ଓଡିଶା

odisha

ETV Bharat / entertainment

ପ୍ରଥମ ଥର ଦର୍ଶକଙ୍କ ସହ ଏକାଠି ଦମନ ସିନେମା ଦେଖିଲେ ଫିଲ୍ମ ଷ୍ଟାର

ଓଲିଉଡ଼ରେ ବର୍ତ୍ତମାନ ଏକ ଚର୍ଚ୍ଚିତ ଚଳଚ୍ଚିତ୍ର ଭାବେ ଦମନ କୋରାପୁଟରେ ଚହଳ ପକାଇଛି । ପ୍ରଥମ ଥର ଦର୍ଶକଙ୍କ ସହ ଏକାଠି ଦମନ ସିନେମା ଦେଖିଛନ୍ତି ଫିଲ୍ମ ଷ୍ଟାର । ଅଧିକ ପଢନ୍ତୁ

ପ୍ରଥମ ଥର ଦର୍ଶକଙ୍କ ସହ ଏକାଠି ଦମନ ସିନେମା ଦେଖିଲେ ଫିଲ୍ମ ଷ୍ଟାର
ପ୍ରଥମ ଥର ଦର୍ଶକଙ୍କ ସହ ଏକାଠି ଦମନ ସିନେମା ଦେଖିଲେ ଫିଲ୍ମ ଷ୍ଟାର

By

Published : Nov 22, 2022, 5:03 PM IST

Updated : Nov 22, 2022, 9:36 PM IST

କୋରାପୁଟ: ଓଲିଉଡ଼ରେ ବର୍ତ୍ତମାନ ଏକ ଚର୍ଚ୍ଚିତ ଚଳଚ୍ଚିତ୍ର ଭାବେ 'ଦମନ' କୋରାପୁଟରେ ଚହଳ ପକାଇଛି । ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତାଙ୍କ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ନିର୍ମାଣର ବିଭିନ୍ନ ଭୂମିକାରେ ସଫଳତାର ସହ ଯୋଗଦାନ କରିଥିବା ବ୍ୟକ୍ତି ଓ କଳାପ୍ରେମୀ ମଧ୍ୟ ବୃହତ୍ତର କୋରାପୁଟର ବାସିନ୍ଦା ହୋଇଥିବା ଯୋଗୁଁ କୋରାପୁଟ ଓଡ଼ିଆ ଫିଲ୍ମ ଜଗତକୁ କିଛି ନୂତନତ୍ବ ଦେବାରେ ସକ୍ଷମ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ପ୍ରଥମ ଥର ଦର୍ଶକଙ୍କ ସହ ଏକାଠି ଦମନ ସିନେମା ଦେଖିଲେ ଫିଲ୍ମ ଷ୍ଟାର

ଏହି ଚଳଚ୍ଚିତ୍ରରେ କୋରାପୁଟ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସ୍ଥାନିତ କରିବାସହ ଏଠାକାର ଆଦିବାସୀ ଜନଜିବନକୁ ଉପସ୍ଥାପନ କରାଯାଇଛି । ମାଲକାନଗିରି ଅଞ୍ଚଳରେ ନିକଟ ଅତୀତରେ ଡାକ୍ତର , ଅଙ୍ଗନବାଡ଼ି କର୍ମୀ ଓ ଅନ୍ୟାନ୍ୟ ସହଯୋଗୀଙ୍କ ମାଧ୍ୟମରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିବା ଘଟଣାକୁ ଏକ ଚଳଚ୍ଚିତ୍ର ଭାବେ ଉପସ୍ଥାପନ କରାଯାଇଛି । ଏଥିଯୋଗୁଁ ଏହା ଅଧିକ ଜନାଦୃତ ହୋଇପାରିଛି । ଏସଂପର୍କରେ ଚଳଚ୍ଚିତ୍ର ର ପ୍ରଯୋଜନାରେ ପ୍ରମୁଖ ଦାୟିତ୍ଵ ନିଭାଇଥିବା ସୁନାବେଡ଼ାର କଳାକାର ସମୀର ମହାପାତ୍ର ଜଣାଇଛନ୍ତି ।

କୋରାପୁଟ ଅଞ୍ଚଳର କଳାକାରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ କୋରାପୁଟ, ରାୟଗଡ଼ା ଓ ଜୟପୁର ଭଳି ସହରରେ ଯେଉଁଭଳି ଆଗ୍ରହ ସୃଷ୍ଟି ହୋଇଛି । ସେଥିରେ ଅଭିଭୂତ ହୋଇ ଏହି ଚଳଚ୍ଚିତ୍ରର ପ୍ରମୁଖ କଳାକାର ସାଧାରଣ ଦର୍ଶକଙ୍କ ସହିତ ସୁନାବେଡ଼ା ସ୍ଥିତ ଉତ୍କଳ ଚିତ୍ରାଳୟରେ ଏକାଠି ବସି ଚଳଚ୍ଚିତ୍ର ଦେଖିଛନ୍ତି । ସୁନାବେଡ଼ାରେ ଏପରି ଚଳଚ୍ଚିତ୍ର ତାରକାଙ୍କୁ ଏତେ ପାଖରେ ପାଇବା ଓ ସେମାନଙ୍କ ସହ ସେମାନଙ୍କ ଅଭିନୀତ ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇବା ପ୍ରଥମ ହୋଇଥିବା ଯୋଗୁଁ ସାଧାରଣ ଦର୍ଶକ ଉଲ୍ଲସିତ ହୋଇ ଉଠିଥିଲେ ।

କୋରାପୁଟର ପାହାଡ଼ ପର୍ବତ, ନଦୀ, ନିର୍ଝରଣୀ କବି ଓ ଲେଖକଙ୍କ ଲେଖନିକୁ ବଳିଷ୍ଠ କରିଥିବା ବେଳେ ଏହି ଚଳଚ୍ଚିତ୍ରଟି କୋରାପୁଟ ଅଞ୍ଚଳର ସଂସ୍କୃତି ଓ ପର୍ଯ୍ୟଟନର ଏକ ବାର୍ତ୍ତାବହ ହୋଇପାରିଥିବା ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା କଳାକାରଙ୍କ ସମେତ ଚଳଚ୍ଚିତ୍ରକୁ ଦେଖିଥିବା ଦର୍ଶକ ତଥା ଏଚଏଏଲ, ସୁନାବେଡାର ଡିଜିଏମ୍ ସଜିତ୍ ମହାପାତ୍ର ମତ ରଖିଛନ୍ତି ।

ଇଟିିଭି ଭାରତ,କୋରାପୁଟ

Last Updated : Nov 22, 2022, 9:36 PM IST

ABOUT THE AUTHOR

...view details