ଓଡିଶା

odisha

ETV Bharat / entertainment

ପାକିସ୍ତାନରେ 'ଗଦର ୨' କ୍ରେଜ: ଆମେ କଳାକାର, ଆମେ ସମସ୍ତଙ୍କର କହିଲେ ସନ୍ନି

ଫିଲ୍ମ 'ଗଦର ୨' କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବହୁତ ପସନ୍ଦ କରାଯାଉଛି । ଯାହା ଉପରେ ବର୍ତ୍ତମାନ ସନ୍ନି ଦେଓଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ଗଦର ୨ କ୍ରେଜ
ଗଦର ୨ କ୍ରେଜ

By

Published : Aug 16, 2023, 8:53 AM IST

ହାଇଦ୍ରାବାଦ: ସନ୍ନି ଦେଓଲଙ୍କ ଫିଲ୍ମ 'ଗଦର-୨' ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି । ୨୨ ବର୍ଷ ପୂର୍ବର ‘ଗଦର’ ପରି, ଏଥର ମଧ୍ୟ ଲୋକମାନେ ସନିଙ୍କ ‘ଗଦର ୨’ ଉପରେ ପ୍ରେମ ବର୍ଷା କରୁଛନ୍ତି । ଯେଉଁ କାରଣରୁ ପ୍ରଥମ ଦିନରୁ ଭଲ ରୋଜଗାର କରୁଥିବା ଏହି ଫିଲ୍ମ ଚତୁର୍ଥ ଦିନରେ ଏକ ରେକର୍ଡ ଭାଙ୍ଗିଛି । ମନ୍‌ଡେ’ ଟେଷ୍ଟରେ ପାସ୍‌ ହେବା ପରେ ଏବେ ସମସ୍ତେ ଫିଲ୍ମର ମଙ୍ଗଳବାର କଲେକ୍ସନକୁ ଅପେକ୍ଷା କରିଛନ୍ତି । ତେବେ ଏହି ଫିଲ୍ମଟି କେବଳ ଭାରତ ନୁହେଁ ପାକିସ୍ତାନରୁ ମଧ୍ୟ ବହୁତ ଭଲ ପାଇବା ପାଇଛି । ଯାହା ଉପରେ ବର୍ତ୍ତମାନ ସନ୍ନି ଦେଓଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ସନ୍ନି ଦେଓଲଙ୍କ ଫିଲ୍ମ 'ଗଦର-୨' କେବଳ ଲୋକଙ୍କ ହୃଦୟ ଜିତିବାରେ ସଫଳ ହୋଇନାହିଁ, ପ୍ରେକ୍ଷାଳୟରେ ମଧ୍ୟ ଧମାଲ ମଚାଉଛି । ସୋମବାର ଦିନ ଅଭିନେତା ସନ୍ନି ଦେଓଲ ସ୍ୱାଧୀନତା ଉତ୍ସବ ପାଳନ କରୁଥିବାବେଳେ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ କରିଥିଲେ । ଏହି ସମୟରେ ସେ ଭାରତ ଏବଂ ପାକିସ୍ତାନର ଲୋକଙ୍କୁ ‘ଗୋଟିଏ ମାଟି’ର ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ: Gadar 2 Collcetion: 150କୋଟି ପାର୍ କଲା ଗଦର-2, ସ୍ବାଧୀନତା ଦିବସରେ କରିପାରେ ଡବଲ ସେଞ୍ଚୁରୀ

2001 ମସିହାରେ ସନି ଦେଓଲଙ୍କ 'ଗଦର: ଏକ ପ୍ରେମ କଥା' ଯେତିକି ଭଲ ପାଇବା ପାଇଥିଲା, ସେହିଭଳି ଏହାର ଦ୍ୱିତୀୟ ଭାଗ ଅର୍ଥାତ୍ 'ଗଦର-୨' ମଧ୍ୟ ଲୋକଙ୍କ ଆଶା ପୂରଣ କରିଛି । ଏହି ଚଳଚ୍ଚିତ୍ରଟି ଭାରତରେ ବହୁତ ଭଲପାଇବା ପାଇଛି । ଏଥି ସହିତ ପାକିସ୍ତାନରୁ ମଧ୍ୟ ଏହି ଚଳଚ୍ଚିତ୍ରକୁ ଭରପୂର ଭଲପାଇବା ମିଳୁଛି । ଏହି ଭଲ ପାଇବା ଭିତରେ ବର୍ତ୍ତମାନ ସନ୍ନି ଦେଓଲଙ୍କ ପ୍ରତିକ୍ରିୟା ଭାଇରାଲ ହୋଇଛି । ଅଭିନେତା କହିଛନ୍ତି ଯେ 'ପ୍ରେମ ଚାରିଆଡ଼େ ଅଛି ଏବଂ କେହି କାହାକୁ ଘୃଣା କରେ ନାହିଁ' । ଆହୁରି ମଧ୍ୟ ଅଭିନେତା କହିଛନ୍ତି, 'ଆମେ କଳାକାର, ଆମେ ସମସ୍ତଙ୍କର, କାହାରି ଜଣଙ୍କର ନୁହେଁ ।’

ଗଦରର ରେକର୍ଡ ଭାଙ୍ଗିବ ଗଦର-୨ ?

'ଗଦର: ଏକ ପ୍ରେମ କଥା' ପରି ଏହି ସିକ୍ୱେଲ ମଧ୍ୟ ଲୋକଙ୍କ ହୃଦୟରେ ରାଜ୍‌ କରୁଛି । ରୋଜଗାର କ୍ଷେତ୍ରରେ ଏହା ପ୍ରଥମ ଭାଗକୁ କେତେ ଦୂର ଅତିକ୍ରମ କରିପାରିବ ତାହା ଜାଣିବାକୁ କେବଳ ନିର୍ମାତା ନୁହଁନ୍ତି, ଲୋକମାନେ ମଧ୍ୟ ଅପେକ୍ଷା କରିଛନ୍ତି । ତେବେ ଚତୁର୍ଥ ଦିନର କଲେକ୍ସନ ପୂର୍ବରୁ ଫିଲ୍ମର ଭଲପାଇବା ଦେଖିବା ପରେ 'ଗଦର -3' ବିଷୟରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି ।

ଅଗଷ୍ଟ 15 ପୂର୍ବରୁ ରିଲିଜ୍ ହୋଇଥିବା 'ଗଦର -2' ‘ଗଦର ୨’ ୪ ଦିନରେ ବକ୍ସ ଅଫିସରେ ବେଶ୍‌ ଭଲ ପ୍ରଦର୍ଶନ କରିଛି । ଜାଣିବାକୁ ମିଳିଛି ଯେ ସିନେମାଟି ଏବେ ସୁଦ୍ଧା ଭାରତରେ ପ୍ରାୟ ୧୭୩.୮୮ କୋଟି ଟଙ୍କା ରୋଜଗାର କରିଛି । ପଞ୍ଚମ ଦିନରେ ‘ଗଦର ୨’ ୫୫.୦୦ କୋଟି ଟଙ୍କାର ରୋଜଗାର କରିପାରେ ବୋଲି ଅନୁମାନ କରାଯାଉଛି ।

ABOUT THE AUTHOR

...view details