ହାଇଦ୍ରାବାଦ:ବଲିଉଡର କୁଇନ କଙ୍ଗନା ରଣାଓ୍ବତ ଷ୍ଟାରର୍ 'ଧାକଡ୍' ର ପ୍ରଦର୍ଶନ ବକ୍ସ ଅଫିସରେ ଏକପ୍ରକାର ଖରାପ ରହିଛି । ବର୍ତ୍ତମାନ ସୁଦ୍ଧା ଏହା ପ୍ରାୟ 5 କୋଟି ରୋଜଗାର କରିଛି । ଖବର ଅନୁଯାୟୀ, କଙ୍ଗନା ଏବଂ ଅର୍ଜୁନ ରାମପାଲଙ୍କ ଏହି ଚଳଚ୍ଚିତ୍ରକୁ ରିଲିଜ ହେବାର ଏକ ସପ୍ତାହ ମଧ୍ୟରେ ମୁମ୍ବାଇର ପ୍ରେକ୍ଷାଳୟରୁ ହଟାଇ ଦିଆଯାଇଛି । ଖାସ୍ କଥା ହେଉଛି, ରିଲିଜ୍ ହେବାର ଅଷ୍ଟମ ଦିନରେ ସାରା ଦେଶରେ 'ଧାକଡ'ର ମାତ୍ର 20ଟି ଟିକେଟ ବିକ୍ରି ହୋଇଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମ 'ଧାକଡ' ମେ 20ରେ ମୁକ୍ତିଲାଭ କରିଥିଲା ଏବଂ ଫିଲ୍ମଟି ଦ୍ୱିତୀୟ ଦିନରୁ ହିଁ ବକ୍ସ ଅଫିସରେ ଖରାପ ପ୍ରଦର୍ଶନ କରିଚାଲିଛି। ଫିଲ୍ମ ରିଲିଜ୍ ହେବାର ଅଷ୍ଟମ ଦିନରେ ସାରା ଦେଶରେ କେବଳ 20ଟି ଟିକେଟ୍ ବିକ୍ରି ହୋଇଛି ଏବଂ ଏହି କାରଣରୁ ମୋଟ 4,420 ଟଙ୍କା କଲେକ୍ସନ କରାଯାଇଛି । ଏଭଳି ପରିସ୍ଥିତିରେ କଙ୍ଗନାଙ୍କ ଫ୍ଲପ୍ ଫିଲ୍ମରେ ମଧ୍ୟ 'ଧାକଡ' ଶୀର୍ଷରେ ପହଞ୍ଚିଛି। 100 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ମାତ୍ର 3 କୋଟି ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛି। ଏହି ଚଳଚ୍ଚିତ୍ରଟି ଦେଶର 25 ଟି ସିନେମାରେ 2100 ସ୍କ୍ରିନରେ ଚାଲିଛି ।