ମୁମ୍ବାଇ:ବଲିଉଡ କିଙ୍ଗ ଶାହରୁଖ ଖାନ ଏବଂ ନୟନତାରାଙ୍କ ଅଭିନୀତ ଫିଲ୍ମ 'ଜବାନ' ବର୍ତ୍ତମାନ ସମଗ୍ର ବିଶ୍ୱ ବକ୍ସ ଅଫିସରେ ଧମାକା ସୃଷ୍ଟି କରୁଛି । ଏହା ହେଉଛି ଶାହରୁଖ ଖାନଙ୍କ ଚଳିତ ବର୍ଷର ଦ୍ୱିତୀୟ ଚଳଚ୍ଚିତ୍ର, ଯାହା ପ୍ରଥମ ଦିନରୁ ଲୋକଙ୍କ ମନ ଜିତୁଛି । ଜବାନ ପାଇଁ କେବଳ ପ୍ରଶଂସକ ନୁହଁନ୍ତି ସେଲିବ୍ରିଟିଙ୍କ କ୍ରେଜ ମଧ୍ୟ ବଢିବାରେ ଲାଗିଛି । ବଲିଉଡ ଅଭିନେତା ଅନୁପମ ଖେର, ଅକ୍ଷୟ କୁମାର, ନିର୍ଦ୍ଦେଶକ କରଣ ଜୋହର, ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପରେ ଆଲିଆ ଭଟ୍ଟଙ୍କ ପିତା ତଥା ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟ ମଧ୍ୟ ଫିଲ୍ମ ଜବାନର ମଜା ଉଠାଇଛନ୍ତି । ମହେଶ ଭଟ୍ଟ ପତ୍ନୀ ସୋନିଙ୍କ ସହ ‘ମୁଭି ଡେଟ୍’ରେ ଯାଇଥିଲେ । ବର୍ତ୍ତମାନ ଫିଲ୍ମକୁ ନେଇ ସମୀକ୍ଷା ପ୍ରକାଶ କରିଛନ୍ତି ମହେଶ ଭଟ୍ଟ ।
ମହେଶ ଭଟ୍ଟ ଫିଲ୍ମର ସମୀକ୍ଷା କରିଛନ୍ତି
ମହେଶ ଭଟ୍ଟ ଏବଂ ସୋନି ରଜଦାନ ସେମାନଙ୍କ ଡେଟ୍ ନାଇଟ୍ରେ ଶାହାରୁଖ ଖାନ-ନୟନତାରାଙ୍କ ଫିଲ୍ମ 'ଜବାନ' ଦେଖିବାକୁ ଯାଇଥିଲେ । ସୋନି ରଜଦାନ ଥିଏଟରରୁ ଦୁହିଁଙ୍କ ସେଲଫି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରି ଲେଖିଛନ୍ତି, ‘ଯୁଗ ପରେ ମୁଭି ଡେଟ୍'। ଏହା ସହିତ, ଏସ୍ଆର୍କେର ଜବାନ୍ ଇମୋଜି ମଧ୍ୟ ଷ୍ଟୋରୀରେ ଦେଇଥିଲେ । ଦୁହେଁ କଳା ପୋଷାକ ପିନ୍ଧିଥିଲେ । ଫଟୋଗ୍ରାଫରଙ୍କ ସହ କଥାବାର୍ତ୍ତା କରି ସୋନି କହିଛନ୍ତି ଯେ ଫିଲ୍ମଟି ଚମତ୍କାର ଥିଲା । ଯେତେବେଳେ ତାଙ୍କୁ ପଚରାଗଲା ଯେ ଶାହାରୁଖଙ୍କ ଡବଲ ଭୂମିକା ମଧ୍ୟରୁ ସେ କେଉଁଟା ପସନ୍ଦ କରନ୍ତି ? 'ଉଭୟ ଚରିତ୍ର ପସନ୍ଦ ବୋଲି ମହେଶ ଭଟ୍ଟ କହିଛନ୍ତି- ସେପରି ଲାଗିଲା ଯେମିତି ଭାରତ ଏବଂ ବିଶ୍ୱକୁ ଲାଗୁଛି ।
ଏହା ମଧ୍ୟ ପଢନ୍ତୁ: ବାପା ମହେଶ ଭଟ୍ଟଙ୍କ ସହ ଚର୍ଚ୍ଚିତ କିସ୍ ସିନକୁ ନେଇ ମୁହଁ ଖୋଲିଲେ ପୂଜା ଭଟ୍ଟ