ମୁମ୍ବାଇ: ପ୍ରଭୁ ଦେବା ଫ୍ୟାନ୍ସଙ୍କ ସହ ଏକ ଖୁସି ଖବର ସେୟାର କରିଛନ୍ତି । ପୁଣି ପ୍ରଭୁ ଦେବା ବାପା ହୋଇଛନ୍ତି । 50ବର୍ଷ ବୟସରେ ସେ ଏକ ଶିଶୁ କନ୍ୟାର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପ୍ରଭୁ ଦେବା ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା କଳାକାର। ସାଉଥରୁ ଆରମ୍ଭ କରି ବଲିଉଡରେ ନିଜ ଜଲୱା ଦେଖାଇଛନ୍ତି । ସେ ଜଣେ ଅଭିନେତା ତଥା କୋରିଓଗ୍ରାଫର ଭାବେ ବେଶ ଲୋକପ୍ରିୟତା ସାଉଁଟିଛନ୍ତି ।
ପ୍ରଭୁ ଦେବା ଦ୍ୱିତୀୟ ପତ୍ନୀ ହିମାନୀଙ୍କୁ 2020ରେ ଗୁପ୍ତ ଭାବେ ବିବାହ କରିଥିଲେ । ପରେ, ଯେତେବେଳେ ଏହି ଖବର ସାମ୍ନାକୁ ଆସିଲା, ସେତେବେଳେ ପ୍ରଭୁ ଦେବା ତାଙ୍କ ବିବାହକୁ ନେଇ ପ୍ରତିକ୍ରିୟା ରଖିନଥିଲେ । ପରେ ସେ ତାଙ୍କ ପତ୍ନୀଙ୍କ ସହ ପ୍ରଥମ ଥର ପାଇଁ ବାଲାଜୀ ମନ୍ଦିରରେ ନଜର ଆସିଥିଲେ । ଏହି ସମୟରେ ପ୍ରଭାସ ତାଙ୍କ ପତ୍ନୀଙ୍କ ହାତ ଧରିଥିବାର ଦେଖିବାକୁ ମିଳିଥିଲା । ଉଭୟଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ତେବେ ଦୁଇ ବର୍ଷ ବିବାହ ପରେ, ଚତୁର୍ଥ ଥର ପାଇଁ କୋରିଓଗ୍ରାଫରଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ପ୍ରଭୁଦେବା ଏହି ଖୁସି ଖବର ଦେଇଥିଲେ । କହିଥିଲେ, "ହଁ ସାର୍। ଏହା ସତ୍ୟ। 50 ବର୍ଷ ବୟସରେ ପୁନର୍ବାର ପିତା ହୋଇଛି । ମୁଁ ବହୁତ ଖୁସି ଏବଂ ନିଜକୁ ପୂର୍ଣ୍ଣ ଅନୁଭବ କରୁଛି ।"