ହାଇଦ୍ରାବାଦ:ବଲିଉଡର ହିଟ୍ ଯୋଡି ହେଉଛନ୍ତି ଦୀପିକା ପାଦୁକୋନ ଏବଂ ରଣବୀର ସିଂହ । ପ୍ରତ୍ୟେକ ଦିନ ବଲିଉଡରୁ କିଛି ରୋଚକ ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ଏହି ଦୁଇ ଯୋଡିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁହିଁଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରୁ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଭଳି ମନେହେଉଛି । ଏକ କ୍ରୀଡା ସମ୍ମାନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିବା ବେଳେ ଦୀପିକାଙ୍କ ହାତ ଧରିବା ପାଇଁ ରଣବୀର ହାତ ବଢାଇଥିଲେ । ହେଲେ ଦୀପିକା ହାତ ନଧରି ଅଣଦେଖା କରିଥିଲେ । ସେହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ବେଳେ ଦୁହିଁଙ୍କ ସମ୍ପର୍କରେ ଫାଟ ହୋଇଥିବା ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।
ଦୀପିକା ଏବଂ ଋଣବୀରଙ୍କ ଭିତରେ ହୋଇଛି କି ମତଭେଦ?: ଜଣାଶୁଣା ସେଲିବ୍ରିଟି ଫଟୋଗ୍ରାଫର ମାନହ ମଙ୍ଗଲାନୀ ଗୁରୁବାର ଦିନ ତାଙ୍କର ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓଟି ଜାତୀୟ କ୍ରୀଡା ସମ୍ମାନ ଆଓ୍ବାର୍ଡ ସମୟର । ଉକ୍ତ କାର୍ଯ୍ୟକ୍ରମରେ ଦୀପିକା-ରଣବୀର ଯୋଗଦେଇଥିବା ବେଳେ ସେହି ସମୟର ଏକ ଭିଡିଓକୁ ମାନବ ଇନଷ୍ଟଗ୍ରାମରେ ସେୟାର କରିଛନ୍ତି । ରଣବୀର ଏବଂ ଦୀପିକା ରେଡ କାର୍ପେଟରେ ନଜର ଆସିଛନ୍ତି । ଏହି ସମୟରେ ରଣବୀର ଯେତେବେଳେ ଦୀପିକାଙ୍କ ହାତ ଧରି ଆଗକୁ ଆସିବାକୁ ଚାହୁଁଛନ୍ତି ସେତେବେଳେ ଦୀପିକା ତାଙ୍କୁ ହାତ ନଦେଇ ଅଣଦେଖା କରୁଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏକ ଗୁଜବ ସୃଷ୍ଟି ହୋଇଛି । ବଲିଉଡ ମସ୍ତାନାଙ୍କ ସମ୍ପର୍କରେ ଫାଟ ହୋଇଛି ଏବଂ ଅଲଗା ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଅନେକ ଇନଷ୍ଟାଗ୍ରାମ ୟୁଜର୍ସ ଏହାକୁ ସେୟାର କରିବା ସହ କମେଣ୍ଟ ମଧ୍ୟ ଦେଉଛନ୍ତି ।