ଓଡିଶା

odisha

ETV Bharat / entertainment

ଭୁଲ ଭୁଲେୟା ୩ରେ କିୟାରା ଆଉଟ ସାରା ଇନ୍‌, ନଜର ଆସିବେ ଏକ୍ସ ଯୋଡି - sara ali khan

Sara Ali Khan-Kartik Aaryan New Movie: ଚର୍ଚ୍ଚାରେ ଏକ୍ସ ଫେମ୍ ଯୋଡି କାର୍ତ୍ତିକ ଆର୍ଯ୍ୟନ-ସାରା ଅଲି ଖାନ । ବ୍ରେକଅପ ପରେ ପୁଣି ଏକାଠି ଫିଲ୍ମ କରିବେ ଏହି ଯୋଡି । 'ଭୁଲ ଭୁଲେୟା ୩' ଏହି ଯୋଡି ନଜର ଆସିବେ ବୋଲି କୁହାଯାଉଛି । ଆସନ୍ତାବର୍ଷ ଆରମ୍ଭ କରିପାରନ୍ତି ସୁଟିଂ । ଅଧିକ ପଢନ୍ତୁ

ଏକ୍ସ ବୟଫ୍ରେଣ୍ଡ କାର୍ତ୍ତିକଙ୍କ ସହ ପୁଣି ଫିଲ୍ମ କରିବେ ସାରା, ନୂଆ ବର୍ଷରେ ସୁଟିଂ ଆରମ୍ଭ!
ଏକ୍ସ ବୟଫ୍ରେଣ୍ଡ କାର୍ତ୍ତିକଙ୍କ ସହ ପୁଣି ଫିଲ୍ମ କରିବେ ସାରା, ନୂଆ ବର୍ଷରେ ସୁଟିଂ ଆରମ୍ଭ!

By ETV Bharat Odisha Team

Published : Dec 10, 2023, 4:19 PM IST

ହାଇଦ୍ରାବାଦ:କାର୍ତ୍ତିକ, କିଆରା ଆଡଭାନୀ ଏବଂ ତବୁଙ୍କ ଅଭିନୀତ ଭୁଲ ଭୁଲେୟା ୨ (୨୦୨୨)ର ସଫଳତା ପରେ ଆନିସ୍ ବାଜମି ଏବଂ ନିର୍ମାତା ଭୂଷଣ କୁମାର ଭୁଲ ଭୁଲେୟା ୩ ସହ ପୁଣି ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ତେବେ ଏହି ଫିଲ୍ମରେ ପୂର୍ବତନ ଯୋଡି କାର୍ତ୍ତିକ ଆର୍ଯ୍ୟନ୍ ଏବଂ ସାରା ଅଲି ଖାନଙ୍କୁ ଏକାଠି ନଜର ଆସିବେ ବୋଲି କୁହାଯାଉଛି । ଏଥିସହ ଏହି ଫିଲ୍ମର ସୁଟିଂ ଫେବୃଆରୀ ୨୦୨୪ରେ ଆରମ୍ଭ କରାଯିବ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ନିର୍ମାତାମାନେ ସ୍କ୍ରିପ୍ଟ ପ୍ରସ୍ତୁତ କରିସାରିଛନ୍ତି । ଏବଂ ୨୦୨୪ ଆରମ୍ଭରେ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଉଭୟ କାର୍ତ୍ତିକ ଏବଂ ସାରା ଅଲି ଖାନ ଏହି ଫିଲ୍ମ ସହ ପୁଣିଥରେ ଏକାଠି କାମ କରିବେ ବୋଲି କୁହାଯାଉଛି । ଏଥିସହ ଏହି ଫିଲ୍ମ ଦିପାବଳୀ ୨୦୨୪ରେ ସିନେମାହଲରେ ରିଲିଜ ହେବା ନେଇ ଜଣାପଡିଛି । ତେବେ ବ୍ରେକଅପ ପରେ ବି ଉଭୟ ବହୁତ ଭଲ ବନ୍ଧୁ ହୋଇ ରହିଛନ୍ତି । ସେମାନେ ପରସ୍ପର ସହ ଏକ ଫିଲ୍ମ କରିବାକୁ ବହୁତ ଉତ୍ସାହିତ ରହିଛନ୍ତି । କିନ୍ତୁ ଏନେଇ କୌଣସି ଅଫିସିଆଲି ଘୋଷଣା ହୋଇନାହିଁ ।

