ହାଇଦ୍ରାବାଦ: ପିକେ ଏବଂ ସଞ୍ଜୁ ପରି ହିଟ୍ ଫିଲ୍ମ ପରେ ନିର୍ଦ୍ଦେଶକ ରାଜକୁମାର ହିରାନୀ ଲାଟେଷ୍ଟ ଫିଲ୍ମ 'ଡଙ୍କି'ର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ଶାହରୁଖ ଖାନ ଏବଂ ତାପସୀ ପନ୍ନୁ ଅଭିନୟ କରିଛନ୍ତି । ଡଙ୍କିର ଟ୍ରେଲର ରିଲିଜ ପରେ ଦର୍ଶକଙ୍କ ସକରାତ୍ମକ ପ୍ରତିକ୍ରିୟା ପାଇଥିଲା । ହେଲେ ରିଲିଜ ପରେ ଏହି ଫିଲ୍ମ ଆଶା ଠାରୁ କମ ଆୟ କରୁଛି । ତଥାପି ରିଲିଜର ୮ମ ଦିନରେ ବିଶ୍ବରେ ୩୦୦କୋଟି ପାର୍ କରି ସଫଳତା ହାସଲ କରିଛି ।
ସାକନିକଙ୍କ ରିପୋର୍ଟ ଅନୁସାରେ, 'ଡଙ୍କି' ରିଲିଜର ୮ମ ଦିନ ମଧ୍ୟରେ ବିଶ୍ବରେ ୩୦୦କୋଟି ପାର୍ କରି ସଫଳତା ହାସଲ କରିଛି । ଫିଲ୍ମ ବିଶ୍ବବ୍ୟାପୀ ମୋଟ ୩୦୫ କୋଟି ଆୟ କରିଛି । ସେପଟେ ଭାରତର ରୋଜଗାର ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ୮ମ ଦିନରେ ମାତ୍ର ୯ କୋଟି ଆୟ କରିଛି । ଫଳରେ ଫିଲ୍ମ ମୋଟ ଆୟ ୧୬୧.୦୧ କୋଟିକୁ ବୃଦ୍ଧି ପାଇଛି ।
'ଡଙ୍କି': ବକ୍ସ ଅଫିସ କଲେକ୍ସନ
- ଡିସେମ୍ବର ୨୧, ପ୍ରଥମ ଦିନ- ୨୯.୨ କୋଟି
- ଡିସେମ୍ବର ୨୨, ଦ୍ବିତୀୟ ଦିନ- ୨୦.୧୨ କୋଟି
- ଡିସେମ୍ବର ୨୩, ତୃତୀୟ ଦିନ- ୨୫.୬୧ କୋଟି
- ଡିସେମ୍ବର ୨୪, ଚତୁର୍ଥ ଦିନ- ୩୦.୭ କୋଟି
- ଡିସେମ୍ବର ୨୫, ପଞ୍ଚମ ଦିନ- ୨୪.୩୨ କୋଟି
- ଡିସେମ୍ବର ୨୬, ଷଷ୍ଠ ଦିନ- ୧୧.୫୬ କୋଟି
- ଡିସେମ୍ବର ୨୭, ସପ୍ତମ ଦିନ- ୧୦.୫ କୋଟି
- ଡିସେମ୍ବର ୨୮, ଅଷ୍ଟମ ଦିନ- ୯ କୋଟି