ହାଇଦ୍ରାବାଦ: ପୁଣି ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିକୁ ଝଟକା । ବଲିଉଡର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କୁଲଜିତ ପଲଙ୍କ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ସହ ଶଯ୍ୟାଶୟୀ ଥିଲେ । ତେବେ ଶନିବାର ଦିନ ଅର୍ଥାତ୍ ଜୁନ୍ 24ରେ ସେ ହୃଦଘାତରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 90 ବର୍ଷ ହୋଇଥିଲା । ତାଙ୍କର ଅନ୍ତିମସଂସ୍କାର ଆଜି ମଧ୍ୟାହ୍ନ 12ଟା ସମୟରେ ସାଣ୍ଟାକ୍ରୁଜ୍ ଶ୍ମଶାନରେ କରାଯିବ । ଅମର ଆତ୍ମାର ଶାନ୍ତି ପାଇଁ ଜୁନ୍ 29ରେ ଅପରାହ୍ନ 5 ଟାରୁ 6ଟା ମଧ୍ୟରେ ଏକ ପ୍ରାର୍ଥନା ସଭା ମଧ୍ୟ ଆୟୋଜିତ ହେବ ବୋଲି ସୂଚନା ରହିଛି ।
ହୃଦଘାତରେ ଫିଲ୍ମ ନିର୍ମାତା କୁଲଜିତ ପାଲଙ୍କ ଦେହାନ୍ତ - ହୃଦଘାତରେ ଚଳଚ୍ଚିତ୍ର ନିର୍ମାତା କୁଲଜିତ ପଲଙ୍କ ଦେହାନ୍ତ
ଆରପାରିରେ ଚଳଚ୍ଚିତ୍ର ନିର୍ମାତା କୁଲଜିତ ପାଲ । ହୃଦଘାତରେ 90 ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଆଜି ତାଙ୍କର ଶେଷ ରୀତିନୀତି ମୁମ୍ବାଇର ସାଣ୍ଟାକ୍ରୁଜ୍ ଶ୍ମଶାନରେ ହେବ । ଅଧିକ ପଢନ୍ତୁ,
![ହୃଦଘାତରେ ଫିଲ୍ମ ନିର୍ମାତା କୁଲଜିତ ପାଲଙ୍କ ଦେହାନ୍ତ Etv Bharat](https://etvbharatimages.akamaized.net/etvbharat/prod-images/25-06-2023/1200-675-18840576-thumbnail-16x9-p.jpg)
କୁଲଜିତ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । 24 ଜୁନରେ ହୃଦଘାତରେ ସେ ଦୁନିଆକୁ ଅଲବିଦା କହିଛନ୍ତି । କୁଲଜିତଙ୍କ ମୃତ୍ୟୁ ନେଇ ତାଙ୍କ ମ୍ୟାନେଜର ସଞ୍ଜୟ ବାଜପେୟୀ ସୂଚନା ଦେଇଛନ୍ତି । ତାଙ୍କ ବିୟୋଗରେ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଖବର ଶୁଣି ଅନେକ ସେଲିବ୍ରିଟି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାରକୁ ସମବେଦନା ଜଣାଇଛନ୍ତି । ଜୁନ୍ 29ରେ କୁଲଜିତ ପଲଙ୍କ ଆତ୍ମାର ସଦଗତି ପାଇଁ ଏକ ପ୍ରାର୍ଥନା ସଭା ଆୟୋଜିତ ହେବ । ଇଣ୍ଡଷ୍ଟ୍ରିର ସମସ୍ତ ସେଲିବ୍ରିଟି ଏଥିରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ତାଙ୍କର ଶେଷକୃତ୍ୟ ଆଜି ମୁମ୍ବାଇ ସାଣ୍ଟାକ୍ରୁଜ୍ ଶ୍ମଶାନରେ ସମ୍ପନ୍ନ କରାଯିବ ।
ସୂଚନା ଥାଉକି, କୁଲଜିତ ପାଲ ବଲିଉଡ ଅଭିନେତ୍ରୀ ରେଖାଙ୍କୁ ପ୍ରଥମ ଅଫର ଦେଇଥିଲେ । ହେଲେ କୌଣସି କାରଣରୁ ସେହି ଚଳଚ୍ଚିତ୍ରଟି ରିଲିଜ ହୋଇପାରି ନଥିଲା । ଏଥିସହ ସେ ନିଜ ଝିଅ ଅନୁ ପଲଙ୍କୁ ମଧ୍ୟ ଅଫର ଦେଇଥିଲେ । ତାଙ୍କୁ 'ଆଜ' ଚଳଚ୍ଚିତ୍ରରେ ସୁଯୋଗ ମିଳିଥିଲା । ଯେଉଁଥିରେ ଅକ୍ଷୟ କୁମାର ତାଙ୍କ ମାର୍ଶଲ ଆର୍ଟ ଟ୍ରେନର ଭୂମିକାରେ ନଜର ଆସିଥିଲେ । କିନ୍ତୁ ଏଥିରେ ତାଙ୍କ ଚେହେରା ଦେଖାଯାଇ ନଥିଲା । ବର୍ତ୍ତମାନ ସେ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାକୁ ସଂଘର୍ଷ କରୁଛନ୍ତି । ସେପଟେ କୁଲଜିତ ପଲ ତାଙ୍କ କ୍ୟାରିୟରରେ ଅର୍ଥ, ଆଜ, ପରମାତ୍ମା, ଭାସନା, ଦୋ ଶିକାରୀ ଏବଂ ଆଶିଆନା ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । କିଛି ସପ୍ତାହ ପୂର୍ବରୁ ସେ ସଂପୂର୍ଣ୍ଣ ସିନେମାରେ ଏକ ସାର୍ବଜନୀନ ବିଜ୍ଞପ୍ତି ପ୍ରକାଶ କରିଥିଲେ ଯେ ସେ ଅର୍ଥର ରିମେକ୍ ଅଧିକାର ଚୁକ୍ତିନାମାକୁ ବାତିଲ କରିଛନ୍ତି ।