ଓଡିଶା

odisha

ETV Bharat / entertainment

ଆଉ ହଲିଉଡରେ କରିବେନି କାମ ! ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଏମିତି ଖୁଲାସା କଲେ ଦୀପିକା - ଜାତିଗତ ବୈଷମ୍ୟ ବିରୋଧରେ ସ୍ୱର ଉତ୍ତୋଳନ କଲେ ଦୀପିକା

ଭାରତୀୟଙ୍କ ପାଇଁ ହଲିଉଡରେ ଘଟୁଥିବା ଜାତିଗତ ବୈଷମ୍ୟ (racial stereotype) ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ଦୀପିକା ପାଦୁକୋନ । ଯାହାପରେ ସୋସିଆଲ ମିଡିଆରେ ଦୀପିକା ପାଦୁକୋନଙ୍କୁ ଟ୍ରୋଲ କରାଯାଉଛି । ଅଧିକ ପଢନ୍ତୁ

ଆଉ ହଲିଉଡରେ କରିବେନି କାମ ! ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଏମିତି ଖୁଲାସା କଲେ ଦୀପିକା ପାଦୁକୋନ
ଆଉ ହଲିଉଡରେ କରିବେନି କାମ ! ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଏମିତି ଖୁଲାସା କଲେ ଦୀପିକା ପାଦୁକୋନ

By

Published : Oct 7, 2022, 1:44 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଖୁବ୍ କମ୍ ବୟସରେ ସଫଳତାର କାହାଣୀ ଲେଖିବା ଆରମ୍ଭ କରିଥିଲେ ଏବଂ ସାରା ବିଶ୍ୱରେ ନିଜର ଖ୍ୟାତି ଅର୍ଜନ କରିଥିଲେ । ଏବେ ଦୀପିକା ପାଦୁକୋନ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ଯଦିଓ ଅଭିନେତ୍ରୀ ଏହି ଖୁଲାସା ବଲିଉଡ ବିଷୟରେ ନୁହେଁ ବରଂ ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ କରିଛନ୍ତି । ଭାରତୀୟଙ୍କ ପାଇଁ ହଲିଉଡରେ ଘଟୁଥିବା ଜାତିଗତ ବୈଷମ୍ୟ (racial stereotype) ବିରୋଧରେ ଦୀପିକା ସ୍ୱର ଉତ୍ତୋଳନ କରିଛନ୍ତି । ସେ ଏହାସହ ଜଡିତ ଏକ ବ୍ୟକ୍ତିଗତ ଅଭିଜ୍ଞତା ମଧ୍ୟ ସେୟାର କରିଛନ୍ତି ।

ପ୍ୟାରିସ ଫ୍ୟାସନ ଓ୍ବିକ୍‌ରେ ଦୀପିକା ପାଦୁକୋନ

ନିକଟରେ ତାଙ୍କୁ କାର୍ଟିଆର୍ ନାମକ ପ୍ରସିଦ୍ଧ ଫ୍ରେଞ୍ଚ ଅଳଙ୍କାର ବ୍ରାଣ୍ଡର ନୂଆ ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରାଯାଇଛି । ଦୀପିକା 2017ରେ ଅଭିନେତା ବିନ୍ ଡିଜେଲଙ୍କ ବିପକ୍ଷରେ ହଲିଉଡରେ ଡେବ୍ୟୁ କରିଥିଲେ । ସେବେ ଠାରୁ ସେ ଦେଶର ସେହି ଅଭିନେତ୍ରୀଙ୍କ ତାଲିକାରେ ସାମିଲ ହୋଇଯାଇଛନ୍ତି, ଯେଉଁମାନେ କ୍ରମାଗତ ଭାବରେ ବିଶ୍ୱ ପ୍ଲାଟଫର୍ମରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି । ଦୀପିକା ବର୍ତ୍ତମାନ ପ୍ୟାରିସ ଫ୍ୟାସନ ଓ୍ବିକ୍‌ରେ ଯୋଗଦେବାକୁ ଯାଇଛନ୍ତି । ଏକ ସାକ୍ଷାତକାର ସମୟରେ ଦୀପିକା ନିର୍ଭୀକ ଭାବରେ ହଲିଉଡର ଜାତିଗତ ବୈଷମ୍ୟ (racial stereotype) ବିଷୟରେ ନିଜର ଭାବନା ସେୟାର କରିଥିଲେ ଏବଂ ସେଠାରେ ଥିବା ଲୋକମାନେ ବାହ୍ୟ ଦେଶର ଲୋକଙ୍କୁ କେଉଁ ନଜରରେ ଦେଖନ୍ତି ତାହା କହିଥିଲେ ।

