ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତର ସବୁଠୁ ସମ୍ମାନଜନକ ଆୱାର୍ଡ ଶୋ' ଫିଲ୍ମଫେୟାର୍ ଆୱାର୍ଡ । ଏହି ସମ୍ମାନରେ ସମ୍ମାନିତ ହେବା ପାଇଁ ପ୍ରତିଟି ବଲିଉଡ୍ କଳାକାରଙ୍କର ସ୍ବପ୍ନ ଥାଏ । 'ବ୍ଲାକ୍ ଲେଡି'କୁ ହାସଲ୍ କରିବାର ସ୍ବପ୍ନ ନେଇ ଦେଶର କୋଣ ଅନୁକୋଣରୁ କଳାକାର ଧାଇଁ ଆସିଥାନ୍ତି ମାୟାନଗରୀ ମୁମ୍ବାଇକୁ । ଆଉ ଏହି ସ୍ବପ୍ନର ସମ୍ମାନ ଫିଲ୍ମଫେୟାର୍ ଆୱାର୍ଡର 68ତମ ସଂସ୍କରଣ ଗତକାଲି(ଅପ୍ରେଲ 27)ରେ ମୁମ୍ବାଇରେ ଉଦ୍ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଲିଆ ଭଟ୍ଟଙ୍କ ଅଭିନୀତ 'ଗଙ୍ଗୁବାଇ କାଠିଆୱାଡି'କୁ ଶ୍ରେଷ୍ଠ ହିନ୍ଦୀ ସିନେମା ସମ୍ମାନରେ ସମ୍ମାନିତ କରାଯାଇଛି ।
ସେହିପରି ବେଷ୍ଟ୍ କ୍ରିଟିକ୍ସ ଫିଲ୍ମ ସମ୍ମାନ 'ବଧାଇ ଦୋ'କୁ ଦିଆଯାଇ ଥିବାବେଳେ ଏହି ସିନେମାରେ ଅଭିନୟ କରିଥିବା ରାଜକୁମାର ରାଓଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ମିଳିଛି । 'ଗଙ୍ଗୁବାଇ କାଠିଆୱାଡି'ରେ ଚମତ୍କାର ଅଭିନୟ ପାଇଁ ଆଲିଆଙ୍କୁ ବେଷ୍ଟ୍ ଆକ୍ଟ୍ରେସ୍(ଶ୍ରେଷ୍ଠ ଅଭିନେତ୍ରୀ) ସମ୍ମାନ ଦିଆଯାଇଛି । 1954ରେ କଳାକାରଙ୍କ ଶ୍ରେଷ୍ଠତା ପ୍ରଦର୍ଶନକୁ ସମ୍ମାନ ଜଣାଇବା ପାଇଁ ଆରମ୍ଭ ହୋଇଥିଲା 'ଫିଲ୍ମଫେୟାର୍ ଆୱାର୍ଡ' ଶୋ' । ତେବେ ବର୍ଷ 2023 ପାଇଁ ଅନ୍ୟ କେଉଁମାନେ ଏହି ସମ୍ମାନ ପାଇବାର ସୌଭାଗ୍ୟ ହାସଲ କରିଛନ୍ତି, ଜାଣନ୍ତୁ...
ବିଜେତା ତାଲିକା:-
ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର: ଗଙ୍ଗୁବାଇ କାଠିଆୱାଡି
ଶ୍ରେଷ୍ଠ ଚଳଚ୍ଚିତ୍ର(କ୍ରିଟିକ୍ସ): ବଧାଇ ଦୋ
ଶ୍ରେଷ୍ଠ ଅଭିନେତା(ପୁରୁଷ): ବଧାଇ ଦୋ ପାଇଁ ରାଜକୁମାର ରାଓ
ଶ୍ରେଷ୍ଠ ଅଭିନେତ୍ରୀ(ମହିଳା): ଗଙ୍ଗୁବାଇ କାଠିଆୱାଡି ପାଇଁ ଆଲିଆ ଭଟ୍ଟ
ଶ୍ରେଷ୍ଠ ଅଭିନେତା(କ୍ରିଟିକ୍ସ): ବଦ୍ଧ ପାଇଁ ସଞ୍ଜୟ ମିଶ୍ର
ଶ୍ରେଷ୍ଠ ଅଭିନେତ୍ରୀ(କ୍ରିଟିକ୍ସ): ବଧାଇ ଦୋ ପାଇଁ ଭୂମି ପେଡନେକର ଏବଂ ଭୁଲ୍ ଭୁଲିଆ-2 ପାଇଁ ତବୁ
ଶ୍ରେଷ୍ଠ ନିର୍ଦ୍ଦେଶକ: ଗଙ୍ଗୁବାଇ କାଠିଆୱାଡି ପାଇଁ ସଞ୍ଜୟ ଲୀଲା ବନସାଲୀ
ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା: ଜୁଗ୍ ଜୁଗ୍ ଜିଓ ପାଇଁ ଅନିଲ କପୁର
ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତ୍ରୀ: ବଧାଇ ଦୋ ପାଇଁ ଶିବା ଚଢା
ବେଷ୍ଟ୍ ମ୍ୟୁଜିକ୍ ଆଲବମ୍: ବ୍ରହ୍ମାସ୍ତ୍ର ପାଇଁ ପ୍ରୀତମ୍: ଭାଗ ପ୍ରଥମ- ଶିବା
ଶ୍ରେଷ୍ଠ ସଂଳାପ(ଡାଏଲଗ୍): ଗଙ୍ଗୁବାଇ କାଠିଆୱାଡି ପାଇଁ ପ୍ରକାଶ କପଡିଆ ଏବଂ ଉତ୍କର୍ଷିନୀ ବୈଶିଷ୍ଠ
ଶ୍ରେଷ୍ଠ ଚିତ୍ରନାଟ୍ୟ: ବଧାଇ ଦୋ ପାଇଁ ଅକ୍ଷତ ଘିଲ୍ଡିଆଲ୍, ସୁମନ ଅଧିକାରୀ ଏବଂ ହର୍ଷବର୍ଦ୍ଧନ କୁଳକର୍ଣ୍ଣି
ଶ୍ରେଷ୍ଠ କାହାଣୀ(ଷ୍ଟୋରୀ): ବଧାଇ ଦୋ ପାଇଁ ଅକ୍ଷତ ଘିଲ୍ଡିଆଲ୍ ଏବଂ ସୁମନ ଅଧିକାରୀ
ଶ୍ରେଷ୍ଠ ଡେବ୍ୟୁ(ପୁରୁଷ): ଝୁଣ୍ଡ ପାଇଁ ଅଙ୍କୁଶ ଗେଦମ୍