ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ବିଜୟ ଆନନ୍ଦଙ୍କ ପତ୍ନୀ ସୁଷମା ଆନନ୍ଦଙ୍କର ରବିବାର ଦେହାନ୍ତ ହୋଇଛି । 70 ବର୍ଷୀୟା ସୁଷମା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସୂଚନା ଅନୁଯାୟୀ, ଆଜି (ଅଗଷ୍ଟ 28) ସକାଳ 11 ଟାରେ ସୁଷମାଙ୍କର ଅନ୍ତିମ ସଂସ୍କାର କରାଯିବ ଏବଂ ଏହା ପୂର୍ବରୁ ତାଙ୍କ ପାର୍ଥୀବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ରଖାଯିବ । ତାଙ୍କ ଦେହାନ୍ତ ଖବର ଯୋଗୁଁ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।
ସୁଷମା ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ ଏବଂ କୁହାଯାଉଛି ଯେ ତାଙ୍କ ମୃତ୍ୟୁର କାରଣ ହୃଦଘାତ । ତାଙ୍କ ମ୍ୟାନେଜରଙ୍କ କହିବାନୁସାରେ, ସୁଷମା ହଠାତ୍ ତଳେ ପଡ଼ିଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କ ପରିବାର ଡାକ୍ତରଙ୍କୁ ଡକାଯାଇଥିଲା, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ତାଙ୍କ ମୃତଦେହକୁ ଡାକ୍ତରଖାନା ନିଆଯାଇଥିଲା, ମୃତ୍ୟୁର କାରଣ ହୃଦ୍ଘାତ ବୋଲି କହିଥିଲେ ଡାକ୍ତର । ଆଜି (ଅଗଷ୍ଟ 28) ସୁଷମାଙ୍କର ଶେଷ ରୀତିନୀତି କରାଯିବ । ବିଜୟଙ୍କ ମୃତ୍ୟୁର 19 ବର୍ଷ ପରେ ସୁଷମା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବିଜୟ ଆନନ୍ଦ ଗୋଲ୍ଡି ଆନନ୍ଦ ନାମରେ ମଧ୍ୟ ଜଣାଶୁଣା । ସେ 'ଗାଇଡ୍', 'ତିସରୀ ମଞ୍ଜିଲ୍', 'ଜୁଏଲ୍ ଥିକ୍' ଭଳି ଚଳଚ୍ଚିତ୍ର ଦେଇଥିଲେ । 2004 ମସିହାରେ ବିଜୟଙ୍କର ଦେହାନ୍ତ ହୋଇଥିଲା । ପ୍ରସିଦ୍ଧ ଅଭିନେତା ଦେବ ଆନନ୍ଦଙ୍କ ଭାଇ ହେଉଛନ୍ତି ବିଜୟ ଆନନ୍ଦ ।
ଏହା ମଧ୍ୟ ପଢନ୍ତୁ:Jawan vs Salaar: ଶାହାରୁଖଙ୍କ ଉପରେ ଭାରି ପଡିବେ କି ବାହୁବଲୀ ? ସାମ୍ନାକୁ ଆସିଲା ନୂଆ ଟ୍ବିଷ୍ଟ