ଓଡିଶା

odisha

Singham Again: ସାମ୍ନାକୁ ଆସିଲା ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍, ପୋଲିସ ଭୂମିକାରେ ଆସିଲେ ନଜର

By ETV Bharat Odisha Team

Published : Oct 15, 2023, 1:14 PM IST

ନବରାତ୍ରୀ ଅବସରରେ ଫ୍ୟାନ୍ସଙ୍କୁ 'ଜବାନ୍' ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଭେଟି । ଅଭିନେତ୍ରୀ 'ସିଙ୍ଘମ୍ ଏଗେନ' ରୁ ତାଙ୍କର ପ୍ରଥମ ଲୁକ୍ ସେୟାର କରିଛନ୍ତି । ନଜର ପକାନ୍ତୁ ଅଭିନେତ୍ରୀଙ୍କ ଲୁକ ଉପରେ,

ସାମ୍ନାକୁ ଆସିଲା ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍, ପୋଲିସ ଭୂମିକାରେ ଆସିଲେ ନଜର
ସାମ୍ନାକୁ ଆସିଲା ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍, ପୋଲିସ ଭୂମିକାରେ ଆସିଲେ ନଜର

ହାଇଦ୍ରାବାଦ: ନବରାତ୍ରୀ ଅବସରରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କ ପ୍ରଶଂସକଙ୍କୁ ଏକ ବଡ ଉପହାର ଦେଇଛନ୍ତି । ଦୀପିକା ଅଜୟ ଦେବଗନ୍ ଏବଂ ରଣଭୀର ସିଂଙ୍କ ଆଗାମୀ ଫିଲ୍ମ 'ସିଙ୍ଘମ୍ ଏଗେନ'ରେ ନଜର ଆସିବେ । ରବିବାର ଦିନ ଅଭିନେତ୍ରୀ ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍ ସେୟାର କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ଦିୱାନା ହୋଇଛନ୍ତି ।

ଦୀପିକା ନିଜ ଇନ୍‌ଷ୍ଟାଗ୍ରାମରେ 'ସିଙ୍ଘମ୍ ଏଗେନ'ରୁ ତାଙ୍କର ଦମଦାର ପ୍ରଥମ ଲୁକ୍ ସେୟାର କରିଛନ୍ତି । ଏହି ପୋଷ୍ଟ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ସିଙ୍ଘମ୍ ଏଗେନରୁ ଶକ୍ତି ସେଟ୍ଟୀର ପରିଚୟ କରାଉଛି । ପ୍ରଥମ ଫଟୋରେ ଦୀପିକା ପୋଲିସ୍ ୟୁନିଫର୍ମରେ ଜଣେ ଗୁଣ୍ଡାଙ୍କ ମୁହଁରେ ବନ୍ଧୁକ ଦେଖାଉଥିବାର ନଜର ଆସିଛନ୍ତି। ଏହି ସମୟରେ ତାଙ୍କ ପୃଷ୍ଠଭୂମିରେ ପୋଲିସ୍ କାର୍ ଏବଂ ନିଆଁ ଦେଖିବାକୁ ମିଳିଛି । ଅନ୍ୟ ଏକ ଫଟୋରେ ସେ ବନ୍ଧୁକ ଧରି ପୋଜ ଦେଇଥିବାର ନଜର ଆସିଛନ୍ତି ।

ସିଙ୍ଘମରୁ ଦୀପିକାଙ୍କ ପ୍ରଥମ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହ ରଣବୀର କପୁର, ଆଲିଆ ଭଟ୍ଟଙ୍କ ପରି ଅନେକ ସେଲିବ୍ରିଟି ଅଭିନେତ୍ରୀଙ୍କ ଲୁକକୁ ପସନ୍ଦ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଦୀପିକାଙ୍କ ସ୍ୱାମୀ ତଥା ଅଭିନେତା ରଣଭୀର ସିଂ ଫାୟାର ଇମୋଜି ସହ ପ୍ରତିକ୍ରିୟାରେ ଲେଖିଛନ୍ତି, 'ଆଗ ଲଗା ଦେଗି'। ଏଥିସହ ଆଲିଆ ଭଟ୍ଟ, ଜାହ୍ନବୀ କପୁର ଏବଂ ନୀଲ ନିତିନ ମୁକେଶ ମଧ୍ୟ ପ୍ରତିକ୍ରିୟାରେ ଫାୟାର ଇମୋଜି ଦେଇଛନ୍ତି । ସେପଟେ ଫ୍ୟାନ୍ସ ମାନେ ଦୀପିକା ପାଦୁକୋନଙ୍କ ଏହି ଲୁକ୍‌କୁ ଲେଡି ସିଙ୍ଘମ କହି ଅଭିନେତ୍ରାଙ୍କ ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଅଜୟଙ୍କ ଭଉଣୀ ହେବେ ଦୀପିକା ପାଦୁକୋନ, ରୋହିତ ଶେଟ୍ଟୀଙ୍କ ସିଙ୍ଘମ୍ 3ରେ ହେଲା ଏଣ୍ଟ୍ରି

ସୂଚନା ଥାଉ କି, ଏହି ଫିଲ୍ମରେ ଅଜୟ ଦେବଗନ, ରଣଭୀର ସିଂ, କରୀନା କପୁର ଏବଂ ଦୀପିକା ପାଦୁକୋନଙ୍କ ସମେତ ଅକ୍ଷୟ କୁମାରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଗତ ମାସରେ ଅଜୟ ଦେବଗନ୍ ସିଙ୍ଘମ୍ ଏଗେନ ସେଟରୁ ରୋହିତ ଶେଟ୍ଟୀ ଏବଂ ରଣଭୀର ସିଂଙ୍କ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କ ଫ୍ୟାନ୍ସଙ୍କୁ ସିଙ୍ଘମର ପରବର୍ତ୍ତୀ ଫ୍ରାଞ୍ଚାଇଜ୍ ବିଷୟରେ ସୂଚନା ଦେଇଥିଲେ । ଏଥିସହିତ କିଛି ଦିନ ପୂର୍ବରୁ କରୀନା କପୁର ମଧ୍ୟ ଇନଷ୍ଟାଗ୍ରାମରେ ଫିଲ୍ମର ସେଟରୁ ତାଙ୍କ ଫଟୋ ସେୟାର କରିଥିଲେ । ଏବଂ ଅକ୍ଷୟ କୁମାର ମଧ୍ୟ ‘ସିଙ୍ଘମ ଏଗେନ’ର ସୁଟିଂ ପାଇଁ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ପହଞ୍ଚିଥିଲେ । ତେବେ ପାୱାରଫୁଲ୍ ଷ୍ଟାରମାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଦୀପାବଳିରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ସିଙ୍ଘମ, ସିଙ୍ଘମ ରିର୍ଟନ୍ସ, ସିମ୍ବା ଓ ସୂର୍ଯ୍ୟବଂଶୀ ଭଳି ଫିଲ୍ମ ସହ ପୋଲିସ ୟୁନିଭର୍ସ ବା କପ୍‌ ୟୁନିଭର୍ସ ସିଙ୍ଘମ ଏଗେନ୍‌ ସହ 12 ବର୍ଷରେ ପଦାର୍ପଣ କରିବାକୁ ଯାଉଛି ।

ABOUT THE AUTHOR

...view details