ମୁମ୍ବାଇ:ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ଚମତ୍କାର ଅଭିନୟ ଏବଂ ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା । ଦୀପିକାଙ୍କ ଗ୍ଲାମରସ୍ ଅନ୍ଦାଜ ପ୍ରାୟତଃ ଇଣ୍ଟରନେଟ୍ରେ ଭାଇରାଲ ହୁଏ । ପୁଣି ଥରେ ଦୀପିକା ନିଜ ବୋଲ୍ଡ ଷ୍ଟାଇଲ ସହିତ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରୁଛନ୍ତି । ଦୀପିକାଙ୍କ ଏହି ବୋଲ୍ଡ ଅବତାରର ଯାଦୁ କେବଳ ପ୍ରଶଂସକଙ୍କ ଉପରେ ନୁହେଁ ବରଂ ତାଙ୍କ ସ୍ୱାମୀଙ୍କ ଉପରେ ମଧ୍ୟ ଚାଲିଛି । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ କଳା ଏବଂ ଧଳା ବିକିନିରେ ନଜର ଆସିଛନ୍ତି । ଦୀପିକାଙ୍କ ଏହି ବୋଲ୍ଡ ଫଟୋ ଦେଖି ରଣଭୀର ସିଂ ନିଜକୁ ଅଟକାଇ ପାରିଲେ ନାହିଁ, ସେ ତାଙ୍କ ପତ୍ନୀଙ୍କ ଫଟୋରେ ଏକ ମଜାଳିଆ ମନ୍ତବ୍ୟ ଦେଇଛନ୍ତି ।
ଦୀପିକା ପାଦୁକୋନଙ୍କ ବିକିନି ଅବତାର
ଦୀପିକା ପାଦୁକୋନ ବିକିନି ପିନ୍ଧି ନିଜର ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଅଭିନେତ୍ରୀ ଫଟୋର କ୍ୟାପସନରେ ଲେଖିଥିଲେ, Once upon a time…Not so long ago । ଦୀପିକାଙ୍କ ଏହି ଫଟୋରେ ପ୍ରଶଂସକମାନେ ପ୍ରତିକ୍ରିୟା ଦେଉଛନ୍ତି । ସବୁଠୁ ଖାସ୍ କଥା ହେଉଛି ପତ୍ନୀ ଦୀପିକାଙ୍କ ଫଟୋରେ ସ୍ବାମୀ ରଣଭୀର ସିଂ ମଧ୍ୟ ଏକ ମଜାଳିଆ କମେଣ୍ଟ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: KBC15: ପୁଣି ଆରମ୍ଭ ହେବ ବିଗ୍ ବି'ଙ୍କ କୌନ ବନେଗା କରୋଡପତି 15, ଘୋଷଣା ହେଲା ତାରିଖ