ଓଡିଶା

odisha

ETV Bharat / entertainment

ଏୟାରପୋର୍ଟରେ କରଣଙ୍କୁ ଏମିତି ସ୍ବାଗତ କଲେ ତେଜସ୍ବୀ, ଫ୍ୟାନ୍ସ ଦେଲେ ବେଷ୍ଟ ଗର୍ଲଫ୍ରେଣ୍ଡ ଟ୍ୟାଗ୍‌

କିଛି ଘଣ୍ଟା ପୂର୍ବରୁ ତେଜସ୍ୱୀ ତାଙ୍କ ପ୍ରେମିକ କରଣଙ୍କୁ ଆଣିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ । କରଣ ପହଞ୍ଚିବା ମାତ୍ରେ ତେଜସ୍ୱୀ ତାଙ୍କୁ ଜୋରଦାର ସ୍ବାଗତ କରିଛନ୍ତି । ଅଧିକ ପଢନ୍ତୁ

By

Published : May 23, 2022, 12:57 PM IST

ଏୟାରପୋର୍ଟରେ କରଣ-ତେଜସ୍ୱୀଙ୍କ ଭିଡିଓ ହେଉଛି ଭାଇରାଲ
ଏୟାରପୋର୍ଟରେ କରଣ-ତେଜସ୍ୱୀଙ୍କ ଭିଡିଓ ହେଉଛି ଭାଇରାଲ

ହାଇଦ୍ରାବାଦ: ବିଗ୍‌ବସ୍ 15 ପରେ ତେଜସ୍ୱୀ ପ୍ରକାଶ ଏବଂ କରଣ କୁନ୍ଦ୍ରା ଚର୍ଚ୍ଚାରେ ରହିଆସିଛନ୍ତି । ଏହି ଲଭ୍‌ବାର୍ଡ ପ୍ରତିଦିନ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ପୁଣି ଥରେ ତେଜସ୍ୱୀ ପ୍ରକାଶ ଏବଂ କରଣଙ୍କ ବଣ୍ଡିଂ ଲୋକଙ୍କ ହୃଦୟ ଜିତିନେଇଥିବା ଦେଖିବାକୁ ମିଳିଛି । କିଛି ଘଣ୍ଟା ପୂର୍ବରୁ ତେଜସ୍ୱୀ ତାଙ୍କ ପ୍ରେମିକ କରଣଙ୍କୁ ଆଣିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ । ଏହି ସମୟରେ ତେଜସ୍ୱୀ ଫଟୋଗ୍ରାଫରଙ୍କ ସହିତ ଏକ ମସ୍ତିଭରା ଅନ୍ଦାଜରେ ନଜର ଆସିଥିଲେ । କରଣ ପହଞ୍ଚିବା ମାତ୍ରେ ତେଜସ୍ୱୀ ତାଙ୍କୁ ଅତି ସୁନ୍ଦର ଭାବେ ସ୍ୱାଗତ କରିଥିଲେ । ଏହି ସମୟର ଭିଡିଓ ଦେଖି ଲୋକମାନେ ତେଜସ୍ୱୀ ପ୍ରକାଶଙ୍କୁ ବେଷ୍ଟ ଗର୍ଲଫ୍ରେଣ୍ଡର ଆଖ୍ୟା ଦେଉଛନ୍ତି ।

ବିମାନବନ୍ଦରରୁ ତେଜସ୍ୱୀ ପ୍ରକାଶଙ୍କ ଦୁଇଟି ନୂଆ ଭିଡିଓ ସାମ୍ନାକୁ ଆସିଛି ଯାହା ଭାଇରାଲ ହେବାରେ ଲାଗିଛି । ପ୍ରଥମ ଭିଡିଓରେ, ତେଜସ୍ୱୀ ପ୍ରକାଶ ପାପାରାଜିଙ୍କ କ୍ୟାମେରା ନେଇ ସେମାନଙ୍କ ଫଟୋ କ୍ଲିକ୍ କରୁଛନ୍ତି । ଏଥି ସହିତ, ଦ୍ୱିତୀୟ ଭିଡିଓରେ, ତାଙ୍କର ଖୁସି ଦେଖିବାକୁ ମିଳିଛି । କରଣଙ୍କୁ ଦେଖି ତେଜସ୍ୱୀ ପ୍ରକାଶ ଖୁସିରେ ଝୁମି ଉଠିଥିଲେ ଏବଂ ସେ ସଙ୍ଗେ ସଙ୍ଗେ ତାଙ୍କୁ ଆଲିଙ୍ଗନ କରି ଗାଲରେ ଚୁମ୍ବନ ଦେଇଥିଲେ । ଉଭୟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେମାନଙ୍କୁ ଦେଖିବା ପରେ ଲୋକମାନେ ତେଜସ୍ୱୀଙ୍କୁ ବେଷ୍ଟ ଗର୍ଲଫ୍ରେଣ୍ଡର ଟ୍ୟାଗ୍ ଦେଉଥିବାର ଦେଖାଯାଇଛି ।

କେବଳ ସେତିକି ନୁହେଁ, ଏହା ସହିତ କରଣ ଏବଂ ତେଜସ୍ୱୀ ପ୍ରକାଶଙ୍କ ବିବାହକୁ ନେଇ ଆଲୋଚନା ପୁଣି ଆରମ୍ଭ ହୋଇଛି । ନିକଟରେ କରଣ କୁନ୍ଦ୍ରାଙ୍କୁ ତେଜସ୍ୱୀ ପ୍ରକାଶ ଏବଂ ତାଙ୍କ ମାଆଙ୍କ ସହ ସପିଂ କରୁଥିବା ଦେଖିବାକୁ ମିଳିଥିଲା । ଏଭଳି ପରିସ୍ଥିତିରେ ସମସ୍ତେ ଅନୁମାନ କରାଯାଉଛି ଯେ ଖୁବ୍ ଶୀଘ୍ର ଏହି ଲଭବାର୍ଡ ବିବାହ ତାରିଖ ଘୋଷଣା କରିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details