ଓଡିଶା

odisha

ETV Bharat / entertainment

ବକ୍ସ ଅଫିସରେ ଚାଲିଲାନି 'ଶେହେଜାଦା' ଯାଦୁ, ନିରାଶ ଫ୍ୟାନ୍ସ

ରିଲିଜ ହୋଇଛି କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'ଶେହେଜଦା' । କେମିତି ରହିଛି ବକ୍ସ ଆଫିସରେ କଲେକ୍ସନ । ଜାଣିବା ପାଇଁ ଅଧିକ ପଢ଼ନ୍ତୁ

କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'ଶେହେଜଦା'
କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'ଶେହେଜଦା'

By

Published : Feb 19, 2023, 10:32 PM IST

ମୁମ୍ବାଇ:ବଡ ପରଦାରେ ରିଲିଜ ହୋଇଛି କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'ଶେହେଜାଦା' । ଫେବୃଆରୀ ୧୭ ରେ 'ଶେହେଜାଦା' ମୁକ୍ତିଲାଭ କରିଥିବା ବେଳେ ଏହା ଆଶା ଅନୁଯାୟୀ ବକ୍ସ ଅଫିସରେ କଲେକ୍ସନ କରିପାରିନାହିଁ । ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଆକର୍ଷିତ କରିବାରେ ବିଫଳ ହୋଇଛି । ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ ମଧ୍ୟ ଏହାର କଲେକ୍ସନ ଏତେ ଖାସ କରିନାହିଁ ।

ଆସନ୍ତୁ ଜାଣିବା ଫିଲ୍ମ ଏପର୍ଯ୍ୟନ୍ତ ବକ୍ସ ଅଫିସରେ କେତେ ସଂଗ୍ରହ କରିଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଧାୱନ । ଏହାପୂର୍ବରୁ ସେ ଦେଶୀ ବଏଜ୍ ଏବଂ ଡିସୁମ୍ ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଏହି ଫିଲ୍ମ ପ୍ରଥମ ଦିନରେ 6 କୋଟି ବ୍ୟବସାୟ କରିଥିଲା । ଆଗାମୀ ଦିନରେ ଫିଲ୍ମଟି ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା, କିନ୍ତୁ ଶନିବାର ଦିନ ଫିଲ୍ମର ଏତେ ଖାସ ପ୍ରଦର୍ଶନ କରି ନଥିଲା । 'ଶେହେଜାଦା' ଦ୍ବିତୀୟ ଦିନରେ ୬.୫ କୋଟି ସଂଗ୍ରହ କରିଛି ।

ଏଥିସହିତ ଫିଲ୍ମର ତୃତୀୟ ଦିନର ସଂଗ୍ରହ ମଧ୍ୟ ସାମ୍ନାକୁ ଆସିଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ଏହି ଫିଲ୍ମ ରବିବାର ଦିନ ୭.୩୦ କୋଟି ବ୍ୟବସାୟ କରିଛି । ଏହି ଆକଳନ ସହିତ ଫିଲ୍ମର ମୋଟ ସଂଗ୍ରହ ୧୨.୬୫ କୋଟିରେ ରହିଛି । ତେବେ ଫିଲ୍ମ କ୍ରିଟିକ୍ସଙ୍କ କହିବା ଅନୁଯାୟୀ, କାର୍ତ୍ତିକଙ୍କ ପୂର୍ବ ଚଳଚ୍ଚିତ୍ର ଭୁଲ ଭୁଲେୟା-୨ ଏହି ଫିଲ୍ମର ଠାରୁ ବେଶ ଭଲ ପ୍ରଦର୍ଶନ କରିଥିଲା । ଭୁଲ ଭୁଲେୟା-୨ ପ୍ରଥମ ଦିନରେ ୨୦ କୋଟି ବ୍ୟବସାୟ କରିଥିବା ବେଳେ ମୋଟ ବକ୍ସ ଆଫିସ କଲେକ୍ସନ ୧୮୦ କୋଟି ରହିଥିଲା ।

ଶେହେଜାଦାର କାର୍ତ୍ତିକଙ୍କ ବ୍ୟତୀତ କ୍ରିତ୍ତି ସାନନ୍ ଏବଂ ପରେଶ ରାୱଲ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହା ତେଲୁଗୁ ଭାଷାରେ ନିର୍ମିତ 'ଆଲା ବଇକୁଣ୍ଠପୁରାମୁଲୁ'ର ରିମେକ୍ । 'ଆଲା ବଇକୁଣ୍ଠପୁରାମୁଲୁ'ର ସୁପରହିଟ୍ ଫିଲ୍ମରେ ଅଲୁ ଅର୍ଜୁନଙ୍କୁ ଦେଖିବାକୁ ମିଳିଥିଲା । ଉଲ୍ଲେଖନୀୟ କଥା ହେଉଛି, ଶେହେଜାଦାର ତିନି ଦିନର ଏତେ କମ୍ ସଂଗ୍ରହ ପରେ ଏବେ ଫିଲ୍ମରେ ଫ୍ଲପ୍ ହେବାର ଆଶଙ୍କା ଦେଖାଦେଇଛି ।

ତେବେ ଅନ୍ୟପଟେ ରିଲିଜ ହେବା ପରେ ହଲରେ ଧମାଲ ମଚାଉଛି ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ପଠାନ । ଗତ ବୁଧବାର କିଙ୍ଗ ଖାନଙ୍କ ପଠାନ ଫିଲ୍ମ ରିଲିଜ ହୋଇଥିବା ବେଳେ ତିନି ଦିନରେ ୩ଶହ କୋଟି ଟଙ୍କା ଆୟ କରି ବକ୍ସ ଅଫିସରେ ରେକର୍ଡ କରିଛି । ଅନେକ ବର୍ଷର ବ୍ୟବଧାନ ପରେ ଶାହରୁଖ ବଡ ପରଦାରେ ନଜର ଆସିଥିବାରୁ ଫିଲ୍ମଟି ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି ।

ABOUT THE AUTHOR

...view details