ଓଡିଶା

odisha

ETV Bharat / entertainment

ତୃତୀୟ ଥର ପାଇଁ ମାଆ ହେଲେ ଟେଲି ଅଭିନେତ୍ରୀ ଡିମ୍ପି ଗାଙ୍ଗୁଲି

ତୃତୀୟ ଥର ପାଇଁ ମାଆ ହେଲେ ଡିମ୍ପି ଗାଙ୍ଗୁଲି । ଡିମ୍ପି ଏଥର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଅଧିକ ପଢନ୍ତୁ

ତୃତୀୟ ଥର ପାଇଁ ମାଆ ହେଲେ ଡିମ୍ପି ଗାଙ୍ଗୁଲି
ତୃତୀୟ ଥର ପାଇଁ ମାଆ ହେଲେ ଡିମ୍ପି ଗାଙ୍ଗୁଲି

By

Published : Jul 28, 2022, 5:25 PM IST

ହାଇଦ୍ରାବାଦ: ତୃତୀୟ ଥର ପାଇଁ ମାଆ ହୋଇଛନ୍ତି ରାହୁଲ ମହାଜନଙ୍କ ପୂର୍ବତନ ପତ୍ନୀ ତଥା ଟେଲି ଅଭିନେତ୍ରୀ ଡିମ୍ପି ଗାଙ୍ଗୁଲି । ଡିମ୍ପି ଏଥର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଡିମ୍ପିଙ୍କର ପୂର୍ବରୁ ଏକ ଝିଅ ଏବଂ ପୁଅ ଅଛନ୍ତି । ରାହୁଲ ମହାଜନଙ୍କଠାରୁ ଛାଡପତ୍ର ନେବା ପରେ ଡିମ୍ପି ତାଙ୍କ ଘନିଷ୍ଠ ବନ୍ଧୁ ରୋହିତ ରୟଙ୍କୁ 2015ରେ ବିବାହ କରିଥିଲେ । ଏହି ଖୁସି ଖବର ଡିମ୍ପି ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଘୋଷଣା କରିଛନ୍ତି । ଡିମ୍ପି ଏହି ପୋଷ୍ଟ ସହିତ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।

ଡିମ୍ପି ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି, "ମୁଁ ଏହା କରିଦେଲି, ସମ୍ପୂର୍ଣ୍ଣ ଭାବେ ନ୍ୟାଚୁରାଲ ଅନମେଡିକେଟେଡ ଓ୍ବାର୍ଟର ବାର୍ଥ, ଏହା ମୋ ଜୀବନର ସବୁଠାରୁ ଚ୍ୟାଲେଞ୍ଜିଂ ଅନୁଭୂତି ଅଟେ, ମୁଁ ଆଖି ବନ୍ଦ କରି କହିପାରିବି କି, ଏହା ଆମ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପହାର । ଯଦି ତୁମେ ତୁମ ଶରୀର ଉପରେ ବିଶ୍ୱାସ କରିପାରିବ, ତାହେଲେ ଏହାକୁ ସୁସ୍ଥ ରହିବା ପାଇଁ ସମ୍ମାନ କର, ମୋର ପୂର୍ବ ଦୁଇଟି ଡେଲିଭରୀ ନର୍ମାଲ ଥିଲା ।

ଉଲ୍ଲେଖନୀୟ ଯେ, ଜୁଲାଇ 25ରେ ଡିମ୍ପି ତାଙ୍କ ଘରେ 37ତମ ଜନ୍ମଦିନ ପାଳନ କରିଥିଲେ । ଡିମ୍ପି ସୋସିଆଲ ମିଡିଆରେ ଜନ୍ମଦିନ ଉତ୍ସବର ଫଟୋ ମଧ୍ୟ ସେୟାର କରିଥିଲେ । ଡିମ୍ପି ବିଗ୍ ବସ୍ 8 (2014-15)ରେ ଏକ ୱାଇଲ୍ଡ କାର୍ଡ ଏଣ୍ଟ୍ରି ନେଇଥିଲେ ।

ଡିମ୍ପିଙ୍କ ପ୍ରଥମ ବିବାହ 2010ରେ ରାହୁଲ ମହାଜନଙ୍କ ସହ ହୋଇଥିଲା ଏବଂ 2015 ମସିହାରେ ଡିମ୍ପି-ରାହୁଲ ଛାଡପତ୍ର ନେଇଥିଲେ । ଏହାପରେ, 2015 ମସିହାରେ ଡିମ୍ପି ଦୁବାଇର ବ୍ୟବସାୟୀ ରୋହିତ ରୟଙ୍କୁ ବିବାହ କରିଥିଲେ । ବିବାହର ଗୋଟିଏ ବର୍ଷ ପରେ ଉଭୟଙ୍କର ଗୋଟିଏ ଝିଅ ହୋଇଥିଲା । ଦୁଇ ବର୍ଷ ପରେ ଡିମ୍ପି ଗାଙ୍ଗୁଲି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଆଉ ଏବେ ତୃତୀୟ ଥର ପାଇଁ ମାଆ ହୋଇଛନ୍ତି ଡିମ୍ପି ।

ABOUT THE AUTHOR

...view details