ଓଡିଶା

odisha

ETV Bharat / entertainment

Sampath Jayaram Suicide: ପ୍ରସିଦ୍ଧ କନ୍ନଡ ଟିଭି ଅଭିନେତା ସମ୍ପଥ ଜୟରାମଙ୍କ ପରଲୋକ - ସମ୍ପଥ ଜୟରାମଙ୍କ ଆତ୍ମହତ୍ୟା

ଲୋକପ୍ରିୟ କନ୍ନଡ ଟିଭି ଅଭିନେତା ସମ୍ପଥ ଜୟରାମଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି। 35 ବର୍ଷ ବୟସରେ ଜୀବନ ହାରିଲେ ଅଭିନେତା। ତାଙ୍କ ଆକସ୍ମିକ ମୃତ୍ୟୁରେ ସାରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଅଧିକ ପଢନ୍ତୁ,

ପ୍ରସିଦ୍ଧ କନ୍ନଡ ଟିଭି ଅଭିନେତା ସମ୍ପଥ ଜୟରାମଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ
ପ୍ରସିଦ୍ଧ କନ୍ନଡ ଟିଭି ଅଭିନେତା ସମ୍ପଥ ଜୟରାମଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ

By

Published : Apr 23, 2023, 6:53 PM IST

ହାଇଦ୍ରାବାଦ:କନ୍ନଡ ଟିଭି ଇଣ୍ଡଷ୍ଟ୍ରିରୁ ଆସିଛି ଦୁଃଖଦ ଖବର । ଲୋକପ୍ରିୟ ଅଭିନେତା ସମ୍ପଥ ଜୟରାମଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । 35 ବର୍ଷ ବୟସରେ ଅଭିନେତାଙ୍କ ପରଲୋକ ହୋଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏପ୍ରିଲ 22ରେ, ସେ ନେଲାମଙ୍ଗଲାସ୍ଥିତ ତାଙ୍କ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କ ମୃତ୍ୟୁ ଖବର ଶୁଣି ସାଉଥ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ସମ୍ପଥ ଜୟରାମ ଅନେକ ଟିଭି ସିରିଏଲ ଏବଂ କିଛି ଫିଚର ଫିଲ୍ମରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ । ସମ୍ପଥ ମୁଖ୍ୟତଃ କନ୍ନଡ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିଲେ । ସେ ଦୀର୍ଘ ସମୟ ଧରି କାମ ପାଇନଥିଲେ ଯେଉଁଥିପାଇଁ ସେ ଡିପ୍ରେସନ୍‌ରେ ଥିଲେ । କାମ ନପାଇବାରୁ ସମ୍ପତ ଜୟରାମ ଏହି କଠୋର ପଦକ୍ଷେପ ନେଇଥିବା କୁହାଯାଉଛି । ତାଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାର କିମ୍ବା ସାଙ୍ଗମାନଙ୍କଠାରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ । ତେବେ ସମ୍ପଥଙ୍କ ଦେହାନ୍ତରେ କନ୍ନଡ ତାରକାମାନେ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଅଭିନେତାଙ୍କ ସହ-ତାରକା ରାଜେଶ ଧ୍ରୁବ ସୋସିଆଲ ମିଡିଆରେ ତାଙ୍କ ବନ୍ଧୁଙ୍କ ସହ ଜଡିତ ଏକ ହୃଦୟସ୍ପର୍ଶୀ ପୋଷ୍ଟ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି । କ୍ୟାପସନରେ ସେ ଲେଖିଥିଲେ, ଏତେଗୁଡ଼ିଏ ଫିଲ୍ମ... ତଥାପି ବହୁତ ସଂଘର୍ଷ ବାକି ଅଛି । ତୁମର ସ୍ୱପ୍ନକୁ ସାକାର କରିବାକୁ ଏପର୍ଯ୍ୟନ୍ତ ସମୟ ଅଛି । ତୁମକୁ ବହୁତ କିଛି ଦେଖିବା ବାକି ଅଛି । ଦୟାକରି ଫେରି ଆସ । ସେପଟେ 'ଅଗ୍ନିସାକ୍ଷୀ'ରେ ସମ୍ପଥଙ୍କ ସହ-ତାରକା ବିଜୟ ସୂର୍ଯ୍ୟ ମଧ୍ୟ କହିଛନ୍ତି ଯେ, ସେ ଦୀର୍ଘ ଦିନ ଧରି ଏକ ଭଲ ପ୍ରକଳ୍ପ ଖୋଜୁଥିଲେ । ଏହି କାରଣରୁ ସେ ଅଧିକ ଡିପ୍ରେସନରେ ମଧ୍ୟ ଥିଲେ । ଏହି କାରଣରୁ ଏଭଳି ଚରମ ନିଷ୍ପତ୍ତି ନେଇଥିବେ ବୋଲି କୁହାଯାଉଛି ।

ସୂଚନା ଥାଉ କି, ସମ୍ପଥ ଜୟରାମ ଅନେକ ଟିଭି ସିରିଏଲ ଏବଂ କିଛି ଫିଚର ଫିଲ୍ମର ଅଂଶବିଶେଷ ରହିଛନ୍ତି । ତାଙ୍କର ଡାଇଲଗ ଡେଲଭେରୀ ଏବଂ ଅଭିନୟ ଯୋଗୁଁ ଅଭିନେତା ଦର୍ଶକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଥିଲେ । ଗତକାଲି ନିଜ ବାସଭବନରେ ସମ୍ପଥ ଜୟରାମ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରିଛି । ବର୍ତ୍ତମାନ ତାଙ୍କ ମୃତଦେହ କର୍ଣ୍ଣାଟକର ନେଲାମାଙ୍ଗାଲାର ଏକ ଘରୋଇ ଡାକ୍ତରଖାନାରେ ରଖାଯାଇଛି । ସମ୍ପଥଙ୍କ ଶେଷକୃତ୍ୟ ତାଙ୍କ ପୈତୃକ ଗ୍ରାମ ଏନାରପୁରାରେ କରାଯିବ ବୋଲି କୁହାଯାଉଛି । ତେବେ ସମ୍ପଥଙ୍କ ଆକସ୍ମିକ ବିୟୋଗକୁ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ, ଫ୍ୟାନ୍ସ ଏବଂ ଫିଲ୍ମ ତାରକା । ଅଭିନେତାଙ୍କ ଦେହାନ୍ତରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ପରିବାରକୁ ସମବେଦନା ଜଣାଇଛି ଫିଲ୍ମ ଜଗତ ।

ABOUT THE AUTHOR

...view details