ସାକ୍ଷାତକାରରେ ଏହା କହିଛନ୍ତି

ସାକ୍ଷାତକାରରେ ଦୀପିକା ପ୍ରକାଶ କରିଛନ୍ତି ଯେ, ଯେତେବେଳେ ବି ସେ ଆମେରିକା ଯାଆନ୍ତି ସେତେବେଳେ ତାଙ୍କୁ କେହି ନା କେହି କିଛି ବି କହି ତାଙ୍କୁ ଦୁଃଖିତ କରାନ୍ତି । ସେ ଅଧିକ ହଲିଉଡ ଫିଲ୍ମ ନକରିବା ପଛର ମୁଖ୍ୟ କାରଣ ମଧ୍ୟ କହିଛନ୍ତି। ଉଲ୍ଲେଖନୀୟ ଯେ, ହଲିଉଡର XXX: Return of Xander Cage କରିବା ପରେ ଦୀପିକା ଆଉ ସେହି ରାସ୍ତାରେ ଯାଇ ନଥିଲେ । ଏହାର କାରଣ ବର୍ଣ୍ଣନା କରି ଦୀପିକା କହିଛନ୍ତି ଯେ, ମୋର ଜଣେ ପରିଚିତ ଅଭିନେତା ଅଛନ୍ତି, ଯାହାଙ୍କୁ ମୁଁ ଭ୍ୟାନିଟି ଫେୟାର ପାର୍ଟିରେ ଭେଟିଥିଲି। ସେହି ସମୟରେ ଯେତେବେଳେ ସେ ମୋତେ କହିଥିଲେ ଯେ ହେ, ତୁମେ ବହୁତ ଭଲ ଇଂରାଜୀ କହୁଛ - ମୁଁ ଏହାର ଅର୍ଥ କ’ଣ ବୁଝିପାରିନଥିଲି । ଏବଂ ଯେତେବେଳେ ମୁଁ ତାଙ୍କୁ ପଚାରିଲି ଏହାର ଅର୍ଥ କ’ଣ ମୁଁ ଇଂରାଜୀ ଭଲଭାବେ କହିପାରୁଛି । କ'ଣ ତାଙ୍କ ମନରେ ଏପରି ଚିନ୍ତା ଥିଲା କି ଆମେ ଇଂରାଜୀ କହିପାରୁନୁ !

ଦୀପିକା ପାଦୁକୋନଙ୍କୁ ଟ୍ରୋଲ କରାଯାଉଛି

ଦୀପିକା ପାଦୁକୋନଙ୍କ ଏହି ସାକ୍ଷାତକାର ହେତୁ କିଛି ଉପଭୋକ୍ତା ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି । କିଛି ଲୋକ କହିଛନ୍ତି ଯେ, ଦୀପିକା ପାଦୁକୋନ୍ ସିମ୍ପାଥି ପାଇବା ପାଇଁ ଭିକ୍ଟିମ୍‌ କାର୍ଡ ଖେଳୁଥିବାବେଳେ ଆଉ କେହି କେହି ଏହାକୁ ଏକ ପବ୍ଲିସିଟି ଷ୍ଟଣ୍ଟ ବୋଲି କହୁଛନ୍ତି । ଏହା ସହିତ, ଜଣେ ୟୁଜର୍ସ ଏପରିକି କହିଛନ୍ତି ଯେ ଦୀପିକା ପାଦୁକୋନଙ୍କ କାନ୍ଦିବା ସବୁବେଳେ ଜାରି ରହିଥାଏ, କେତେବେଳେ ଡିପ୍ରେସନ୍‌କୁ ନେଇ ତ କେତେବେଳେ ଅନ୍ୟମାନଙ୍କ କାରଣରୁ ।

ପ୍ୟାରିସ ଫ୍ୟାସନ ଓ୍ବିକ୍‌ରୁ ଦୀପିକାଙ୍କ ପୋଷ୍ଟ

ନିକଟରେ ଦୀପିକା ତାଙ୍କ ଇନଷ୍ଟାଗ୍ରାମରେ ବିଜନେସ୍‌ ଅଫ୍‌ ଫ୍ୟାସନ ସହିତ ସହଯୋଗ କରୁଥିବାବେଳେ ଦୀପିକା ଏକ ସୁନ୍ଦର ଫଟୋ ଏବଂ ନୋଟ୍ ପୋଷ୍ଟ କରିଥିଲେ । କ୍ୟାପସନରେ ଦୀପିକା ଲେଖିଛନ୍ତି - ଏପରି ଏକ ସମୟ ଥିଲା ଯେତେବେଳେ ଆପଣ ଭାରତକୁ ଆସି ଯାହା ଚାହୁଁଥିଲେ ତାହା କରୁଥିଲେ । ଏବଂ ଆମେ ପ୍ରତିଟି ଜିନିଷକୁ ପୁଣି ତାଙ୍କ ହିସାବରେ କରୁଥିଲୁ । ତାଙ୍କ ବିଚାର ଉପରେ ସହଜରେ ଆମେ ବିଶ୍ବାସ କରିନେଉଥିଲୁ । କିନ୍ତୁ ଆଜି ଆମର ନିଜର ପରିଚୟ ଅଛି, ଏବଂ ଆମେ ଏହି ସ୍ୱଦେଶୀ ବ୍ରାଣ୍ଡ ଗୁଡ଼ିକ ପାଇଁ ବହୁତ ଗର୍ବିତ । ଏହା ଗୋଟିଏ ଭାରତ ନୁହେଁ, ଏହା ଅନେକ ଭାରତର ମିଶ୍ରଣ । ଭାରତୀୟ ଭାବରେ ଆମେ ଆମର ଇତିହାସ, ଆମ ସଂସ୍କୃତି ଏବଂ ଐତିହ୍ୟ ପାଇଁ ବହୁତ ଗର୍ବିତ । ଆପଣ ଜଣେ ଭାରତୀୟ ଗ୍ରାହକଙ୍କୁ ହାଲୁକା ଭାବେ ଗ୍ରହଣ କରିପାରିବେ ନାହିଁ ।

ABOUT THE AUTHOR

...view details