ହାଇଦ୍ରାବାଦ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର: ପାର୍ଟ- ଶିବା'ରୁ ତୃତୀୟ ଗୀତ 'ଡ୍ୟାନ୍ସ କା ଭୁତ୍' (Dance Ka Bhoot Song Out Now) ଗୁରୁବାର ମୁକ୍ତିଲାଭ କରିଛି । ଫିଲ୍ମର ନିର୍ଦ୍ଦେଶକ ଅୟାନ୍ ମୁଖାର୍ଜୀ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ଏହି ଗୀତକୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ ଜାରି କରିଛନ୍ତି ।
ଏହି ଗୀତକୁ ସ୍ବରର ଯାଦୁଗର ଅରିଜିତ ସିଂ ଗାଇଛନ୍ତି ଏବଂ ପ୍ରୀତମ ରଚନା କରିଛନ୍ତି । ଏହି ଗୀତର ଲିରିକ୍ସକୁ ପ୍ରସିଦ୍ଧ ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି। ଏହି ଗୀତରେ ରଣବୀର କପୁର ମଜାଳିଆ ଢଙ୍ଗରେ ନାଚୁଥିବାର ନଜର ଆସିଛନ୍ତି । ଏହାପୂର୍ବରୁ ଫିଲ୍ମ 'କେସରିଆ' ଏବଂ ଦେବା ଦେବା ଦୁଇଟି ଗୀତ ମୁକ୍ତିଲାଭ କରିଥିଲା। ଉଲ୍ଲେଖନୀୟ ଯେ, ଏପର୍ଯ୍ୟନ୍ତ ଫିଲ୍ମର ତିନୋଟି ଗୀତକୁ ସୁପରହିଟ୍ ସିଙ୍ଗର ଅରିଜିତ ସିଂ ଗାଇଛନ୍ତି । ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର ଚଳିତ ବର୍ଷ 9 ସେପ୍ଟେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି ।
ଏହି ଚଳଚ୍ଚିତ୍ରରେ ରଣବୀର-ଆଲିଆଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ସାଉଥ ସୁପରଷ୍ଟାର ନାଗାର୍ଜୁନ ଏବଂ ମୋନି ରୟ ମଧ୍ୟ ନଜର ଆସିବେ। 'ବ୍ରହ୍ମାସ୍ତ୍ର: ପାର୍ଟ- ଶିବା' ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କର ମଧ୍ୟ ଏକ ପ୍ରମୁଖ ଭୂମିକା ରହିଛି । ନିକଟରେ ଶାହାରୁଖଙ୍କ ଭୂମିକା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।