ଭୁବନେଶ୍ବର: ନୂଆ ବର୍ଷରେ ବଡ ପରଦାରେ ଆସିବାକୁ ଯାଉଛି ସବ୍ୟସାଚୀ (Ollywood Actor Sabyasachi Mishra)ଙ୍କ ନୂଆ ଚଳଚ୍ଚିତ୍ର 'ପୁଷ୍କରା' (Ollywood Movie Pushkara) । ଆଜି ଚଳଚ୍ଚିତ୍ରର ଫାଷ୍ଟଲୁକ ରିଲିଜ ହୋଇଛି (Pushkara Movie First Look) । ଓଡ଼ିଆ ଉପନ୍ୟାସ ଉପରେ ଏହି ଫିଲ୍ମ ଆଧାରିତ ହୋଇଥିବା ବେଳେ ସବ୍ୟସାଚୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏନେଇ ସୂଚନା ଦେଇଛନ୍ତି ।
ଓଡ଼ିଆ ଉପନ୍ୟାସ 'ନଡା ବିନ୍ଦୁ'ରୁ ପ୍ରସ୍ତୁତ ହେବ ଚଳଚିତ୍ର ପୁଷ୍କରା । ଏନେଇ ସବ୍ୟସାଚୀ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଆଉ ଲେଖିଛନ୍ତି, "ଏକ ନୂଆ ଓ ରୋମାଞ୍ଚକର ଯାତ୍ରା ନୂଆ ବର୍ଷରେ ଆରମ୍ଭ ହେବାକୁ ଯାଉଛି । କାରଣ ପ୍ରଥମ ଥର ପାଇଁ ଉପନ୍ୟାସରୁ ପ୍ରସ୍ତୁତ ସିନେମାରେ ମୁଁ ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ ଯାଉଛି । ଏହାକୁ ନେଇ ମୁଁ ବହୁତ ଖୁସି । ଉପନ୍ୟାସ ନଡା ବିନ୍ଦୁରୁ ଏହି ସିନେମା ପ୍ରସ୍ତୁତ ହେଉଥିବା ବେଳେ ବଡ ବଜେଟକୁ ନେଇ ଆସୁଛି," ବୋଲି ସେ ଲେଖିଛନ୍ତି ।