ଓଡିଶା

odisha

ETV Bharat / entertainment

କିଙ୍ଗ ଖାନଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଗିଫ୍ଟ, ଥିଏଟରରେ ଆଜି ରିଲିଜ୍‌ ହେବ DDLJ - ଶାହରୁଖ ଖାନ ଜନ୍ମଦିନ

ଶାହରୁଖ ଖାନଙ୍କ ଆଇକନିକ ଚଳଚ୍ଚିତ୍ର ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ ପୁଣି ଥରେ ରୂପେଲି ପରଦାକୁ ପ୍ରତ୍ୟାବର୍ତ୍ତନ କରୁଛି । ୟଶ ରାଜ ଫିଲ୍ମସ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଖବର ଘୋଷଣା କରିଛି । ଅଧିକ ପଢନ୍ତୁ

ଥିଏଟରରେ ପୁଣି ଥରେ ରିଲିଜ୍‌ ହେବ DDLJ
ଥିଏଟରରେ ପୁଣି ଥରେ ରିଲିଜ୍‌ ହେବ DDLJ

By

Published : Nov 2, 2022, 6:53 AM IST

ମୁମ୍ବାଇ: ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର, କାରଣ ତାଙ୍କ ରାଜ-ସିମରନ୍‌ ପୁଣି ଥରେ ରୂପେଲି ପରଦାକୁ ଫେରୁଛନ୍ତି । ହଁ, ଆପଣ ଠିକ୍ ପଢିଛନ୍ତି, ନଭେମ୍ବର 2 ତାରିଖ ଅର୍ଥାତ୍‌ ଆଜି କିଙ୍ଗ ଖାନଙ୍କ ଜନ୍ମଦିନ । ଏହି ଅବସରରେ ୟଶ ରାଜ ଫିଲ୍ମସ ସବୁଠୁ ରୋମାଣ୍ଟିକ ପ୍ରେମ କାହାଣୀ 'ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ' (Dilwale Dulhania Le Jayenge)ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରି ସମସ୍ତ ପ୍ରଶଂସକଙ୍କ ସହ ଏହି ଦିନ ପାଳନ କରିବାକୁ ନିଷ୍ପତ୍ତି ନେଇଛି ।

ଆଜି ଦେଶର ବିଭିନ୍ନ PVR, INOXMovies ଏବଂ ସିନେପୋଲିସ୍ ଇଣ୍ଡିଆରେ ଏହି ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହେବ । ନିକଟରେ ପ୍ରଡକ୍ସନ୍ ହାଉସ୍ ୟଶ ରାଜ ଫିଲ୍ମସ୍ ଏହି ଖବର ଘୋଷଣା କରିବା ପାଇଁ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲର ସାହାରା ନେଇଥିଲା । କ୍ୟାପସନରେ ଲେଖାଥିଲା, "ଆମର ପ୍ରିୟ ପ୍ରେମ କାହାଣୀ ରୂପେଲି ପରଦାକୁ ଫେରୁଛନ୍ତି, ଦେଖନ୍ତୁ ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ 2 ନଭେମ୍ବର 2022 ରେ କେବଳ ଭାରତୀୟ ସିନେମା ଘରେ ।"

ପ୍ରଶଂସକମାନେ ଶାହାରୁଖଙ୍କ ଜନ୍ମଦିନକୁ ଏକ ପର୍ବ ଭାବରେ ମାନନ୍ତି ଏବଂ ସୁପରଷ୍ଟାରଙ୍କୁ କିଛି ଅଲଗା ଉପହାର ଦେବାକୁ ଚେଷ୍ଟା କରନ୍ତି, ଏହି ବର୍ଷ ୟଶ ରାଜ ଫିଲ୍ମ ଶାହାରୁଖ ଖାନଙ୍କ ପ୍ରଶଂସକଙ୍କୁ ସର୍ବୋତ୍ତମ ଉପହାର ଦେଇଛନ୍ତି ।

ଏହା ବି ପଢନ୍ତୁ:SRK B'day: ଶାହରୁଖଙ୍କ ଜନ୍ମଦିନର ଦିନକ ପୂର୍ବରୁ ଭାରତ ଫେରିଲେ ପ୍ରିୟଙ୍କା

DDLJ ହେଉଛି ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିବା ଚଳଚ୍ଚିତ୍ର ଏବଂ ଏହା କ୍ରମାଗତ 1200 ସପ୍ତାହ ପାଇଁ ମରାଠା ମନ୍ଦିରରେ ପ୍ରଦର୍ଶିତ ହୋଇଥିଲା । ଏହା ବ୍ୟତୀତ ଶାହାରୁଖଙ୍କ ଆଗାମୀ ଚଳଚ୍ଚିତ୍ର ପଠାନର ଟିଜର ମଧ୍ୟ ତାଙ୍କ ଜନ୍ମଦିନରେ ରିଲିଜ ହେବ । ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ, ପଠାନ ଫିଲ୍ମର ଟିଜର ମଧ୍ୟ DDLJ ସ୍କ୍ରିନିଂରେ ମୁକ୍ତିଲାଭ କରିପାରେ ।

ABOUT THE AUTHOR

...view details