ଓଡିଶା

odisha

RGV B-tech degree: 37 ବର୍ଷ ପରେ ଡିଗ୍ରୀ ହାସଲ କଲେ ରାମ ଗୋପାଳ ବର୍ମା

By

Published : Mar 16, 2023, 3:33 PM IST

37 ବର୍ଷ ପରେ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟରୁ ବି.ଟେକ୍ ଡିଗ୍ରୀ ହାସଲ କଲେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା । ଅଧିକ ପଢ଼ନ୍ତୁ

37 ବର୍ଷ ପରେ ଡିଗ୍ରୀ ହାସଲ କଲେ ରାମ ଗୋପାଳ ଭର୍ମା
37 ବର୍ଷ ପରେ ଡିଗ୍ରୀ ହାସଲ କଲେ ରାମ ଗୋପାଳ ଭର୍ମା

ହାଇଦ୍ରାବାଦ: ସିଭିଲ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି ଜଣାଶୁଣା ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା । ଏନେଇ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସେ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ଇଞ୍ଜିନିୟରିଂ ଅଧ୍ୟାପକଙ୍କଠାରୁ ଡିଗ୍ରୀ ସାର୍ଟିଫିକେଟ୍‌ ଗ୍ରହଣ କରିଛନ୍ତି । ରାମ ଗୋପାଳ ଏହା ସେୟାର କରିବା ପରେ ଫ୍ୟାନ୍ସମାନଙ୍କ ମଧ୍ୟରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ରାମ ଗୋପାଳ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟରେ ବି.ଟେକ୍ ସାର୍ଟିଫିକେ ହାସଲ କରିଛନ୍ତି । ହେଲେ ଏଥିପାଇଁ ତାଙ୍କୁ 37 ବର୍ଷ ସମୟ ଲାଗିଗଲା । ଏହି ଖବର ସେ ନିଜ ଟ୍ବିଟର ହ୍ୟାଣ୍ଡଲରେ ସେୟାର କରିଛନ୍ତି। ଏହା ସହିତ ରାମ ଗୋପାଳ ବର୍ମା କାର୍ଯ୍ୟକ୍ରମର ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବୋଧିତ କରୁଥିବାର ନଜର ଆସିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ପିଲାମାନଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିଲେ ଏବଂ ସେ ଏକ ପ୍ରେରଣାଦାୟକ ଭାଷଣ ମଧ୍ୟ ଦେଇଥିଲେ । ଏହି ଅବସରରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ରାଜାଶେଖର ତାଙ୍କୁ ସମ୍ମାନିତ କରି ଡିଗ୍ରୀ ପ୍ରଦାନ କରିଥିଲେ ।

ସୂଚନା ଥାଉ କି, ରାମ ଗୋପାଳ ବର୍ମା ଜୁଲାଇ 1985ରେ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ସମାପ୍ତ କରିଥିଲେ । ସିଭିଲ୍ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ପରେ ସେ ସାର୍ଟିଫିକେଟ୍ ପାଇପାରିନଥିଲେ । ଏହା ପରେ ରାମ ଗୋପାଳ ଭର୍ମା ଫିଲ୍ମ ଦୁନିଆରେ ସକ୍ରିୟ ହେଲେ। ଏହି କାରଣରୁ ସେ ତାଙ୍କ ବିଶ୍ବବିଦ୍ୟାଳୟକୁ ଯାଇ ଡିଗ୍ରୀ ହାସଲ କରିପାରି ନଥିଲେ । ଫଳରେ ସେ ସେଠାକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ଡିଗ୍ରୀ ହାସଲ କରିଥିଲେ। ଏଥିପାଇଁ ରାମ ଗୋପାଳ ବର୍ମା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ରାଜାଶେଖରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରାମ ଗୋପାଳ ବର୍ମା ପ୍ରଥମେ ତେଲୁଗୁ, ହିନ୍ଦୀ ଏବଂ ଅନେକ ତାମିଲ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । ଯାହା ବେଶ ଲୋକପ୍ରିୟ ହୋଇଛି । ସେ ପ୍ରଥମେ 1989ରେ ତେଲୁଗୁ ଫିଲ୍ମ ଶିବାରେ ନିର୍ଦ୍ଦେଶନା ଦେଇଥିଲେ । ପରେ 1990ରେ ହିନ୍ଦୀ ଫିଲ୍ମ ଶିବାର ନିର୍ଦ୍ଦେଶନା ଦେଇଥିଲେ । 1991ରେ କୃଷ୍ଣା କୃଷ୍ଣମ, 1992ରେ ଆନ୍ତମ ଦ୍ରୋହି, ରାତ ରାତ୍ରି, 1993ରେ ଗ୍ୟାମ, ମନି, ଗୋବିନ୍ଦ ଗୋବିନ୍ଦା, 2014ରେ ରାଉଡି ଭଳି ଅନେକ ତେଲୁଗୁ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । ସେହିପରି ହିନ୍ଦୀ ଫିଲ୍ମ 1995ରେ ରଙ୍ଗିଲା, 1997ରେ ଦାଉଦ, 1998ରେ ସତ୍ୟା, ଦିଲ୍ ସେ, 1999ରେ ମସ୍ତ, 2000ରେ ଜଙ୍ଗଲ, 2001ରେ ଲଭ କେ ଲିଏ କୁଛ ଭି କରେଗା, ପ୍ୟାର ତୁନେ କ୍ୟା କିୟା, 2002ରେ ରୋଡ ଏବଂ କମ୍ପାନୀ, 2012ରେ ଭୁତ୍‌ ରିର୍ଟନ୍ସ ଭଳି ଅନେକ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । ଯାହା ବେଶ ଲୋକପ୍ରିୟ ସହ ସଫଳ ମଧ୍ୟ ହୋଇଛି ।

ABOUT THE AUTHOR

...view details