ହାଇଦ୍ରାବାଦ: କଣ୍ଟେଣ୍ଟ କୁଇନ୍ ଏକତା କପୁରଙ୍କୁ କିଏ ବା ନଜାଣେ । ଏକତା ବୋଲ୍ଡ କଣ୍ଟେଣ୍ଟ ଇଣ୍ଡଷ୍ଟ୍ରିର କିଛି ଚଳଚ୍ଚିତ୍ର ନିର୍ମାତାମାନଙ୍କ ମଧ୍ୟରୁ ଜଣେ, ଯିଏ ବିନା ଦ୍ୱିଧାରେ ବୋଲ୍ଡ କଣ୍ଟେଣ୍ଟ୍ ଉପରେ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ନିର୍ମାଣ କରନ୍ତି । ଆଜି ବି ଦର୍ଶକ କୌଣସି ସୋ’ର ନାମ ମନେ ଥିବ କି ନାହିଁ, କିନ୍ତୁ ଏକତା କପୁରଙ୍କ ନାମ ନିଶ୍ଚିତ ଭାବେ ମନେ ରଖିଛନ୍ତି । ଏକତା ଆଜି ଇଣ୍ଡଷ୍ଟ୍ରିର ସବୁଠାରୁ ସଫଳ ମହିଳା ପ୍ରଡ୍ୟୁସର । ଏଥର କିନ୍ତୁ ଏକତା କପୁର କୌଣସି ଫିଲ୍ମକୁ ନେଇ ନୁହଁ, ବରଂ ଟ୍ରୋଲରଙ୍କୁ ମୁହଁତୋଡ ଜବାବ ଦେଇ ଚର୍ଚ୍ଚାକୁ ଆସିଛନ୍ତି ।
ନିକଟରେ ସୋସିଆଲ ମିଡିଆ ଟ୍ୱିଟରରେ ତାଙ୍କ ପ୍ରଶଂସକଙ୍କ ସହ ଏକ ଆକର୍ଷଣୀୟ କଥାବାର୍ତ୍ତା ସମୟରେ ଏକତା କପୁର ପ୍ରଶ୍ନର ଉତ୍ତର ଦେଇଛନ୍ତି । ଏହି ସମୟରେ, ଏକତା କପୁର କିଛି ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ଲୋକଙ୍କୁ ଅତି ସଠିକ୍ ଭାବରେ ଉତ୍ତର ଦେଇଛନ୍ତି । ଏକତା କପୁର ତାଙ୍କର ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଥ୍ୟାଙ୍କୟୁ ଫର କମିଂ' ଉପରେ ଆଲୋଚନା ସହ ବାର୍ତ୍ତାଳାପ ଆରମ୍ଭ କରିଥିଲେ। ତେଣୁ ତାଙ୍କର ଗୋଟିଏ ପୋଷ୍ଟ ଉପରେ ମନ୍ତବ୍ୟ ଦେବାବେଳେ ଜଣେ ୟୁଜର ତାଙ୍କୁ ଆଡଲ୍ଟ ଚଳଚ୍ଚିତ୍ର ନିର୍ମାଣ ବନ୍ଦ କରିବାକୁ କହିଥିଲେ । ୟୁଜର ମନ୍ତବ୍ୟ ଦେଇ ଲେଖିଛନ୍ତି, 'ଦୟାକରି ଆଡଲ୍ଟ ଚଳଚ୍ଚିତ୍ର ନିର୍ମାଣ ବନ୍ଦ କର ।' ଏଥିରେ ଏକତା ଉତ୍ତର ଦେଇ ଲେଖିଛନ୍ତି, ‘‘ନା, ମୁଁ ଜଣେ ଆଡଲ୍ଟ, ତେଣୁ ମୁଁ ଆଡଲ୍ଟ ଚଳଚ୍ଚିତ୍ର ନିର୍ମାଣ କରିବି ।’’