ହାଇଦ୍ରାବାଦ: ଫରହାନ ଅଖତରଙ୍କ ଫିଲ୍ମ 'ଡନ 3' ବର୍ତ୍ତମାନ ଶିରୋନାମାରେ ରହିଛି । ଫିଲ୍ମର ଘୋଷଣା ପର ଠାରୁ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ଫିଲ୍ମରେ ଶାହାରୁଖ ଖାନଙ୍କ ପରିବର୍ତ୍ତେ ରଣଭୀର ସିଂ ନଜର ଆସିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ନେଇ ଶାହାରୁଖଙ୍କ ଫ୍ୟାନ୍ସ ରାଗିଯାଇଥିଲେ । ଫ୍ୟାନ୍ସ ଏନେଇ ଅନେକ ମନ୍ତବ୍ୟ ଦେଇଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ଫରହାନ ଶାହାରୁଖଙ୍କ ରିପ୍ଲେସ ଉପରେ ମୁହଁ ଖୋଲିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ।
ଫରହାନ ନିଜ ଇନଷ୍ଟାଗ୍ରାମ ଏବଂ ଟ୍ବିଟରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଲେଖାଅଛି, 1978ରେ ସଲିମ ଜାଭେଦ ଡନ ନାମକ ଏକ ଭୂମିକା ପ୍ରସ୍ତୁତ କରିଥିଲେ । ଏହି ଭୂମିକାରେ ବିଗ ବି ଅମିତାଭ ବଚ୍ଚନ ଭଲ ଭାବେ ଅଭିନୟ କରିଥିଲେ । ଏହି ଫିଲ୍ମ ବେଶ ଲୋକପ୍ରିୟତା ହାସଲ କରିବା ସହ ହିଟ୍ ହୋଇଥିଲା । ପରେ 2006 ରେ ରିଲିଜ ହୋଇଥିବା ଡନ 2ରେ ବଲିଉଡ କିଙ୍ଗ ଖାନ ଶାହାରୁଖ ଖାନ ନିଜ ଷ୍ଟାଇଲିସ ଅନ୍ଦାଜରେ ଡନ ଭୂମିକାରେ ନଜର ଆସିଥିଲେ । ଡନର ଭଲ ଠାରୁ ଆରମ୍ଭ କରି ଖରାପ ଗୁଣ ଯାଏଁ ଶାହାରୁଖ ଏହି ଭୂମିକାରେ ନିଜ ଅନ୍ଦାଜରେ ବେଶ ଲୋକପ୍ରିୟତା ସାଉଁଟିଥିଲେ । ଭଲ ଲେଖକ ଏବଂ ନିର୍ଦ୍ଦେଶକ ଭାବେ ମୁଁ ଏହାକୁ ଗୋଟିଏ ଥର ନୁହଁ 2 ଥର ପ୍ରସ୍ତୁତ କରିଥିଲି । ଶାହାରୁଖଙ୍କ ସହ ମୋର 2ଟି ଫିଲ୍ମ ମୋ ପାଇଁ ସ୍ବତନ୍ତ୍ର ରହିଛି ।