ଓଡିଶା

odisha

ETV Bharat / entertainment

DDLJକୁ ପୂରିଲା 27 ବର୍ଷ, ଫ୍ୟାନ୍ସ ଆଜି ବି ଭୁଲି ନାହାନ୍ତି ଶାହାରୁଖ-କାଜଲଙ୍କ ରୋମାନ୍ସ - ଶାହାରୁଖ କାଜଲଙ୍କ ରୋମାନ୍ସ

ଶାହରୁଖ ଖାନ ଏବଂ କାଜଲଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ‘ଦିଲୱାଲେ ଦୁଲହନୀୟା ଲେ ଜାଏଙ୍ଗେ’ 20 ଅକ୍ଟୋବରରେ 27 ବର୍ଷ ପୂରଣ କରିଛି । ଏହି ଚଳଚ୍ଚିତ୍ରଟି 20 ଅକ୍ଟୋବର 1995 ରେ ମୁକ୍ତିଲାଭ କରିଥିଲା । ଅଧିକ ପଢନ୍ତୁ

DDLJ କୁ ପୂରିଲା 27 ବର୍ଷ, ଫ୍ୟାନ୍ସ ଆଜି ବି ଭୁଲି ନାହାନ୍ତି ଶାହାରୁଖ କାଜଲଙ୍କ ରୋମାନ୍ସ
DDLJ କୁ ପୂରିଲା 27 ବର୍ଷ, ଫ୍ୟାନ୍ସ ଆଜି ବି ଭୁଲି ନାହାନ୍ତି ଶାହାରୁଖ କାଜଲଙ୍କ ରୋମାନ୍ସ

By

Published : Oct 20, 2022, 7:47 PM IST

ମୁମ୍ବାଇ: ଶାହରୁଖ ଖାନ ଏବଂ କାଜଲଙ୍କ ଯୋଡି ବଲିଉଡରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଏହି ଯୋଡି ବଲିଉଡର ସବୁଠାରୁ ଶାନଦାର ଏବଂ ସ୍ମରଣୀୟ ଯୋଡିଙ୍କ ମଧ୍ୟରେ ଗଣାଯାଏ । ଯଦିଓ ଉଭୟଙ୍କର ସମସ୍ତ ଚଳଚ୍ଚିତ୍ର ସୁପରହିଟ୍ ହୋଇଥାଏ, କିନ୍ତୁ ‘ଦିଲୱାଲେ ଦୁଲହନୀୟା ଲେ ଜାଏଙ୍ଗେ’ କଥା ଟିକେ ଅଲଗା । ଏହି ଚଳଚ୍ଚିତ୍ରକୁ ଭାରତୀୟ ସିନେମାର ମାଷ୍ଟରପିସ୍ କୁହାଯାଏ । ଆଜି ମଧ୍ୟ ସମସ୍ତେ ରାଜ ଏବଂ ସିମରନଙ୍କ ପ୍ରେମ କାହାଣୀ ମନେ ରଖିଛନ୍ତି । ତେବେ ଆଜି ଏହି ଚଳଚ୍ଚିତ୍ରଟି ସିନେମାରେ 27 ବର୍ଷ ପୂରଣ କରିଛି । ରାଜ-ସିମରନଙ୍କ ପ୍ରେମ କାହାଣୀର ଉଦାହରଣ ଆଜି ମଧ୍ୟ ଦିଆଯାଏ । 1995 ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଆଜି (ଅକ୍ଟୋବର 20) ହିନ୍ଦୀ ସିନେମାରେ 27 ବର୍ଷ ପୂରଣ କରିଛନ୍ତି ।

ଆଦିତ୍ୟ ଚୋପ୍ରା (Aditya Chopra)ଙ୍କ DDLJ ଶାହାରୁଖଙ୍କୁ କିଙ୍ଗ୍‌ ଅଫ୍‌ ରୋମାନ୍ସ ବନେଇ ଦେଇଛି । ରାଜ ଏବଂ ସିମରନଙ୍କ ଭୂମିକାରେ ଅଭିନୟ କରୁଥିବା ଶାହାରୁଖ ଏବଂ କାଜଲ ରୂପେଲି ପରଦାରେ ଏପରି ଯାଦୁ ଦେଖାଇଥିଲେ, ତାହା ଆଜି ବି ସିନେପ୍ରେମୀଙ୍କ ହୃଦୟରେ ଜୀବିତ ଅଛି । DDLJ ନାମରେ ଚର୍ଚ୍ଚିତ ଏହି ଚଳଚ୍ଚିତ୍ରର ସୁଟିଂ ଏବଂ କାଷ୍ଟିଂକୁ ନେଇ ଅନେକ କାହାଣୀ ଅଛି, ଯାହାକୁ ଆପଣ ବୋଧହୁଏ ପ୍ରଥମ ଥର ଜାଣିବେ ।

