ମୁମ୍ବାଇ: 'ଖତରୋଁ କେ ଖିଲାଡି 13'ର ଲାଟେଷ୍ଟ ଏପିସୋଡ୍ ଟ୍ବିଷ୍ଟରେ ଭରି ରହିଛି । ସୋ’ ଯେତେ ଶୀଘ୍ର ଫାଇନାଲ ଆଡକୁ ଯାଉଛି ବିପଦର ସ୍ତର ସେତେ ସେତେ ପାଖକୁ ଆସୁଛି । ସୋ’ରେ ଆସୁଥିବା ବିପଦର ସ୍ତର ଦିନକୁ ଦିନ ବଢିବାରେ ଲାଗିଛି । କେବଳ ସେତିକି ନୁହେଁ, ପ୍ରତିଯୋଗୀମାନଙ୍କ ମଧ୍ୟରେ ବି ଜୋରଦାର ପ୍ରତିଯୋଗିତା ଚାଲିଛି । ଏହି ସମୟରେ ଅର୍ଥାତ ଶେଷ ପର୍ଯ୍ୟାୟରେ, ଡେଜି ଶାହାଙ୍କୁ ୱାଇଲ୍ଡ କାର୍ଡ ଏଣ୍ଟ୍ରି ପାଇବା ପରେ ହିଁ ସୋ’ରୁ ବାହାର କରିଦିଆଯାଇଛି ।
ଏପିସୋଡ୍ ଆରମ୍ଭରେ ଡେଜି ଶାହା ୱାଇଲ୍ଡ କାର୍ଡ ଭାବରେ ସୋ’ରେ ପୁନଃ ପ୍ରବେଶ କରିଥିଲେ । ଏଥିରେ କମ୍ ପଏଣ୍ଟ ଥିବା ଦଳକୁ ଏଲିମିନେସନ୍ ଟାସ୍କ କରିବାକୁ ପଡିବ ବୋଲି ରୋହିତ ଶେଟ୍ଟୀ ଘୋଷଣା କରିଥିଲେ। ଏହା ପରେ ସେ କହିଥିଲେ ଯେ ଅର୍ଚ୍ଚନା ଗୌତମ ଏବଂ ଡେଜି ଶାହାଙ୍କ ମଧ୍ୟରେ ଏକ ଏଲିମିନେସନ୍ ଟାସ୍କ ହେବ ଏବଂ ଯିଏ ହାରିବ ସେ ତୁରନ୍ତ ସୋ’ରୁ ବାହାରି ଯିବ । ଡେଜି ଟିମ୍ ଡିନୋକୁ ବାଛିଥିଲେ ଏବଂ ଅର୍ଚ୍ଚନା ଅରିଜିତଙ୍କ ଦଳ ପାଇଁ ଖେଳିଥିଲେ । ଏହା ପରେ ଦୁହେଁ ଏକ ଅନ୍ଧାର କୋଠରୀରେ ଟାସ୍କ ପରଫର୍ମ କରିଥିଲେ । ଯେଉଁଠାରେ ସେ କୁମ୍ଭୀର ଏବଂ ବିଭିନ୍ନ ପ୍ରକାରର କୀଟପତଙ୍ଗର ସମ୍ମୁଖୀନ ହୋଇଥିଲେ । ଏହି ସମୟରେ ଉଭୟଙ୍କୁ ଚାବି ଖୋଜି ଅନ୍ଧାର କୋଠରୀର ତାଲା ଖୋଲିବାର ଥିଲା ।