲେ । ତାଙ୍କୁ ବିମାନବନ୍ଦରରେ ସ୍ପଷ୍ଟ କରାଯାଇଥିଲା । ତାରକ ମେହେତା କା ଉଲ୍‌ଟା ଚଷମାରେ ଅବଦୁଲଙ୍କ ଭୂମିକାରେ ଅଭିନୟ କରି ଶରଦ ଲାଇମ୍‌ଲାଇଟ୍‌କୁ ଆସିଥିଲେ ।

ABOUT THE AUTHOR

...view details