ମୁମ୍ବାଇ:ବି-ଟାଉନରେ ଏବେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚାଲିଛି ଜୋରସୋର ଚର୍ଚ୍ଚା । ଘଡ଼ିକି ଘଡ଼ି ଗୋଟିଏ ପରେ ଗୋଟିଏ ଖବର ଆସୁଛି । ରିପୋର୍ଟ ଅନୁସାରେ ଚଳିତ ସପ୍ତାହରେ ଏହି ଲଭବାର୍ଡ ପରସ୍ପରକୁ ଜୀବନ ସାଥୀ କରିବାକୁ ଯାଉଛନ୍ତି । ଏହି ଖବରକୁ ବୋଧହୁଏ ସହଜରେ ଗ୍ରହଣ କରିପାରିନାହାନ୍ତି ରଣବୀରଙ୍କ ପୂର୍ବ ଗର୍ଲଫ୍ରେଣ୍ଡ ଦୀପିକା ପାଦୁକୋନ । ବିବାହ ପୂର୍ବରୁ ସେ ମୁମ୍ବାଇ ଛାଡ଼ି ଚାଲିଯାଉଛନ୍ତି ବୋଲି କିଛି ୟୁଜର୍ସ ସୋସିଆଲ ମିଡିଆରେ କହିଛନ୍ତି । ତାଙ୍କୁ ମଙ୍ଗଳବାର ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି ।
ବି-ଟାଉନରେ ରଣବୀର ଆଲିଆଙ୍କ ବିବାହକୁ ନେଇ ଗସିପ୍ ଜୋର ଧରିଥିବା ବେଳେ ଅଭିନେତ୍ରୀ ତଥା ପ୍ରଯୋଜିକା ଦୀପିକା ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଛନ୍ତି । ସେ ଏକ ଡେନିମ ଲୁକରେ ନଜର ଆସିଥିବା ବେଳେ ସେ ମୁମ୍ବାଇ ଛାଡିବାର କାରଣ ସମ୍ପର୍କରେ କୌଣସି ସ୍ପଷ୍ଟତା ଦେଇନାହାନ୍ତି । ଏହାପରେ ଫ୍ୟାନ୍ସ ଏହାକୁ ଆଲିଆ ରଣବୀରଙ୍କ ବିବାହ ସହିତ ଯୋଡ଼ିଛନ୍ତି । ଦୀପିକା ବିବାହ ପାଇଁ ଅନ୍ୟତ୍ର ଯାଉଥିବା ଚର୍ଚ୍ଚା ହେଉଛି । ତେବେ ସୂଚନା ଥାଉ କି ୨୦୦୭ ମସିହାରେ ଦୀପିକା ଓ ରଣବୀର ପରସ୍ପରକୁ ଡେଟ୍ କରୁଥିଲେ । ଗୋଟିଏ ବର୍ଷ ପରେ ପରସ୍ପରଠୁ ଅଲଗା ହୋଇଯାଇଥିଲେ । ହେଲେ ସେମାନଙ୍କ ଯୋଡ଼ିକୁ ଖୁବ ପସନ୍ଦ କରୁଥିଲେ ଦର୍ଶକ । ହେଲେ ଏହି ପ୍ରସଙ୍ଗକୁ ନେଇ ଦୀପିକା ଓ ଆଲିଆଙ୍କ ମଧ୍ୟରେ କୌଣସି ତିକ୍ତତା ନାହିଁ । ଏ ସମ୍ପର୍କରେ ୨୦୧୮ ମସିହାରେ ଦୀପିକା ଓ ଆଲିଆ 'କଫି ୱିଥ କରନ' ଏପିସୋଡ଼ରେ ସ୍ପଷ୍ଟ କରିଥିଲେ ।
ଦୀପିକାଙ୍କୁ ଏୟାରପୋର୍ଟରେ ଗ୍ରୀନ ଡେନିମ ଜ୍ୟାକେଟ ଓ ମ୍ୟାଚିଂ ଜିନ୍ସ ପ୍ୟାଣ୍ଟରେ ଦେଖିବାକୁ ମିଳିଥିଲା । ଏହାସହିତ ସେ ଏକ ଧଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ । ନିଜ ଲୁକ୍କୁ ପରଫେକ୍ଟ କରିବା ପାଇଁ ବ୍ଲାକ ସନଗ୍ଲାସ ପିନ୍ଧିଥିଲେ ଦୀପିକା । ମୁମ୍ବାଇ ଏୟାରପୋର୍ଟରୁ ଏହି ଫଟୋ ଆସିବା ପରେ କିଛି ନେଟିଜେନ୍ସ ଏହାକୁ ନେଇ ଭିନ୍ନ ମତ ଦେଇଛନ୍ତି । ଦୀପିକା #RALIA ଙ୍କ ବିବାହକୁ ନେଇ ଦୀପିକା ମୁମ୍ବାଇ ଛାଡ଼ିଯାଇଥିବା ଜଣେ ୟୁଜର୍ସ ଲେଖିଥିବା ଦେଖିବାକୁ ମିଳିଛି । ଏହି କମେଣ୍ଟ୍ସ ଉପରେ ଅନ୍ୟ ନେଟିଜେନ୍ସମାନେ ପ୍ରତିକ୍ରିୟା ରଖୁଥିବା ଦେଖିବାକୁ ମିଳିଛି ।