ସୂଚନା ଥାଉ କି, ଲଭ୍ ଆଜ କଲ୍ ଫିଲ୍ମ କରୁଥିବା ସମୟରେ କାର୍ତ୍ତିକ ଏବଂ ସାରା ଡେଟିଂ କରୁଥିବା ଚର୍ଚ୍ଚା ହୋଇଥିଲା । ପରେ ଫିଲ୍ମ ବଡ଼ ପରଦାରେ ରିଲିଜ ହେଲା ବେଳୁ ଉଭୟଙ୍କ ମଧ୍ୟରେ ବ୍ରେକଅପ୍ ହୋଇଯାଇଥିଲା । ଦୀର୍ଘ ଦିନ ପରେ ଉଭୟଙ୍କୁ ନିକଟରେ ଗଦର-2ର ସଫଳତା ପାର୍ଟିରେ ଦେଖିବାକୁ ମିଳିଥିଲା । ଏଥିରୁ ଅନୁମାନ କରାଯାଇଥିଲା ଯେ, ଉଭୟ ଅଲଗା ହେବା ପରେ ବି ଉଭୟ ଭଲ ବନ୍ଧୁ ଅଟନ୍ତି ।

ନିକଟରେ କଫି ୱିଥ୍ କରଣ ସିଜନ ୮ରେ ସାରା ଅଲି ଖାନ୍ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ । ଏହି ସମୟରେ କରଣ କାର୍ତ୍ତିକ ଆର୍ଯ୍ୟନଙ୍କ ବିଷୟରେ ମଧ୍ୟ ପଚାରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଏକ ସମୟରେ ସାରା ପରୋକ୍ଷରେ କାର୍ତ୍ତିକଙ୍କୁ ଡେଟ କରୁଥିବା ସ୍ବୀକାର କରିଥିଲେ । ସାରା କାର୍ତ୍ତିକଙ୍କ ସହ ବ୍ରେକଅପ ପରେ ବନ୍ଧୁତା ବଜାୟ ରଖିବା ଉପରେ କହିଥିଲେ ଯେ, ଏହା ସହଜ ନଥିଲା । କିନ୍ତୁ ସବୁଥିରୁ ଆଗକୁ ବଢିବାକୁ ବଢିବ ।

ଏହା ମଧ୍ୟ ପଢନ୍ତୁ:ମିଶିଲାଣି କାର୍ତ୍ତିକ-ସାରାଙ୍କ ମନ ! ରୁହ୍‌ ବାବାଙ୍କ ଘରେ ଗଣେଶ ପୂଜା ପାଳିଲେ ଅଭିନେତ୍ରୀ

ସେପଟେ ଏନେଇ କାର୍ତ୍ତିକ ଆର୍ଯ୍ୟନ ଏକ ସାକ୍ଷାତକାରରେ ସାରାଙ୍କ ଏଭଳି ଖୁଲାସାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ, ସମ୍ପର୍କକୁ ସମ୍ମାନ ଦେବା ଉଚିତ । ଯଦି ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଥାଏ ତେବେ ଅନ୍ୟ ବ୍ୟକ୍ତି ମଧ୍ୟ ସେହି କଥା କହିବା ଉଚିତ୍ ନୁହେଁ । ଆମେ ସମସ୍ତେ ଆମର ସମ୍ପର୍କକୁ ସମ୍ମାନ ଦେବା ଉଚିତ୍ । ମୁଁ ମୋ ସାଥୀଙ୍କ ଠାରୁ ମଧ୍ୟ ସମାନ ଆଶା କରେ ।

ABOUT THE AUTHOR

...view details