ଓଡିଶା

odisha

By

Published : Sep 22, 2022, 7:24 PM IST

ETV Bharat / entertainment

ବକ୍ସ ଅଫିସରେ ଧମାଲ ମଚାଇବା ପରେ ଏବେ ଟିଭିରେ ପ୍ରସାରିତ ହେବ RRR

ଟିଭିରେ ପ୍ରସାରିତ ହେବ RRR । ବର୍ତ୍ତମାନ ଚଳଚ୍ଚିତ୍ର RRR ଟିଭିରେ ମଧ୍ୟ ଧମାଲ ମଚାଇବାକୁ ପ୍ରସ୍ତୁତ ଅଛି । ଅଧିକ ପଢନ୍ତୁ

ବକ୍ସ ଅଫିସରେ ଧମାଲ ମଚାଇବା ପରେ ଏବେ ଟିଭିରେ ପ୍ରସାରିତ ହେବ RRR
ବକ୍ସ ଅଫିସରେ ଧମାଲ ମଚାଇବା ପରେ ଏବେ ଟିଭିରେ ପ୍ରସାରିତ ହେବ RRR

ହାଇଦ୍ରାବାଦ:ଏସ୍.ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'RRR' 2022 ବର୍ଷର ଏକ ହିଟ୍‌ ଚଳଚ୍ଚିତ୍ର ବୋଲି ପ୍ରମାଣିତ ହୋଇଥିଲା । ରାମ ଚରଣ ଏବଂ Jr NTR ଅଭିନୀତ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିବା ମାତ୍ରେ ବକ୍ସ ଅଫିସରେ ଏକ ଧମାଲ ମଚାଇ ଦେଇଥିଲା ​​ଏବଂ ବର୍ତ୍ତମାନ ଏହି ଚଳଚ୍ଚିତ୍ର ଟିଭିରେ ମଧ୍ୟ ଧମାଲ ମଚାଇବାକୁ ପ୍ରସ୍ତୁତ ଅଛି । ମାର୍ଚ୍ଚ 24ରେ ପ୍ରେକ୍ଷାଳୟରେ ଦେଖିଥିବା ଏହି ଚଳଚ୍ଚିତ୍ରକୁ ବର୍ତ୍ତମାନ ଟିଭିରେ ଦେଖିପାରିବେ ।

ସୂଚନା ଅନୁଯାୟୀ, ଟିଭିରେ ପ୍ରସାରିତ ହେବ RRR । ସେପ୍ଟେମ୍ବର 25 ତାରିଖରେ ଚଳଚ୍ଚିତ୍ର 'RRR' ଟିଭିରେ ପ୍ରସାରିତ ହେବ । ଔପନିବେଶିକ ଭାରତ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଏକ କାଳ୍ପନିକ କାହାଣୀ ଚିତ୍ରିତ ହୋଇଛି, ଯାହାକି ରାମ ଚରଣ ଏବଂ Jr NTR ବ୍ୟତୀତ ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନ୍ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ମାଧ୍ୟମରେ ଆଲିଆ ଏବଂ ଅଜୟ ଦକ୍ଷିଣ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଅଜୟ ଦେବଗନଙ୍କର ଏକ କ୍ୟାମୋ ଥିଲା । ଏହି ସମୟରେ, ଆଲିଆ କିଛି ସମୟ ପାଇଁ ଫିଲ୍ମରେ ସ୍କ୍ରିନ୍ ସ୍ପେସ୍ ମଧ୍ୟ ପାଇଥିଲେ ।

ଧମାକାଦାର କଲେକ୍ସନ

ଏସ୍‌.ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର 550 କୋଟି ବଜେଟରେ ପ୍ରସ୍ତୁତ ହୋଇଥିଲା ଏବଂ ଏହି ଚଳଚ୍ଚିତ୍ରର କଲେକ୍ସନ ବଜେଟର ଦ୍ୱିଗୁଣିତ ହୋଇଛି । ଏହି ଚଳଚ୍ଚିତ୍ର ଘରୋଇ ବକ୍ସ ଅଫିସରେ 903 କୋଟି ଟଙ୍କା ରୋଜଗାର କରିଥିଲା । ଏଥି ସହିତ, ବିଶ୍ବବ୍ୟାପୀ ଏହି ଚଳଚ୍ଚିତ୍ର ପ୍ରାୟ 1100 କୋଟିର ଏକ ବିରାଟ କଲେକ୍ସନ କରିଛି । ଏହି ରୋଜଗାର ସହିତ, RRR ହେଉଛି 2022 ମସିହାରେ ଭାରତର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର । ଏହି ତାଲିକାର ପ୍ରଥମ ସଂଖ୍ୟା ହେଉଛି 'KGF ଚାପ୍ଟର 2', ଯାହାର ମୋଟ କଲେକ୍ସନ 1200 କୋଟିରୁ ଅଧିକ ।

ଟିଭିରେ ଆସିସାରିଛି KGF ଚାପ୍ଟର 2

'RRR' ପୂର୍ବରୁ ଫିଲ୍ମ 'KGF: ଚାପ୍ଟର 2' ର ବିଶ୍ବ ଟେଲିଭିଜନ ପ୍ରିମିୟର୍ ହୋଇସାରିଛି । ବିଶ୍ବବ୍ୟାପୀ ବକ୍ସ ଅଫିସରେ ବହୁତ କଲେକ୍ସନ କରିଥିବା ଏହି ଫିଲ୍ମ ଛୋଟ ପରଦାରେ ଆସିସାରିଛି । ସୋନି ମ୍ୟାକ୍ସରେ 'କେଜିଏଫ୍: ଚାପ୍ଟର 2'ର ବିଶ୍ୱ ଟେଲିଭିଜନ ପ୍ରିମିୟର୍ ହୋଇଛି । ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷର ସବୁଠୁ ବଡ ବ୍ଲକବଷ୍ଟର ମଧ୍ୟରୁ ଗୋଟେ, ଯାହାର ପ୍ରିମିୟର ସେପ୍ଟେମ୍ବର 18 ରେ ସୋନି MAX ରେ 8 ଟା ସମୟରେ ହୋଇଥିଲା ।

ABOUT THE AUTHOR

...view details