ଶାହାରୁଖ ଖାନ ଏବଂ କାଜଲଙ୍କ ଜବରଦସ୍ତ କେମେଷ୍ଟ୍ରି 'ସିମରନ-ରାଜ୍‌'କୁ ହିନ୍ଦୀ ସିନେମାର ଐତିହାସିକ ଚରିତ୍ରରେ ପରିଣତ କରିଛି। ବ୍ଲକବଷ୍ଟର ଥିବା ଏହି ଚଳଚ୍ଚିତ୍ରଟି 10 ଟି ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲା ​​। ଏହି ଚଳଚ୍ଚିତ୍ରର ସଫଳତା ଶାହାରୁଖଙ୍କ କ୍ୟାରିଅରରେ ଚାର ଚାନ୍ଦ ଲଗାଇଦେଇଥିଲା ​​। ତେବେ ଏହି ଚଳଚ୍ଚିତ୍ର ନିର୍ମାଣ ବେଳେ କେହି ଭାବିନଥିଲେ ଯେ ଫିଲ୍ମଟି ଆଇକନିକ୍ ହୋଇଯିବ। ହିନ୍ଦୀ ସିନେମାର ଅନ୍ୟତମ ସଫଳ ଚଳଚ୍ଚିତ୍ର ଭାବରେ ପରିଗଣିତ ହେଉଥିବା 'ଦିଲୱାଲେ ଦୁଲହନୀୟା ଲେ ଜାଏଙ୍ଗେ'ର ନାମ କୌଣସି ବି ସିନେମା ହଲରେ ଦୀର୍ଘ ସମୟ ଧରି ଚାଲିଥିବା ରେକର୍ଡ ରଖିଛି। ଏହି ଚଳଚ୍ଚିତ୍ରଟି ମରାଠା ମନ୍ଦିରରେ 700 ସପ୍ତାହ ଧରି ଚାଲିଥିଲା ​​। ତା’ପରେ 'ଦିଲୱାଲେ ଦୁଲହନୀୟା ଲେ ଜାଏଙ୍ଗେ'ର 20 ବର୍ଷ ସମାପ୍ତ ହେବା ପରେ ଏହାକୁ ପୁନଃସ୍ଥାପିତ କରାଯାଇଥିଲା ଏବଂ ଆଜି ମଧ୍ୟ ଚାଲିଛି ।

ଶାହାରୁଖଙ୍କ ସ୍ଥାନରେ ଟମ୍ କ୍ରୁଜ୍ ?

ମିଡିଆ ରିପୋର୍ଟ ଅନୁଯାୟୀ ଆଦିତ୍ୟ ଚୋପ୍ରା 'ଦିଲୱାଲେ ଦୁଲହନୀୟା ଲେ ଜାଏଙ୍ଗେ'ରେ ଟମ କ୍ରୁଜଙ୍କୁ ମୁଖ୍ୟ ଅଭିନେତା ଭାବରେ କାଷ୍ଟ କରିବାକୁ ଚାହୁଁଥିଲେ, ଯେହେତୁ ତାଙ୍କୁ ଲାଗିଥିଲା କି ସେ ଇଣ୍ଡୋ ଆମେରିକୀୟ ସମ୍ପର୍କର ଏହି କାହାଣୀରେ ଫିଟ୍ ହେବେ। କିନ୍ତୁ ଯଶ ଚୋପ୍ରାଙ୍କ ନିର୍ଦ୍ଦେଶରେ ଏହା ଶାହାରୁଖ ଖାନଙ୍କୁ ଦିଆଯାଇଥିଲା। ସେତେବେଳେ ଯାହା ଘଟିଲା ସେ ବିଷୟରେ କାହାକୁ କହିବାର ଆବଶ୍ୟକତା ନାହିଁ । କୁହାଯାଏ ଯେ ଏହି ଚଳଚ୍ଚିତ୍ରର ଟାଇଟଲ୍ ପୂର୍ବରୁ 'ଦି ବ୍ରେବହାର୍ଟ ୱିଲ୍ ଟେକ୍‌ ଦ ବ୍ରାଇଡ୍' ଭାବରେ ରଖାଯାଇଥିଲା। କିରଣ ଖେର ଏହାକୁ 'ଦିଲୱାଲେ ଦୁଲହନୀୟା ଲେ ଜାଏଙ୍ଗେ' ରେ ପରିବର୍ତ୍ତନ କରିଥିଲେ ।

ABOUT THE AUTHOR

...view details