ହାଇଦ୍ରାବାଦ:ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍ ଭିଡିଓ ଭାଇରାଲ ଘଟଣା । ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ । ଏହି ମାମଲାରେ ଦିଲ୍ଲୀ ପୋଲିସ୍ ଆଇପିସିର ଧାରା 465, 469 ଏବଂ ଆଇଟି ଆକ୍ଟର ଧାରା 66C ଓ 66E ଅନୁଯାୟୀ ଏକ ମାମଲା ରୁଜୁ କରିଛି । କିଛି ଦିନ ତଳେ ରଶ୍ମିକାଙ୍କ ଏହି ଡିପଫେକ୍ ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ଅଭିନେତ୍ରୀ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ ।
ଏହା ମଧ୍ୟ ପଢନ୍ତୁ - ସୋସିଆଲ ମିଡିଆରୁ ଡିପ୍ ଫେକ୍ ଭିଡିଓ ହଟାଇବାକୁ ଆଡଭାଇଜରୀ ଜାରି, କୃତଜ୍ଞତା ଜଣାଇଲେ ରଶ୍ମିକା
ସୂଚନା ମୁତାବକ, ଡିପଫେକ୍ (ନକଲି) ଭିଡିଓରେ ରଶ୍ମିକାଙ୍କୁ ଅତି ବୋଲ୍ଡ ଲୁକ୍ରେ ଦେଖିବାକୁ ମିଳିଥିଲା । ଯେଉଁ ଲୁକ୍ରେ ତାଙ୍କୁ କେବେ ଦେଖାଯାଇ ନାହିଁ । ତେବେ ଏହି ଘଟଣାକୁ ନେଇ ବିଗ୍ ବି ଭିଡିଓ ଲିକ୍ କରିଥିବା ବ୍ୟକ୍ତିଙ୍କ ଉପରେ ବର୍ଷିବା ସହିତ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସେହିପରି ଦିଲ୍ଲୀ ମହିଳା କମିଶନର ମଧ୍ୟ ଏହି ମାମଲାକୁ ଗୁରୁତର ସହ ନେଇଥିଲେ । ଏନେଇ ସିଟି ପୋଲିସକୁ ନୋଟିସ୍ ପଠାଇ ଘଟଣା ବିଷୟରେ ଅବଗତ କରାଇଥିଲେ । ଏହାପରେ ଦିଲ୍ଲୀ ପୋଲିସ ଦୋଷୀ ବିରୋଧରେ ଏକ ମାମଲା ରୁଜୁ କରିଛି ।