ଓଡିଶା

odisha

ବିଟାଉନରେ ଚର୍ଚ୍ଚା, ଖୁବଶୀଘ୍ର ମାଆ ହେବେ ଆଉଜଣେ ବଲିଉଡ ବିୟୁଟି

ବିବାହର 6ବର୍ଷ ପରେ ବିପାଶା ବସୁ ମାଆ ହେବାକୁ ଯାଉଛନ୍ତି । କରଣ ସିଂ ଗ୍ରୋଭର ଏବଂ ବିପାଶା ବସୁ ଖୁବ୍ ଶୀଘ୍ର ପ୍ରଶଂସକଙ୍କୁ ଏହି ଖୁସି ଖବର ଦେବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

By

Published : Jul 29, 2022, 7:14 PM IST

Published : Jul 29, 2022, 7:14 PM IST

ETV Bharat / entertainment

ବିଟାଉନରେ ଚର୍ଚ୍ଚା, ଖୁବଶୀଘ୍ର ମାଆ ହେବେ ଆଉଜଣେ ବଲିଉଡ ବିୟୁଟି

ମାଆ ହେବେ ବିପାଶା ବସୁ !
ମାଆ ହେବେ ବିପାଶା ବସୁ !

ହାଇଦ୍ରାବାଦ: ବଲିଉଡର ପୁଣି ଜଣେ ଅଭିନେତ୍ରୀ ଫ୍ୟାନ୍ସଙ୍କୁ ଦେବାକୁ ଯାଉଛନ୍ତି ଖୁସିଖବର । ଖୁବଶୀଘ୍ର ସେ ମାଆ ହେବାକୁ ଯାଉଛନ୍ତି । ଅଭିନେତ୍ରୀ ଜଣଙ୍କ ନାମ ହେଉଛି ବିପାଶା ବସୁ । ବିବାହର 6 ବର୍ଷ ପରେ ବିପାଶା ଏବଂ କରଣ ସିଂ ଗ୍ରୋଭର ପିତାମାତା ହେବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁସାରେ, ବିପାଶା ଖୁବ୍ ଶୀଘ୍ର ପ୍ରଶଂସକଙ୍କୁ ଏହି ଖୁସି ଖବର ଶୁଣାଇପାରନ୍ତି ।

ଉଲ୍ଲେଖନୀୟ ଯେ, ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ଏପ୍ରିଲ 2016ରେ ବିବାହ କରିଥିଲେ । ସେମାନଙ୍କ ବିବାହକୁ 6 ବର୍ଷ ବିତିଗଲାଣି, ଆଜି ବି ଦୁହେଁ ପରସ୍ପର ପ୍ରେମରେ ପାଗଳ । ତାଙ୍କର 'ମଙ୍କି ଲଭ୍‌' ପ୍ରଶଂସକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ । ଉଭୟଙ୍କୁ ଆଇଡଲ ଦମ୍ପତି ଭାବରେ ବିବେଚନା କରାଯାଏ । କରଣ ଏବଂ ବିପାଶାଙ୍କ ଯୋଡି ଏବଂ କେମେଷ୍ଟ୍ରି ବଲିଉଡରେ ହିଟ୍ ହୋଇପାରିଛି ।

ବିପାଶା-କରଣଙ୍କ ପ୍ରେମ କାହାଣୀ

ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ବଲିଉଡର ଅନ୍ୟତମ ଲୋକପ୍ରିୟ ଦମ୍ପତି । ଦୁହିଁଙ୍କର ସାକ୍ଷାତ 2015 ରେ ହରର୍‌ ଫିଲ୍ମ 'Alone' ସେଟରେ ହୋଇଥିଲା । ଏହି ଚଳଚ୍ଚିତ୍ରରେ ବିପାଶା ଏବଂ କରଣ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିଥିଲେ । ଚଳଚ୍ଚିତ୍ରରେ ସେମାନଙ୍କର ସିଜଲିଂ କେମେଷ୍ଟ୍ରିକୁ ବହୁତ ପସନ୍ଦ କରିଥିଲେ ଦର୍ଶକ । ରୂପେଲି ପରଦାର ଏହି ହିଟ୍ ଯୋଡି, ବାସ୍ତବ ଜୀବନରେ ମଧ୍ୟ ହିଟ୍ ହୋଇଗଲା । 30 ଏପ୍ରିଲ 2016 ରେ, ଦୁହେଁ ଧୁମଧାମ୍‌ରେ ବିବାହ କରିଥିଲେ ।

ABOUT THE AUTHOR

...view details