ଓଡିଶା

odisha

ETV Bharat / entertainment

Deepika on bond with Shah Rukh Khan: 'ଆମେ ପରସ୍ପରର ଲକି ଚାର୍ମ' କହିଲେ ମସ୍ତାନୀ

ବଲିଉଡ ମସ୍ତାନି ଦୀପିକା ପାଦୁକୋନ ଏବଂ ବାଦଶାହ ଶାହାରୁଖ ଖାନଙ୍କ ବଣ୍ଡିଂକୁ ନେଇ ଖୁଲାସା କରିଲେ ଦୀପିକା। ଦୁହିଁଙ୍କ ଅଭିନୀତ ଫିଲ୍ମ ହିଟ ହେବା ପଛରେ କଣ ରହିଛି ରହସ୍ୟ ଜାଣନ୍ତୁ।

Deepika Padukone on bond with Shah Rukh Khan
Deepika Padukone on bond with Shah Rukh Khan

By ETV Bharat Odisha Team

Published : Sep 15, 2023, 1:45 PM IST

ହାଇଦ୍ରାବାଦ:ବଲିଉଡ ମସ୍ତାନି ଦୀପିକା ପାଦୁକୋନ ଏବଂ ବାଦଶାହ ଶାହାରୁଖ ଖାନଙ୍କ ଯୋଡିକୁ ବେଶ ଭଲ ପାଇବା ଦେଇ ଆସୁଛନ୍ତି ଫ୍ୟାନ୍ସ । ଅନେକ ଫିଲ୍ମ ଜରିଆରେ ଏହାର ପ୍ରମାଣ ମଧ୍ୟ ରହିଛି । ତେବେ ବର୍ତ୍ତମାନ ସମୟରେ ବକ୍ସ ଅଫିସରେ ଧମାଲ ମଚାଇବାରେ ଲଗାଛି ଶାହାରୁଖ ଖାନଙ୍କ ଫିଲ୍ମ ଜବାନ । 75 କୋଟି ଓପନିଂରେ ଇତିହାସ ରଚିଥିବା ଫିଲ୍ମ ଅନେକ ରେକର୍ଡ ସୃଷ୍ଟି କରିଛି । କଳାକାରଙ୍କ ଠାରୁ ନେତା ଅନେକ ଜବାନ ଦେଖି ଶାହରୁଖଙ୍କୁ ପ୍ରଶଂସା କରିଛନ୍ତି । ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଶାହାରୁଖ ଖାନଙ୍କର ଏହା ହେଉଛି ଦ୍ୱିତୀୟ ଚଳଚ୍ଚିତ୍ର । ପ୍ରଥମ ଚଳଚ୍ଚିତ୍ର ରେକର୍ଡ କରିଥିବା ବେଳେ ଦ୍ବିତୀୟଟି ମଧ୍ୟ ରେକର୍ଡ କରିଛି । ତେବେ ଉଭୟ ଚଳଚ୍ଚିତ୍ରର ବିଶେଷତା ଦୀପିକା ବୋଲି ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଜାରି ରହିଛି । ଦୀପିକା ପଠାନରେ ମୁଖ୍ୟ ଭୂମିକା ବା ଲିଡ ରୋଲରେ ନଜର ଆସିଥିବାବେଳେ ଜବାନରେ ଦୀପିକାଙ୍କର କେମୋ ରୋଲ ରହିଛି । ଜବାନରେ ମଧ୍ୟ ମସ୍ତାନୀର ଚରିତ୍ରକୁ ବହୁତ ପ୍ରଶଂସା କରାଯାଇଛି । ତେବେ ଦୀପିକା ଏବଂ ଶାହାରୁଖଙ୍କ କେମେଷ୍ଟ୍ରିକୁ ନେଇ ମୁହଁ ଖୋଲିଛନ୍ତି ମସ୍ତାନୀ ।

ନିକଟରେ ଦୀପିକା ଏକ ସାକ୍ଷାତକାରରେ ଶାହାରୁଖ ଖାନଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଛନ୍ତି । ବିଶେଷ କଥା ହେଉଛି ଦୀପିକା ଓମ୍ ଶାନ୍ତି ଓମ୍ ଫିଲ୍ମରେ ଶାହାରୁଖଙ୍କ ସହ ଡେବ୍ୟୁ କରିଥିଲେ । ସେବେ ଠାରୁ ଉଭୟ ଅନେକ ଫିଲ୍ମରେ ଏକାଠି ନଜର ଆସିଥିଲେ ଏବଂ ଦୁହଁଙ୍କର ଫିଲ୍ମ ମଧ୍ୟ ବ୍ଲକବାଷ୍ଟର ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ: Jawan: ସ୍କ୍ରିପ୍ଟରେ ନଥିଲା 'ବେଟେ କୋ ହାଥ ଲଗାନେ ସେ' ଡାଇଲଗ୍, ଖୁଲାସା କଲେ ଲେଖକ

ଦୁହେଁ ଦୁହିଁଙ୍କ ପାଇଁ ଲକି ଚାର୍ମ:ଏକ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ ଦୀପିକା ପାଦୁକୋନ ଶାହାରୁଖ ଖାନଙ୍କ ସହ ତାଙ୍କ ସମ୍ପର୍କ ଏବଂ କେମେଷ୍ଟ୍ରିକୁ ନେଇ ମୁହଁ ଖୋଲିଛନ୍ତି । ଦୀପିକା କହିଛନ୍ତି, "ମୋତେ ଲାଗୁଛି ଯେ ଆମେ ପରସ୍ପରର ଲକି ଚାର୍ମ । କିନ୍ତୁ ଆମ ସମ୍ପର୍କ ଆହୁରି ଗଭୀର ଏବଂ ନିବିଡ ଅଟେ । ଆମେ ପରସ୍ପରର ଲକି ଚାର୍ମ ସତ କିନ୍ତୁ ଆମେ ଭାଗ୍ୟ ଠାରୁ ମଧ୍ୟ ଆଗରେ ରହିଛୁ । ସବୁ ପରିସ୍ଥିତିରେ ଆମେ ଦୁହେଁ ଦୁହିଁଙ୍କ ଉପରେ ବିଶ୍ବାସ କରୁ ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଆମର ସମ୍ପର୍କ ବିଶ୍ୱାସ ଏବଂ ସମ୍ମାନର ମୂଳଦୁଆ ଉପରେ ରହିଛି । ସେ ବହୁତ କମ ଲୋକଙ୍କ ସହିତ କ୍ଲୋଜ ହୁଅନ୍ତି, ତାଙ୍କ ମଧ୍ୟରୁ ମୁଁ ଜଣେ । ଆମେ ପରସ୍ପରକୁ ବହୁତ ବିଶ୍ୱାସ କରୁ ଏବଂ ସମ୍ମାନ କରୁ ଏବଂ ମୁଁ ଭାବୁଛି ଭାଗ୍ୟ ଏହା ଉପରେ ଏକ ଚେରି ସଦୃଶ ରହିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details