ଓଡିଶା

odisha

By ETV Bharat Odisha Team

Published : Jan 15, 2024, 1:09 PM IST

ETV Bharat / entertainment

'ଫାଇଟର'ର ଦମଦାର ଟ୍ରେଲର ରିଲିଜ, ଦେଖିବାକୁ ମିଳିଲା ବାୟୁସେନାଙ୍କ ସାହାସ ଓ ବଳିଦାନର ଝଲକ

Fighter Trailer Out: ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ । ରିଲିଜ ହେଲା ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଫାଇଟର'ର ଟ୍ରେଲର । ଏହି ଟ୍ରେଲର ଦେଶଭକ୍ତିରେ ଭରପୁର ରହିଥିବା ବେଳେ ସମସ୍ତ ତାରକାଙ୍କ ଆକ୍ସନ ଝଲକ ଏଥିରେ ଦେଖିବାକୁ ମିଳିଛି ।

ଆସିଲା 'ଫାଇଟର'ର ଦମଦାର ଟ୍ରେଲର, ଦେଖିବାକୁ ମିଳିଛି ବାୟୁସେନାଙ୍କ ସାହାସ ଓ ବଳିଦାନର ଝଲକ
ଆସିଲା 'ଫାଇଟର'ର ଦମଦାର ଟ୍ରେଲର, ଦେଖିବାକୁ ମିଳିଛି ବାୟୁସେନାଙ୍କ ସାହାସ ଓ ବଳିଦାନର ଝଲକ

ହାଇଦ୍ରାବାଦ: ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ଫାଇଟର ୨୦୨୪ର ବହୁ ପ୍ରତିକ୍ଷୀତ ଫିଲ୍ମ ମଧ୍ୟରୁ ଗୋଟିଏ । ଜାନୁଆରୀ ୨୫ରେ ଫିଲ୍ମ ବଡ ପରଦାକୁ ଆସିବାକୁ ଥିବା ବେଳେ ବର୍ତ୍ତମାନ ନିର୍ମାତା ଫିଲ୍ମର ଦମଦାର ଟ୍ରେଲର ରିଲିଜ କରିଛନ୍ତି । ଆଜି ମକର ସଂକ୍ରାନ୍ତି ଅବସରରେ ଫାଇଟର ନିର୍ମାତା ଟ୍ରେଲର ରିଲିଜ କରି ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି । ଟ୍ରେଲର ଦେଶଭକ୍ତିରେ ଭରପୁର ରହିଥିବା ବେଳେ ସମସ୍ତ ତାରକାଙ୍କ ଆକ୍ସନ ଝଲକ ଏଥିରେ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ୩ ମିନିଟ ୯ ସେକେଣ୍ଡର ଫାଇଟର ଟ୍ରେଲର ରିଲିଜ ହେବାର ମାତ୍ର ୧ ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଊର୍ଦ୍ଧ୍ବ ଭିୟୁ ମିଳିସାରିଲାଣି । ସେହିପରି ହ୍ରିତିକ ଫିଲ୍ମର ଟ୍ରେଲର ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ ଏହା ସେୟାର କରି ଲେଖିଛନ୍ତି, ହୃଦୟ ଆକାଶ ନାଁରେ ସମର୍ପିତ ଏବଂ ଜୀବନ ଦେଶ ନାଁରେ ସମର୍ପିତ । ଜୟ ହିନ୍ଦ । ଟ୍ରେଲରରେ ହିରୋ ଅର୍ଥାତ ବାୟୁସେନା ମାନଙ୍କ ମଧ୍ୟରେ ବନ୍ଧୁତା, ସାହାସ ଏବଂ ବଳିଦାନ ଦେଖିବାକୁ ମିଳିଛି । ତେବେ ହ୍ରିତିକଙ୍କ ପୋଷ୍ଟରକୁ ସେ ଲାଇକ କରିବା ସହ କମେଣ୍ଟ ବର୍ଷା କରୁଛନ୍ତି । ସମସ୍ତେ ଫିଲ୍ମର ପ୍ରଶଂସା କରିବା ସହ ଫିଲ୍ମକୁ ଉତ୍ସାହିତ ଥିବା କହିଛନ୍ତି ।

