ମୁମ୍ବାଇ: ପ୍ରାଇମ ଭିଡିଓ ବର୍ତ୍ତମାନ ଆଉ ଏକ କ୍ରାଇମ ଡ୍ରାମା ସିରିଜ୍ ‘ବମ୍ବେ ମେରୀ ଜାନ’ର ଗ୍ଲୋବାଲ ପ୍ରିମିୟର ଘୋଷଣା କରିଛି । 10 ଏପିସୋଡ୍ ଥିବା ଏହି ସିରିଜ୍ର ପ୍ରିମିୟର ସେପ୍ଟେମ୍ବର 14 ତାରିଖରେ ଭାରତ ଏବଂ 240 ଦେଶରେ ପ୍ରାଇମ ଭିଡିଓରେ ହେବ । ରିତେଶ ସିଦ୍ଧୱାନୀ, କାସିମ ଜଗମଗିଆ ଏବଂ ଫରହାନ ଅଖତରଙ୍କ ଦ୍ବାରା ନିର୍ମିତ ଏସ୍. ହୁସେନ୍ ଜୈଦିଙ୍କ କାହାଣୀ 'ବମ୍ବେ ମେରୀ ଜାନ' ରେନ୍ସିଲ ଡି’ସିଲଭା ଏବଂ ଶୁଜାତ ସୌଦାଗରଙ୍କ ଦ୍ୱାରା ନିର୍ମିତ ।
ଏହା ମଧ୍ୟ ପଢନ୍ତୁ:Alia And Ranbir Vacation: ନ୍ୟୁୟର୍କରେ ସ୍ବାମୀଙ୍କ ସହ ଛୁଟି କାଟୁଛନ୍ତି ଗଙ୍ଗୁବାଇ
ଏହି ସିରିଜରେ ଅମାୟରା ଦସ୍ତୁର ଏକ ପ୍ରମୁଖ ଭୂମିକାରେ ଅଛନ୍ତି । କେ.କେ ମେନନ୍, ଅବିନାଶ ତିୱାରୀ, କ୍ରିତିକା କାମରା ଏବଂ ନିବେଦିତା ଭଟ୍ଟାଚାର୍ଯ୍ୟଙ୍କ ଭଳି ଦକ୍ଷ ଅଭିନେତାମାନେ ମଧ୍ୟ ଏହାର ଏକ ଅଂଶ ଅଟନ୍ତି । ଏହି କାଳ୍ପନିକ କ୍ରାଇମ ସିରିଜ୍ ହେଉଛି ଏକ ମୁଦ୍ରାର ଦୁଇ ପାର୍ଶ୍ୱ ପିତା ଏବଂ ପୁଅର ଏକ ମନୋରଞ୍ଜନ କାହାଣୀ ।
ଏହା ମଧ୍ୟ ପଢନ୍ତୁ:Neeraj Chopra wins Gold: ସୁନାପୁଅ ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛାର ସୁଅ
ପ୍ରାଇମ ଭିଡିଓରେ ଇଣ୍ଡିଆ ଅରିଜିନାଲ୍ସର ମୁଖ୍ୟ ଅପର୍ଣ୍ଣା ପୁରୋହିତ ଏହା ଉପରେ ଆଲୋକପାତ କରି କହିଛନ୍ତି, “ବମ୍ବେ ମେରୀ ଜାନ ହେଉଛି ସ୍ୱପ୍ନ ଏବଂ ଅଭିଳାଷର ଏକ ଆକର୍ଷଣୀୟ କାହାଣୀ । ଆମେ ନିଶ୍ଚିତ ଯେ ବମ୍ବେ ମେରୀ ଜାନ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଦର୍ଶକଙ୍କ ଦ୍ୱାରା ଭଲପାଇବା ଫରହାନ୍ ଅଖତରଙ୍କ ନୂଆ ସିରିଜ୍ ବମ୍ବେ ମେରୀ ଜାନ ରିଲିଜ୍ ତାରିଖ ଘୋଷଣା କରାଯାଇଛି । ଅଭିନେତାଙ୍କ ଏହି ନୂଆ ସିରିଜ୍ ଏହି ଦିନ OTTକୁ ଟକ୍କର ଦେବାକୁ ଯାଉଛି ।’’
ଏହା ମଧ୍ୟ ପଢନ୍ତୁ: BO Collection Day 17: 500 କୋଟି କ୍ଲବରେ ଗଦର 2, ପଠାନର ଲାଇଫଟାଇମ୍ କଲେକ୍ସନକୁ ଦେବ ମାତ୍ !
ଏକ୍ସେଲ ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ରିତେଶ ସିଦ୍ଧୱାନୀ କହିଛନ୍ତି, “ସ୍ବାଧୀନତା ପରବର୍ତ୍ତୀ ଯୁଗର ଉପରେ ଆଧାରିତ ବମ୍ବେ ମେରୀ ଜାନ ଏକ ମୁକ୍ତ ରାଷ୍ଟ୍ରର ପୃଷ୍ଠଭୂମି ଉପରେ ମୁମ୍ବାଇରେ ଅଣ୍ଡରୱାର୍ଲ୍ଡର ଜନ୍ମର କାହାଣୀ କହିଥାଏ । ଦର୍ଶକମାନେ ଏକ ଆକର୍ଷଣୀୟ ଗ୍ୟାଙ୍ଗଷ୍ଟର ଥ୍ରୀଲରର ସାକ୍ଷୀ ହେବେ ଯାହା ଭଲ ବନାମ ମନ୍ଦର କ୍ଲାସିକ୍, ସର୍ବଭାରତୀୟ ଲଢେଇକୁ ଅନୁସନ୍ଧାନ କରିବ । ସମଗ୍ର ବିଶ୍ୱରେ ଆମ ଦର୍ଶକଙ୍କ ପାଇଁ ଆଉ ଏକ ସିରିଜ୍ ଆଣିବା ପାଇଁ ଆମେ ପୁଣିଥରେ ପ୍ରାଇମ୍ ଭିଡିଓ ସହିତ କାମ କରି ଆନନ୍ଦିତ ଅଛୁ ।’’
ସିରିଜ୍ କେବେ ମୁକ୍ତିଲାଭ କରିବ ?
ଫରହାନ୍ ଅଖତରଙ୍କ ପ୍ରଶଂସକଙ୍କୁ ବମ୍ବେ ମେରୀ ଜାନ ସିରିଜ୍ ଦେଖିବା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ, କାରଣ ଏହି ସିରିଜ୍ ସେପ୍ଟେମ୍ବର 14 ରେ ଆମାଜନ ପ୍ରାଇମ ଭିଡିଓରେ ପ୍ରସାରିତ ହେବାକୁ ଯାଉଛି ।