ହାଇଦ୍ରାବାଦ: ବଲିଉଡର ଏଭରଗ୍ରିନ୍ ଷ୍ଟାର୍ ଦେବ ଆନନ୍ଦ । ଅଭିନେତା ଦେବ ଆନନ୍ଦ 100ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ ଏବଂ 6 ଦଶନ୍ଧିରୁ ଅଧିକ ସମୟ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିଲେ । 1946 ମସିହାରେ ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ହମ୍ ଏକ୍ ହେଁ' କରିଥିଲେ କିନ୍ତୁ ଫିଲ୍ମ 'ଜିଦି' ସହିତ 2 ବର୍ଷ ପରେ ସେ ସଫଳତା ପାଇଥିଲେ । ଏଠାରୁ ତାଙ୍କର ଲୋକପ୍ରିୟତା ଧୀରେଧୀରେ ବୃଦ୍ଧି ପାଇଲା । 2001ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ ପ୍ରଦାନ କରିଥିଲେ । ପରବର୍ତ୍ତୀ ବର୍ଷ 2002ରେ ତାଙ୍କୁ ସିନେମାର ସବୁଠାରୁ ବଡ଼ ପୁରସ୍କାର, ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା । ଦେବ ଆନନ୍ଦ 26 ସେପ୍ଟେମ୍ବର 1923ରେ ପଞ୍ଜାବର ଶଙ୍କରଗଡରେ (ବ୍ରିଟିଶ ଭାରତ) ଜନ୍ମଗ୍ରହଣ କରିଥିଲେ । ଆଜି ଦେବ ଆନନ୍ଦ ଦୁନିଆରେ ଆଉ ନାହାଁନ୍ତି କିନ୍ତୁ ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ସେ ସବୁବେଳେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ରହିବେ । ଜନ୍ମ ବାର୍ଷିକୀ ଅବସରରେ ଆମେ ତାଙ୍କ ସହ ଜଡିତ କିଛି ଖାସ୍ ଏବଂ ରୋଚକ କଥା କହିବୁ ।
85 ଟଙ୍କାରେ କରିଥିଲେ ଚାକିରୀ ?
ଦେବ ଆନନ୍ଦଙ୍କ ମୁଖ୍ୟ ଚଳଚ୍ଚିତ୍ରଗୁଡ଼ିକ ହେଉଛି 'ଗାଇଡ୍', 'ହରେ ରାମା ହରେ କୃଷ୍ଣ', 'ଦେସ୍ ପରଦେସ୍', 'ଜୁଏଲ୍ ଥୀଫ୍' ଏବଂ 'ଜନି ମେରା ନାମ'। ସେ ତାଙ୍କ ସମୟର ସବୁଠାରୁ ସୁନ୍ଦର ଅଭିନେତାମାନଙ୍କ ମଧ୍ୟରୁ ଜଣେ ଥିଲେ । ଝିଅମାନେ ତାଙ୍କ ପାଇଁ ପାଗଳ ହୋଇଯାଉଥିଲେ । ଆପଣ ଜାଣନ୍ତି କି ଚଳଚ୍ଚିତ୍ରରେ ଆସିବା ପୂର୍ବରୁ ସେ କିରାଣୀ ଭାବରେ କାମ କରୁଥିଲେ। ମୁମ୍ବାଇରେ ସଂଘର୍ଷ ସମୟରେ ତାଙ୍କ ଘର ଚଳାଇବା ପାଇଁ ସେ ଆକାଉଣ୍ଟାଟ ଫାର୍ମରେ କିରାଣୀ ଭାବରେ କାର୍ଯ୍ୟ କରିଥିଲେ। ସେତେବେଳେ ତାଙ୍କର ଦରମା 85 ଟଙ୍କା ଥିଲା । ଏହାପରେ ସେ ମିଲିଟ୍ରି ସେନ୍ସର ଅଫିସରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ତାଙ୍କର ଦରମା 160 ଟଙ୍କାକୁ ବୃଦ୍ଧି ପାଇଲା। ଚାକିରିର କିଛି ମାସ ପରେ ଦେବ ଆନନ୍ଦ ଫିଲ୍ମ 'ହମ୍ ଏକ୍ ହେଁ' ପାଇଲେ ।
ଏହିପରି ଆରମ୍ଭ ହୋଇଥିଲା ପ୍ରେମ
ଦେବ ଆନନ୍ଦ ଏବଂ ସୁରୟାଙ୍କ ପ୍ରେମ କାହାଣୀ ସେହି ଦିନ ସବୁଆଡେ ଚର୍ଚ୍ଚାରେ ଥିଲା । ଦୁହେଁ 1948 ମସିହାରେ 'ବିଦ୍ୟା' ଚଳଚ୍ଚିତ୍ରରେ କାମ କରିଥିଲେ । ଏହି ଚଳଚ୍ଚିତ୍ରର ଗୀତ 'କିନାରେ-କିନାରେ' ସୁଟିଂ ସମୟରେ ଦେବ ଆନନ୍ଦ ସୁରୟାଙ୍କୁ ବୁଡ଼ିଯିବାରୁ ରକ୍ଷା କରିଥିଲେ। ସେ ଡଙ୍ଗାରୁ ଖସି ଯାଇଥିଲେ । ତା’ପରେ ଦେବ ଆନନ୍ଦ ତାଙ୍କୁ ବଞ୍ଚାଇବା ପାଇଁ ହ୍ରଦକୁ ଡେଇଁପଡିଥିଲେ । ପରେ ସୁରୟା ଏକ ସାକ୍ଷାତକାରରେ କହିଥିଲେ ଯେ ଯଦି ସେ ତାଙ୍କୁ ବଞ୍ଚାଇ ନଥାନ୍ତେ ତେବେ ସେ ବଞ୍ଚି ନଥାନ୍ତେ । ଏଠାରୁ ଦୁହେଁ ପ୍ରେମରେ ପଡ଼ିଥିଲେ ।
ବିବାହରେ ରାଜି ନଥିଲେ ସୁରେୟାଙ୍କ ଜେଜେମା’