ମୁମ୍ବାଇ: ଫରଦିନ ଖାନ ତାଙ୍କ ଅଭିନୟ ଆଧାରରେ ବଲିଉଡରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ 49 ବର୍ଷ ବୟସରେ ଅଭିନେତା ଫରଦିନ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି । ବିବାହର 18 ବର୍ଷ ପରେ ପତ୍ନୀ ନତାଶା ମାଧୱାନୀଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି । ସୂଚନାନୁସାରେ, ପାରସ୍ପରିକ ମତଭେଦ ଯୋଗୁଁ ଫରଦିନ ଏବଂ ନତାଶା ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉଭୟ ଫରଦିନ ଖାନ ଏବଂ ନତାଶା ମାଧୱାନୀ ଏବେ ଅଲଗା ରହୁଛନ୍ତି । ଫରଦିନ୍ ତାଙ୍କ ମା'ଙ୍କ ସହିତ ମୁମ୍ବାଇରେ ରହୁଥିବାବେଳେ ନତାଶା ତାଙ୍କ ପରିବାର ସହିତ ଲଣ୍ଡନରେ ଅଛନ୍ତି । ତେବେ, କେଉଁ କାରଣରୁ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନା ହିଁ। ଅଲଗା ହେବା ସମ୍ପର୍କରେ ଫରଦିନ ଏବଂ ନତାଶା ମଧ୍ୟ କୌଣସି ସୂଚନା ଦେଇନାହାଁନ୍ତି ।
ସୂଚନା ଥାଉ କି, ଡିସେମ୍ବର 2005ରେ ଫରଦିନ ଖାନ ଏବଂ ନତାଶା ମାଧୱାନୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ତାରକାମାନେ ଏହି ଦମ୍ପତିଙ୍କ ବିବାହରେ ସାମିଲ ହୋଇଥିଲେ । ଫରଦିନ୍ ଏବଂ ନତାଶା 2ଟି ସନ୍ତାନର ପିତାମାତା ଅଟନ୍ତି । ଉଭୟଙ୍କର ଏକ ଝିଅ, ଡାଇନା ଇସାବେଲା ଖାନ ଏବଂ ଏକ ପୁତ୍ର ଅଜାରିୟସ୍ ଫରଦିନ ଖାନ । ତେବେ ବର୍ତ୍ତମାନ ବିବାହର 18 ବର୍ଷ ପରେ ଏହି ଦମ୍ପତିଙ୍କ ଅଲଗା ହେବାର ଖବର ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଛି ।