ଓଡିଶା

odisha

ETV Bharat / entertainment

ସତୀଶ କୌଶିକଙ୍କ ମୃତ୍ୟୁକୁ ନେଇ ତଦନ୍ତ ରିପୋର୍ଟ ଦେଲା ଦିଲ୍ଲୀ ପୋଲିସ - ସତୀଶ କୌଶିକ ମୃତ୍ୟୁ ନେଇ ତଦନ୍ତର ସମ୍ପୂର୍ଣ୍ଣ ତଥ୍ୟ

ଦିବଙ୍ଗତ ଅଭିନେତା ସତୀଶ କୌଶିକ ମୃତ୍ୟୁ ମାମାଲରେ ତଦନ୍ତକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦେଇଛି ଦିଲ୍ଲୀ ପୋଲିସ । ମୃତ୍ୟୁ ପୂର୍ବରୁ ସେ କଣ କରିଥିଲେ ସେନେଇ ସମସ୍ତ ତଥ୍ୟ ରଖିଛି ପୋଲିସ । ଅଧିକ ପଢନ୍ତୁ

ସତୀଶ କୌଶିକ ମୃତ୍ୟୁ ନେଇ ତଦନ୍ତର ତଥ୍ୟ ରଖିଲା ଦିଲ୍ଲୀ ପୋଲିସ
ସତୀଶ କୌଶିକ ମୃତ୍ୟୁ ନେଇ ତଦନ୍ତର ତଥ୍ୟ ରଖିଲା ଦିଲ୍ଲୀ ପୋଲିସ

By

Published : Mar 12, 2023, 6:54 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଫାର୍ମ ହାଉସରେ ପ୍ରସିଦ୍ଧ ଅଭିନେତା, ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ଆଲୋଚନ ହେଉଛି । ଏହାରି ମଧ୍ୟରେ ଶନିବାର ବିଳମ୍ବିତ ରାତିରେ ଏହି ମାମଲାରେ ତଦନ୍ତକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦେଇଛି ଦିଲ୍ଲୀ ପୋଲିସ । ଏନେଇ ଅତିରିକ୍ତ ଡିସିପି ରାଜୀବ କୁମାର କହିଛନ୍ତି ଯେ, ହୃଦଘାତରେ ହିଁ ସତୀଶ କୌଶିକଙ୍କ ମୃତ୍ୟୁ ହୋଇଛି । ଯାଞ୍ଚ ବେଳେ କୌଣସି ପ୍ରକାରର ସନ୍ଦେହଜନକ ଜିନିଷ ମିଳିନାହିଁ । ସତୀଶଙ୍କ ସହ କୌଣସି ଦୁର୍ଘଟଣା କିମ୍ବା ହତ୍ୟା କରାଯାଇଥିବା ନେଇ କୌଣସି ତଥ୍ୟ ମିଳିନାହିଁ ।

ସତୀଶ କୌଶିକ ହୋଲି ଦିନ ସକାଳ 10ଟାରେ ମ୍ୟାନେଜର ସନ୍ତୋଷ ରାୟଙ୍କ ସହ ଦିଲ୍ଲୀ ଆସିଥିଲେ । ଏହାପରେ ସେ କାପସହେଡ ବିଜୱାସନରେ ଥିବା ତାଙ୍କ ସାଙ୍ଗ ବିକାଶ ମାଲୁଙ୍କ ପୁଷ୍ପାଞ୍ଜଳି ଫାର୍ମ ହାଉସରେ ପହଞ୍ଚିଥିଲେ । ସେଠାରେ ସେ ସକାଳ 10ଟାରୁ ଦିନ 3ଟା ପର୍ଯ୍ୟନ୍ତ ହୋଲି ସେଲିବ୍ରେସନ କରିଥିଲେ । ଏହାପରେ ବିଶ୍ରାମ କରିଥିଲେ । ତେବେ ସନ୍ଧ୍ୟା କିମ୍ବା ରାତିରେ କୌଣସି ପାର୍ଟି ନଥିଲା । ସେ ରାତି 9ଟାରେ ଖାଇଥିଲେ ଏବଂ ତାପରେ ବୁଲିବାକୁ ଯାଇ ନିଜ ଆଇପ୍ୟାଡରେ ଫିଲ୍ମ ଦେଖିଥିଲେ । ରାତି ପ୍ରାୟ 12ଟା ସମୟରେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବା ନେଇ ମ୍ୟାନେଜର ସନ୍ତୋଷ ରାୟଙ୍କୁ ଜଣାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ଡାକ୍ତର ସତୀଶଙ୍କୁ ମୃତ ଘୋଷଣା କରିଥିଲେ ।

ଅତିରିକ୍ତ ଡିସିପି ରାଜୀବ କୁମାର ଆହୁରି ମଧ୍ୟ କହିଛନ୍ତି, "ଯାଞ୍ଚ ବେଳେ ସ୍ୱତନ୍ତ୍ର କ୍ରାଇମ ଟିମ୍ ଫାର୍ମ ହାଉସରୁ ଜରୁରୀ ପ୍ରମାଣ ସଂଗ୍ରହ କରି ଫଟୋଗ୍ରାଫ୍ ନିଆଯାଇଛି । ତେବେ ଏପର୍ଯ୍ୟନ୍ତ ଯାଞ୍ଚରେ କୌଣସି ପ୍ରକାରର ଆପତ୍ତିଜନକ ଜିନିଷ ମିଳିନାହିଁ । ସେ ଯେଉଁଠାରେ ରହିଥିଲେ ଏବଂ ଯେଉଁ ରୁମ୍‌ରେ ସେ ବିଶ୍ରାମ ନେଇଥିଲେ ସେଠାରେ ମଧ୍ୟ କୌଣସି ଆପତ୍ତିଜନକ ଜିନିଷ ମିଳିନାହିଁ । ଏଥିସହ ସେଠାରେ ଉପସ୍ଥିତ ସମସ୍ତ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯିବା ସହ ସିସିଟିଭି କ୍ୟାମେରା ଫୁଟେଜ ମଧ୍ୟ ଯାଞ୍ଚ କରାଯାଇଥିଲା କିନ୍ତୁ ସେଥିରେ ମଧ୍ୟ କିଛି ମିଳିନଥିଲା ।" ପୋଲିସ ସତୀଶ କୌଶିକଙ୍କ ପରିବାର ସହ ଯୋଗାଯୋଗ କରିଥିଲା ତେବେ ସେମାନେ ମଧ୍ୟ ସତୀଶଙ୍କ ମୃତ୍ୟୁକୁ ନେଇ କୌଣସି ସନ୍ଦେହ ପ୍ରକଟ କରିନଥିବା କହିଛି ପୋଲିସ ।

ମାର୍ଚ୍ଚ 9 ରେ ସତୀଶ କୌଶିକଙ୍କ ମୃତ୍ୟୁ ହୋଇଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ମୁମ୍ବାଇର ଭର୍ସୋଭା ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥିଲା । ମୃୃତ୍ୟୁ ବେଳକୁ ସତୀଶ କୌଶିକଙ୍କୁ 66 ବର୍ଷ ବୟସ ହୋଇଥିଲା ।

ABOUT THE AUTHOR

...view details