ଓଡିଶା

odisha

'ଡଙ୍କି'କୁ ଫଛରେ ପକାଇଲା 'ସାଲାର', ରିଲିଜ ପୂର୍ବରୁ ୧୪ କୋଟିରୁ ଅଧିକ ଆୟ କଲା ପ୍ରଭାସଙ୍କ ଫିଲ୍ମ

By ETV Bharat Odisha Team

Published : Dec 20, 2023, 11:56 AM IST

Dunki vs Salaar advance booking: ରାତି ପାହିଲେ ରିଲିଜ ହେବ 'ଡଙ୍କି' ଏବଂ 'ସାଲାର' ରିଲିଜକୁ ଆଉ ମାତ୍ର ଗୋଟିଏ ଦିନ ବାକି । ଏହି ସବୁ ମଧ୍ୟରେ ଆଡଭାନ୍ସ ବୁକିଂ ପ୍ରକ୍ରିୟା ଜୋରଦାର ଜାରି ରହିଥିବା ବେଳେ ଫିଲ୍ମ ରିଲିଜ ପୂର୍ବରୁ ମୋଟ ଅଙ୍କର ଟଙ୍କା ଆୟ କରିସାରିଲେଣି । ଅଧିକ ପଢନ୍ତୁ,

'ଡଙ୍କି'କୁ ଫଛରେ ପକାଇଲା 'ସାଲାର', ରିଲିଜ ପୂର୍ବରୁ ୧୪ କୋଟିରୁ ଅଧିକ ଆୟ କଲା ପ୍ରଭାସଙ୍କ ଫିଲ୍ମ
'ଡଙ୍କି'କୁ ଫଛରେ ପକାଇଲା 'ସାଲାର', ରିଲିଜ ପୂର୍ବରୁ ୧୪ କୋଟିରୁ ଅଧିକ ଆୟ କଲା ପ୍ରଭାସଙ୍କ ଫିଲ୍ମ

ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ଆଗାମୀ କମେଡି-ଡ୍ରାମା 'ଡଙ୍କି' ଏବଂ ପ୍ରଭାସଙ୍କ ଆକ୍ସନ୍-ପ୍ୟାକ୍ ହୋଇଥିବା 'ସାଲାର' ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଖ୍ରୀଷ୍ଟମାସ ଅବସରରେ ଉଭୟ ଫିଲ୍ମ ଧମାକା କରିବାକୁ ଯାଉଛନ୍ତି । ରାତି ପାହିଲେ ରିଲିଜ ହେବ 'ଡଙ୍କି' ଏବଂ 'ସାଲାର' ରିଲିଜକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ତେବେ ଆଡଭାନ୍ସ ବୁକିଂ ପ୍ରକ୍ରିୟା ଜୋରଦାର ଜାରି ରହିଥିବା ବେଳେ 'ସାଲାର' 'ଡଙ୍କି'କୁ ପଛରେ ପକାଇଥିବା ଜଣାପଡିଛି ।

