ଓଡିଶା

odisha

ରଣଭୀର ସିଂଙ୍କ ନାଁରେ FIR, ତୁରନ୍ତ ଗିରଫ ଦାବି

By

Published : Jul 26, 2022, 1:05 PM IST

Updated : Jul 26, 2022, 1:35 PM IST

ମୁମ୍ବାଇରେ ରଣଭୀରଙ୍କ ନଗ୍ନ ଫଟୋକୁ ନେଇ FIR ରୁଜୁ ହେଇଛି । ତା ସହିତ ତାଙ୍କ ଗିରଫଦାରୀ ପାଇଁ ଦାବି କରାଯାଇଛି । ଅଧିକ ପଢନ୍ତୁ

ରଣଭୀର ସିଂଙ୍କ ନାଁରେ ଏଫଆଇଆର, ତୁରନ୍ତ ଗିରଫ କରିବାକୁ ଦାବି
ରଣଭୀର ସିଂଙ୍କ ନାଁରେ ଏଫଆଇଆର, ତୁରନ୍ତ ଗିରଫ କରିବାକୁ ଦାବି

ମୁମ୍ବାଇ:ରଣଭୀର ସିଂଙ୍କୁ ବୋଲ୍ଡ ଫଟୋସୁଟ୍ କରିବା ପଡିଲା ମହଙ୍ଗା । ନ୍ୟୁଡ ଫଟୋସୁଟ୍ ମାମଲାରେ ଅଭିନେତା ରଣଭୀର ସିଂଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏକ ଏଫ୍ଆଇଆର୍ ପଞ୍ଜିକରଣ କରିଛି । ତା ସହିତ ତାଙ୍କ ଗିରଫଦାରୀ ପାଇଁ ଦାବି କରାଯାଇଛି । ଏକ ଲୋକପ୍ରିୟ ପତ୍ରିକା ପାଇଁ କରାଯାଇଥିବା ଫଟୋସୁଟ୍‌କୁ ନେଇ ଜଣେ ସାମାଜିକ କର୍ମୀ ଚେମ୍ବୁର ପୋଲିସ ଷ୍ଟେସନରେ ଗୋଟିଏ ଦିନ ପୂର୍ବରୁ ମାମଲା ଦାୟର କରିଥିଲେ । ଏହାପରେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରିଛି ।

ଏହା ବି ପଢନ୍ତୁ: ବଢିପାରେ ରଣଭୀର ସିଂଙ୍କ ଅଡୁଆ, ମୁମ୍ବାଇ ଥାନାରେ ପହଞ୍ଚିଲା ମାମଲା

ରଣଭୀର ସିଂଙ୍କ ବିରୋଧରେ ଆଇପିସି ଧାରା 292, 293 ଏବଂ 509ରେ ମାମଲା ରୁଜୁ କରାଯାଇଛି । ତା ସହିତ ଆଇଟି ଆକ୍ଟର ସେକ୍ସନ ୬୭ ଏ ଆଧାରରେ ମଧ୍ୟ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ରଣଭୀର ସିଂଙ୍କ ବିରୋଧରେ ଏହି ଅଭିଯୋଗ ସୋମବାର ଏକ ଅଣ-ସରକାରୀ ସଂଗଠନ (ଏନଜିଓ) ଦ୍ୱାରା ଦାଖଲ କରାଯାଇଥିଲା। ଏହି ସଂସ୍ଥାର ନାମ ହେଉଛି ଶ୍ୟାମ ମଙ୍ଗାରାମ ଫାଉଣ୍ଡେସନ୍ । ସଂଗଠନର ଜଣେ ପ୍ରତିନିଧୀ ସାମାଜିକ କର୍ମୀ ରଣଭୀର ସିଂଙ୍କ ବିରୋଧରେ ମୁମ୍ବାଇର ଚେମ୍ବୁର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।

ରଣଭୀର ସିଂଙ୍କ ବିରୋଧରେ ଦାଖଲ ହୋଇଥିବା ଏହି ଅଭିଯୋଗରେ ଏହା ଲେଖାଥିଲା, “ଆମେ ଗତ 6ବର୍ଷ ଧରି ଶିଶୁ ଓ ବିଧବା ମହିଳାଙ୍କ ଉତ୍ତମ ଭବିଷ୍ୟତ ପାଇଁ କାର୍ଯ୍ୟ କରୁଛୁ । ଗତ ସପ୍ତାହରେ ଆମେ ଦେଖିଲୁ ବଲିଉଡ ଅଭିନେତା ରଣଭୀର ସିଂଙ୍କ ଅନେକ ନ୍ୟୁଡ (ନଗ୍ନ) ଫଟୋ ଭାଇରାଲ ହେଉଛି । ଏହି ଫଟୋଗୁଡିକ ଯେପରି ନିଆଯାଇଛି, ଯେକୌଣସି ମହିଳା କିମ୍ବା ପୁରୁଷ ତାଙ୍କୁ ଦେଖି ଲଜ୍ଜିତ ହେବେ ।"

ସଂସ୍କୃତି ନଷ୍ଟ କରିଥିବା ଅଭିଯୋଗ ହୋଇଛି

ଏହି ଫଟୋସୁଟ ଯୋଗୁଁ ରଣଭୀର ସିଂ ଗତ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ । ଏଥିପାଇଁ ତାଙ୍କୁ ଟ୍ରୋଲ କରାଯାଇଥିଲା । ତାଙ୍କୁ ମଧ୍ୟ ସମାଲୋଚନା କରାଯାଇଥିଲା । ଯଦିଓ ଅନେକ ସେଲିବ୍ରେଟ୍ ତାଙ୍କୁ ସମର୍ଥନ କରିଛନ୍ତି । ତାଙ୍କର ନ୍ୟୁଡ ଫଟୋସୁଟକୁ ଅଭିନେତାଙ୍କର ଏକ ସାହସିକ ପଦକ୍ଷେପ ବୋଲି ବର୍ଣ୍ଣନା କରାଯାଇଛି । କିନ୍ତୁ ଅନେକ ଲୋକ ଦେଶର ସମାଜିକତା ଏବଂ ସଂସ୍କୃତିକୁ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି । ତେଣୁ ଏହି ସବୁ ଫଟୋକୁ ସୋସିଆଲ୍ ମିଡିଆରୁ ହଟାଇବାକୁ ସେ ଦାବି କରିଛନ୍ତି । ସୋମବାର ଏହି ଘଟଣାରେ ଅଭିଯୋଗ ହେବା ପରେ ମଙ୍ଗଳବାର FIR ରୁଜୁ ହୋଇଥିବା ଜଣାପଡିଛି ।

Last Updated : Jul 26, 2022, 1:35 PM IST

ABOUT THE AUTHOR

...view details