ଓଡିଶା

odisha

ETV Bharat / entertainment

Evelyn Sharma: ଦ୍ୱିତୀୟ ଥର ପାଇଁ ମା' ହେଲେ ଅଭିନେତ୍ରୀ, ଶିଶୁପୁତ୍ରକୁ ଦେଲେ ଜନ୍ମ - ବଲିଉଡ ଅଭିନେତ୍ରୀ ଏଭଲିନ ଶର୍ମା

'ୟେ ଜୱାନୀ ହେ ଦିୱାନୀ' ଫେମ ଅଭିନେତ୍ରୀ ଏଭଲିନ ଶର୍ମା ଦ୍ୱିତୀୟ ଥର ପାଇଁ ମା' ହୋଇଛନ୍ତି । ଏଥର ଏହି ଅଭିନେତ୍ରୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ସୋସିଆଲ ମିଡିଆରେ ସୁନ୍ଦର ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଦ୍ୱିତୀୟ ଥର ପାଇଁ ମା' ହେଲେ ଏଭଲିନ ଶର୍ମା, ଶିଶୁପୁତ୍ରକୁ ଦେଲେ ଜନ୍ମ
ଦ୍ୱିତୀୟ ଥର ପାଇଁ ମା' ହେଲେ ଏଭଲିନ ଶର୍ମା, ଶିଶୁପୁତ୍ରକୁ ଦେଲେ ଜନ୍ମ

By

Published : Jul 7, 2023, 12:53 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଏଭଲିନ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ପୁଣିଥରେ ମା' ହୋଇଛନ୍ତି ଏଭଲିନ । ଅଭିନେତ୍ରୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ସୋସିଆଲ ମିଡିଆରେ ଏକ ସୁନ୍ଦର ଫଟୋ ସେୟାର କରି ଏଭଲିନ ଏହି ଖୁସି ଖବର ଦେଇଛନ୍ତି । ଫଟୋ ସେୟାର ହେବ ମାତ୍ରେ ଫ୍ୟାନ୍ସ ଏବଂ ତାରକା ଫଟୋକୁ ଲାଇକ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

ଅଭିନେତ୍ରୀ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ସେ ପୁଣିଥରେ ମାଆ ହୋଇଛନ୍ତି। 2021 ମସିହାରେ ଏଭଲିନ ଏକ ଝିଅ ଆଭାଙ୍କୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ଅଭିନେତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏବଂ ଅଭିନେତ୍ରୀଙ୍କ ହମ୍ ଦୋ ହାମାରେ ଦୋ ପରିବାର ସମ୍ପୂର୍ଣ୍ଣ ହୋଇଛି। ଏଭଲିନ୍ ତାଙ୍କ ଇନଷ୍ଟାଷ୍ଟୋରୀରେ ନବଜାତ ପୁତ୍ର ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି ଏବଂ ତାଙ୍କ ନାମ ମଧ୍ୟ ପ୍ରକାଶ କରିଛନ୍ତି।

ଦ୍ୱିତୀୟ ଥର ପାଇଁ ମା' ହେଲେ ଏଭଲିନ ଶର୍ମା, ଶିଶୁପୁତ୍ରକୁ ଦେଲେ ଜନ୍ମ

ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟି ଅଭିନେତ୍ରୀ ଏହାର କ୍ୟାପସନରେ ଲେଖିଛନ୍ତି, "ଜନ୍ମ ପରେ ମୁଁ ଏତେ ଭଲ ଅନୁଭବ କରିବି ବୋଲି କେବେ ଭାବି ନଥିଲି । ମୁଁ ଏତେ ଖୁସି ଯେ ମୁଁ ଛାତ ଉପରେ ଠିଆ ହୋଇ ଗୀତ ଗାଇବାକୁ ଇଚ୍ଛା କରୁଛି । ଆମ ଶିଶୁପୁତ୍ର ଆର୍ଡେନ ଭିଣ୍ଡିଙ୍କୁ ହେଲୋ କୁହନ୍ତୁ ।" ସୂଚନା ଥାଉ କି, ଜୁଲାଇ 12ରେ ଏଭଲିନଙ୍କ ଜନ୍ମଦିନ ରହିଛି । 37 ତମ ଜନ୍ମଦିନ ପୂର୍ବରୁ ସେ ପୁଣି ମା' ହୋଇଛନ୍ତି । ଏଭଲିନ ଦୁଇ ବର୍ଷ ମଧ୍ୟରେ ଦୁଇ ସନ୍ତାନର ମା' ହୋଇଛନ୍ତି ।

ଅଭିନେତ୍ରୀ କେବେ ବିବାହ କରିଥିଲେ?

ଏଭଲିନ୍ 15 ମେ 2021ରେ ତୁଷାନ୍ ଭିଣ୍ଡିଙ୍କୁ ବିବାହ କରିଥିଲେ । ପରିବାର ସଦସ୍ୟ ଏବଂ ଘନିଷ୍ଠ ସମ୍ପର୍କୀୟ ଏବଂ ବନ୍ଧୁମାନେ ଉପସ୍ଥିତରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। 18 ନଭେମ୍ବର 2021 ରେ, ଏଭଲିନ୍ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଏହି ଅଭିନେତ୍ରୀ ନିଜ ପରିବାର ସହିତ ବିଦେଶରେ ରୁହନ୍ତି। ପରେ ଜାନୁଆରୀ 2023 ରେ, ଅଭିନେତ୍ରୀ ତାଙ୍କର ଗର୍ଭଧାରଣ ବିଷୟରେ ଖୁସି ଖବର ତାଙ୍କ ପ୍ରଶଂସକମାନଙ୍କୁ ଦେଇଥିଲେ। ସେହି ସମୟରେ ଅଭିନେତ୍ରୀ ଏକ ଫଟୋ ସେୟାର କରିଥିଲେ, ଏହି ଫଟୋରେ ଅଭିନେତ୍ରୀଙ୍କ ବେବି ବମ୍ପ ଲୁକ ଦେଖିବାକୁ ମିଳିଥିଲା । ତେବେ ଏଭଳିନଙ୍କ ଏହି ଖୁସି ଖବର ଶୁଣି ପ୍ରଶଂସକ ଏବଂ ତାରକାମାନେ ତାଙ୍କୁ ବହୁତ ଅଭିନନ୍ଦନ ଜଣାଇଛନ୍ତି ।

ଏଭଲିନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଏଭଲିନ୍ From Sydney With Love ସହ ବଲିଉଡରେ ଡେବ୍ୟୁ କରିଥିଲେ। ଏଭଲିନ୍ ବଲିଉଡର ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି । ଏଭଲିନ 'ୟେ ଜୱାନୀ ହେ ଦେୱାନୀ', 'ନୌଟଙ୍କି ସାଲା', 'ୟାରିୟାଁ', 'ମେ ତେରା ହିରୋ', 'କୁଚ୍ କୁଚ୍ ଲୋଚା ହେ' ରେ ନଜର ଆସିଛନ୍ତି । ସେ ରଣବୀର କପୁର ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ୟେ ଜୱାନୀ ହେ ଦିୱାନୀ ପାଇଁ ସେ ଜଣାଶୁଣା । ତେବେ ବିବାହ ପରେ ଏଭଲିନଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳି ନାହିଁ ।

ABOUT THE AUTHOR

...view details