ସାକନିକଙ୍କ ରିପୋର୍ଟ ଅନୁଯାୟୀ, ପ୍ରଶାନ୍ତ ନୀଲଙ୍କ ଦ୍ୱାରା ନିର୍ଦ୍ଦେଶିତ 'ସାଲାର' ଏପର୍ଯ୍ୟନ୍ତ ଦେଶବ୍ୟାପୀ ୬୯୬୪ ଶୋ' ପାଇଁ ୬,୭୮,୨୯୨ ଟିକେଟ୍ ବିକ୍ରି କରି ୧୪.୮୮ କୋଟି ଟଙ୍କା ଆୟ କରିଛି । ଏହି ସମୟରେ, 'ଡଙ୍କି' ୧୨,୭୬୮ ଶୋ' ପାଇଁ ୩,୬୭,୦୭୬ ଟିକେଟ୍ ବିକ୍ରି କରିବାରେ ସଫଳ ହୋଇ ୧୦.୪୭ କୋଟି ଟଙ୍କା ରୋଜଗାର କରିଛି । ତେବେ ଗତ ୧୫ ତାରିଖରୁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ ଡଙ୍କି ଆଗରେ ରହୁଥିଲା । ବର୍ତ୍ତମାନ ଡଙ୍କିକୁ ଫଛରେ ପକାଇ ଆଗରେ ରହିଛି ସାଲାର । ତେବେ ବକ୍ସ ଅଫିସରେ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବା ସହ କିଏ ବାଜି ମାରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ବର୍ଷ ଆରମ୍ଭରେ ପଠାନ ଏବଂ ଜବାନଙ୍କ ପରି ବ୍ଲକବଷ୍ଟର ହିଟ୍ ଦେଇଥିବା ଶାହାରୁଖ ଖାନ୍‌ ଡଙ୍କି ସହ ଚଳିତ ବର୍ଷର ତୃତୀୟ ରିଲିଜ୍ ପାଇଁ ପ୍ରସ୍ତୁତ ଅଛନ୍ତି । ଆଡଭାନ୍ସ ବୁକିଂରେ ମହାରାଷ୍ଟ୍ରରେ ଡଙ୍କି ପାଇଁ ଉତ୍ସାହିତ ହୋଇ ଚଳଚ୍ଚିତ୍ରର ପ୍ରଥମ ଦିନରେ ୧.୮୨ କୋଟି ଟଙ୍କା ର ଟିକେଟ ବୁକ ହୋଇଥିବା ବେଳେ ଦିଲ୍ଲୀରେ(୧.୫୬ କୋଟି ଟଙ୍କା) ଏବଂ ପଶ୍ଚିମବଙ୍ଗ(୧.୨୩ କୋଟି ଟଙ୍କା) ରହିଛି । ସେପଟେ ଫିଲ୍ମକୁ ନେଇ ସେଲିବ୍ରିଟି ସମେତ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ରଣବୀର କପୁର ଏବଂ ଆମୀର ଖାନ ଭଳି ତାରକା ଶାହାରୁଖ ଖାନଙ୍କୁ ଡଙ୍କି ପାଇଁ ଶୁଭକାମନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:କିଙ୍ଗ ଖାନଙ୍କ ପ୍ରେମରେ ବିକି କୌଶଲ, କହିଲେ- 'କ୍ୟାଟ୍ରିନାଙ୍କୁ ବିବାହ ନକରିଥିଲେ....

ଆଦିପୁରୁଷ ଫ୍ଲପ ହେବା ପରେ ପ୍ରଭାସ ସାଲାର ସହ ପରଦାକୁ ଫେରୁଛନ୍ତି । ନିକଟରେ ଏହାର ୨ଟି ଟ୍ରେଲର ରିଲିଜ ହୋଇଛି । ଯାହା ଫ୍ୟାନ୍ସ ବେଶ ପସନ୍ଦ କରିବା ସହ ଫିଲ୍ମକୁ ନେଇ ଉତ୍ସାହ ବଢିଯାଇଛି । ପ୍ରଭାସକୁ ନେଇ ଫ୍ୟାନ୍ସଙ୍କ ଭିନ୍ନ କ୍ରେଜ ମଧ୍ୟ ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାଲାର ପ୍ରଥମ ସପ୍ତାହ ଶେଷରେ ସକାଳ ୧ଟାରୁ ୪ଟା ପର୍ଯ୍ୟନ୍ତ ଶୋ' ଦେଖାଇବାକୁ ତେଲେଙ୍ଗାନା ସରକାର ଯୋଜନା କରିଛନ୍ତି । ତେଲେଙ୍ଗାନା ସରକାର ସାଲାରଙ୍କ ପାଇଁ ଏକ ବିବୃତ୍ତି ଜାରି କରିଛନ୍ତି ଯେଉଁଥିରେ ଫିଲ୍ମ ବିଷୟରେ ସବିଶେଷ ତଥ୍ୟ ଦିଆଯାଇଛି। ପ୍ରଭାସଙ୍କ କ୍ରେଜକୁ ଦୃଷ୍ଟିରେ ରଖି କେବଳ ଫିଲ୍ମର ଶୋ' ସଂଖ୍ୟା ବୃଦ୍ଧି କରାଯାଇ ନାହିଁ, ନିର୍ମାତାମାନଙ୍କୁ ମଲ୍ଟିପ୍ଲେକ୍ସରେ ଫିଲ୍ମର ଟିକେଟ୍ ମୂଲ୍ୟ ୧୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ABOUT THE AUTHOR

...view details