ଜଣେ ଫ୍ୟାନ୍ସ ଲେଖିଛନ୍ତି, ଏହା ହେଉଛି ବଲିଉଡ । ଅନ୍ୟ ଜଣେ ଲେଖିଛନ୍ତି, ମୁଁ ବହୁତ ଗର୍ବିତ ଏବଂ ଏହି ଫିଲ୍ମର ଫ୍ୟାନ୍ସ ହୋଇଗଲି । ଆଉ ଜଣେ ଲେଖିଛନ୍ତି, ୱା ! କି ଟ୍ରେଲର । ମୁଁ ଏହା ଦେଖି କାନ୍ଦି ପକାଇଲି । ଆଉ ଜଣେ ଲେଖିଛନ୍ତି, ମୁଁ ଭାରତୀୟ ହୋଇ ବହୁତ ଗର୍ବିତ ଅନୁଭବ କରୁଛି । ଅନେକ ଫ୍ୟାନ୍ସ ଏହାକୁ ଆଉଟଷ୍ଟାଡିଂ ଏବଂ ମାଇଣ୍ଡବ୍ଲୋଇଂ ବୋଲି କହିଛନ୍ତି । ଏହି ଫିଲ୍ମରେ ଦୀପିକା ପାଦୁକୋନ, ହ୍ରିତିକ ରୋଶନ, ସୁନୀଲ ଗ୍ରୋଭର ଏବଂ ଅନୀଲ କପୁର, ଅକ୍ଷୟ ଅବରୋଏ ନଜର ଆସିବେ । ତେବେ ଦୀପିକା, ଅନୀଲଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ହ୍ରିତିକ ।

ଏହା ମଧ୍ୟ ପଢନ୍ତୁ:ରିଲିଜ ହେଲା 'ଫାଇଟର' ଟିଜର, ହ୍ରିତିକ-ଦୀପିକାଙ୍କ ଆକ୍ସନ ଦେଖି ଉଡିଯିବ ହୋସ୍

ତେବେ ଏହି ଫିଲ୍ମରେ ହ୍ରିତିକଙ୍କୁ ଶ୍ୟାମଶେର ପଠାନିଆ ଭୂମିକାରେ ଦେଖିବାକୁ ମିଳିଥିବା ବେଳେ ଦୀପିକା ମୀନାଲ ରାଠୋର ଭୂମିକାରେ ନଜର ଆସିବେ । ସେହିପରି ଅନୀଲ କପୁର ଜଣେ କମାଣ୍ଡିଂ ଅଫିସର ଗ୍ରୁପ କ୍ୟାପଟେନ ରାକେଶ ଜୟ ସିଂଙ୍କ ଭୂମିକାରେ ନଜର ଆସିବେ । ୨୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ୨୫ ଜାନୁଆରୀ ୨୦୨୪ରେ ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି । ସୂଚନା ଥାଉ କି, ଚଳିତ ବର୍ଷ ଜାନୁଆରୀ ୨୫ରେ ସିଦ୍ଧାର୍ଥ ଆନନ୍ଦ ତାଙ୍କ ଚଳଚ୍ଚିତ୍ର ପଠାନ ମୁକ୍ତିଲାଭ କରିଥିଲେ ଯାହା ବକ୍ସ ଅଫିସରେ ଆଲୋଡ଼ନ ସୃଷ୍ଟି କରିଥିଲା । ତେବେ ଏହି ଫିଲ୍ମ ମଧ୍ୟ ସମାନ ତାରିଖରେ ରିଲିଜ ହେଉଥିବା ନେଇ ବକ୍ସ ଅଫିସରେ ଧମାକା କରିବ ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details