ଓଡିଶା

odisha

By

Published : Oct 6, 2022, 10:15 AM IST

ETV Bharat / entertainment

ଅଲଗା ହେବେନି ଧନୁଷ-ଐଶ୍ୱର୍ଯ୍ୟା ! ସମ୍ପର୍କକୁ ଦେବେ ଆଉ ଏକ ସୁଯୋଗ

ଧନୁଷ ଏବଂ ଐଶ୍ୱର୍ଯ୍ୟା କିଛି ମାସ ପୂର୍ବରୁ ପରସ୍ପର ଠାରୁ ଅଲଗା ହେବା ନେଇ ଘୋଷଣା କରିଥିଲେ। ତେବେ ବର୍ତ୍ତମାନ ଖବର ଆସିଛି ଯେ ଦୁହେଁ ପରସ୍ପରଠାରୁ ଅଲଗା ହେବେ ନାହିଁ । ଅଧିକ ପଢନ୍ତୁ

ଅଲଗା ହେବେନି ଧନୁଷ-ଐଶ୍ୱର୍ଯ୍ୟା ! ସମ୍ପର୍କକୁ ଦେବେ ଆଉ ଏକ ସୁଯୋଗ
ଅଲଗା ହେବେନି ଧନୁଷ-ଐଶ୍ୱର୍ଯ୍ୟା ! ସମ୍ପର୍କକୁ ଦେବେ ଆଉ ଏକ ସୁଯୋଗ

ହାଇଦ୍ରାବାଦ:ଦକ୍ଷିଣ ସୁପରଷ୍ଟାର ଧନୁଷ ତାଙ୍କ ବୃତ୍ତିଗତ ଜୀବନ ସହିତ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଚର୍ଚ୍ଚାରେ ରହିଆସିଛନ୍ତି । କିଛି ମାସ ତଳେ ଅଭିନେତା ଅନେକ ଚର୍ଚ୍ଚାରେ ଥିଲେ, ଯେଉଁଦିନ ସେ ଏବଂ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତ ପରସ୍ପର ଠାରୁ ଅଲଗା ହେବାକୁ (Dhanush And Aishwarya Divorce) ନିଷ୍ପତ୍ତି ନେଇଥିଲେ । ତେବେ, ବର୍ତ୍ତମାନ ଏପରି ଖବର ଆସୁଛି ଯେ, ଏହି ଦୁଇଜଣ ଛାଡପତ୍ର ନେବେ ନାହିଁ ବରଂ ସେମାନଙ୍କ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବେ ।

ଛାଡପତ୍ର ନେବେ ନାହିଁ ଧନୁଷ ଏବଂ ଐଶ୍ୱର୍ଯ୍ୟା

ଧନୁଷ ଏବଂ ଐଶ୍ୱର୍ଯ୍ୟା ପୁଣି ଥରେ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଟଲିଉଡ ନେଟରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଛାଡପତ୍ର ପାଇଁ ନିଷ୍ପତ୍ତି ରୋକିବାକୁ ଉଭୟ ମନ ବଳାଇଛନ୍ତି । ଯେତେବେଳେ ସେମାନେ ପରସ୍ପର ଠାରୁ ଅଲଗା ହେବା ଘୋଷଣା କରିଥିଲେ ସେତେବେଳେ ଐଶ୍ୱର୍ଯ୍ୟାଙ୍କ ପିତା ତଥା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଉଭୟଙ୍କୁ ଏକାଠି କରିବାକୁ ବହୁତ ଚେଷ୍ଟା କରୁଥିଲେ । ଏଥି ସହିତ, ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ରଜନୀକାନ୍ତଙ୍କ ଏହି ପ୍ରୟାସ ଫଳପ୍ରଦ ହୋଇଛି ।

ରିପୋର୍ଟରେ କୁହାଯାଇଛି ଯେ, ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କ ପରିବାର ସଦସ୍ୟ ଏକାଠି ବସି ଉଭୟଙ୍କ ମଧ୍ୟରେ ଥିବା ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଛନ୍ତି । ଏହି ସମୟରେ ନିଷ୍ପତ୍ତି ନିଆଯାଇଛି ଯେ, ଏହି ଦୁଇଜଣ ଅଲଗା ହେବେ ନାହିଁ ବରଂ ସେମାନଙ୍କ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବେ । ଯଦିଓ ଆନୁଷ୍ଠାନିକ ଭାବେ ଧନୁଷ-ଐଶ୍ୱର୍ଯ୍ୟା କିମ୍ବା ସେମାନଙ୍କ ପରିବାର ସଦସ୍ୟଙ୍କଠାରୁ ଏ ବିଷୟରେ କିଛି କୁହାଯାଇନାହିଁ ।

ଏହା ବି ପଢନ୍ତୁ: ୧୮ ବର୍ଷର ବୈବାହିକ ଜୀବନରେ ବ୍ରେକ, ଅଲଗା ହେଲେ ଧନୁଷ ଐଶ୍ବର୍ଯ୍ୟା

18 ବର୍ଷର ସମ୍ପର୍କକୁ ଶେଷ କରିବାକୁ ନେଇଥିଲେ ନିଷ୍ପତ୍ତି

ଉଲ୍ଲେଖନୀୟ କଥା ହେଉଛି, ଧନୁଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତ 2004 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ, ଯାହା ପରେ ଦୁହେଁ ଦୁଇଟି ସନ୍ତାନର ପିତାମାତା ମଧ୍ୟ ହୋଇଥିଲେ । ତେବେ ଚଳିତ ବର୍ଷ ଜାନୁଆରୀରେ ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରିବାବେଳେ ଦୁହେଁ ସେମାନଙ୍କର 18 ବର୍ଷର ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ (Dhanush and wife Aishwarya announced their separation)। ଅଚାନକ ଏହି ଖବର ଶୁଣି ଉଭୟଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ବର୍ତ୍ତମାନ ଦୁହେଁ ଛାଡପତ୍ର ନେବେ ନାହିଁ, ଏହି ଖବରରେ ଉଭୟଙ୍କ ପ୍ରଶଂସକ ବହୁତ ଖୁସି ହେବେ ।

ABOUT THE AUTHOR

...view details